ETV Bharat / state

ଅସରାଏ ବର୍ଷାରେ ଉବୁଟୁବୁ ଯାଜପୁର ପୌରାଞ୍ଚଳ, ହନ୍ତସନ୍ତ ସହରବାସୀ

author img

By

Published : Aug 14, 2021, 6:18 PM IST

ଯାଜପୁର ପୌରାଞ୍ଚଳ ସାମାନ୍ୟ ବର୍ଷାରେ ସହର ଉବୁଟୁବୁ । ଘରୁ ବାହାରିବା ହେଉନି ସମ୍ଭବ । ସ୍ଥାୟୀ ପ୍ରତିକାର ଦାବି କଲେ ସହରବାସୀ । ଅଧିକ ପଢନ୍ତୁ...

ଅସରାଏ ବର୍ଷାରେ ଉବୁଟୁବୁ ଯାଜପୁର ପୌରାଞ୍ଚଳ, ହନ୍ତସନ୍ତ ସହରବାସୀ
ଅସରାଏ ବର୍ଷାରେ ଉବୁଟୁବୁ ଯାଜପୁର ପୌରାଞ୍ଚଳ, ହନ୍ତସନ୍ତ ସହରବାସୀ

ଯାଜପୁର: ପୌରାଞ୍ଚଳରେ ସାମାନ୍ୟ ବର୍ଷାରେ ସହରର ଦୋକାନ ବଜାରରେ ପାଣି ପଶିଯାଉଛି । ଏପରିକି ପୌରପାଳିକା ଏବଂ ଜିଲ୍ଲାପାଳ ଅଫିସ ଅଞ୍ଚଳରେ ମଧ୍ୟ ଏହି ଜଳ ନିଷ୍କାସନ ସମସ୍ୟା ଦେଖାଦେଇଛି । ଜଳ ନିଷ୍କାସନ ସମସ୍ୟା ଯୋଗୁଁ ରସ୍ତା ଉପରେ ଆଣ୍ଠୁଏଁ ଉଚ୍ଚର ପାଣି । ଯାତାୟତ ପାଇଁ ହନ୍ତସନ୍ତ ହେଉଛନ୍ତି ସହରବାସୀ ।

ଅସରାଏ ବର୍ଷାରେ ଉବୁଟୁବୁ ଯାଜପୁର ପୌରାଞ୍ଚଳ, ହନ୍ତସନ୍ତ ସହରବାସୀ

ହୋଇଥିବା ଅଭିଯୋଗ ଅନୁସାରେ, ଭୁଲ ଡ୍ରେନେଜ ବ୍ୟବସ୍ଥା ଫଳରେ ବର୍ଷା ଛାଡିବା ପରେ ମଧ୍ୟ ଜଳ ନିଷ୍କାସନ ହୋଇ ପାରୁନାହିଁ । ଫଳରେ ଯାତାୟତ ନେଇ ସମସ୍ୟା ଭୋଗୁଛନ୍ତି ଯାତ୍ରୀ । ସହର ମଝିରେ ରାସ୍ତା ଓସାରିଆ ଏବଂ ଡ୍ରେନ କାମ ସରି ନ ଥିବାରୁ ସମସ୍ୟା ଦେଖାଦେଉଥିବା କୁହାଯାଉଛି । ଆଗକୁ ପୌର ନିର୍ବାଚନ ଆସୁଥିବାରୁ ଏଭଳି ସମସ୍ୟାର ସ୍ଥାୟୀ ସମାଧାନ ହେବା ଜରୁରୀ ବୋଲି ଦାବି କରିଛନ୍ତି ସହରବାସୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.