ETV Bharat / state

ବ୍ୟାସନଗର ବଜାରରେ ପ୍ଲାଷ୍ଟିକ ଅଣ୍ଡା, ତଦନ୍ତ ଦାବି କଲେ ଗ୍ରାହକ

author img

By

Published : Aug 12, 2021, 8:10 PM IST

ଯାଜପୁର ଜିଲ୍ଲା ବ୍ୟାସନଗର ବଜାରରେ ନକଲି ଅଣ୍ଡା ଠାବ। ତଦନ୍ତ ପାଇଁ ଦାବି କଲେ ଗ୍ରାହକ। ଅଧିକ ପଢନ୍ତୁ...

ବ୍ୟାସନଗର ବଜାରରେ ପ୍ଲାଷ୍ଟିକ ଅଣ୍ଡା, ତଦନ୍ତ ଦାବି କଲେ ଗ୍ରାହକ
ବ୍ୟାସନଗର ବଜାରରେ ପ୍ଲାଷ୍ଟିକ ଅଣ୍ଡା, ତଦନ୍ତ ଦାବି କଲେ ଗ୍ରାହକ

ଯାଜପୁର: ବ୍ୟାସନଗର ଦଳା ମାର୍କେଟରେ ପ୍ଲାଷ୍ଟିକ ଅଣ୍ଡା ମିଳିବା ପରେ ଆତଙ୍କରେ ସାଧାରଣ ଗ୍ରାହକ। ନକଲି ଅଣ୍ଡା କେଉଁଠି ଆସିଲା ଓ ବଜାରରେ କେତେ ନକଲି ଅଣ୍ଡା ମହଜୁଦ ଅଛି ତାର ତଦନ୍ତ କରିବାକୁ ଦାବି କରିଛନ୍ତି ଗ୍ରାହକ ।

ବ୍ୟାସନଗର ବଜାରରେ ପ୍ଲାଷ୍ଟିକ ଅଣ୍ଡା, ତଦନ୍ତ ଦାବି କଲେ ଗ୍ରାହକ

ମିଳିଥିବା ସୂଚନା ଆଧାରରେ, ଗତକାଲି ବ୍ୟାସନଗର ଦଳା ଗାଁର ସୁନୀଲ ଦାସ ଦଳା ଛକ ମାର୍କେଟରେ ଥିବା ଜଗବନ୍ଧୁ ନାୟକଙ୍କ ଦୋକାନରୁ ୧୨ଟି ଅଣ୍ଡା କିଣିଥିଲେ । ସୁନୀଲ ଘରେ ୨ଟି ଅଣ୍ଡା ଆମ୍ବଲେଟ କରି ଖାଇବା ପରେ କିଛି ଅଣ୍ଡା ତରକାରୀ କରିବାକୁ ସିଝେଇଥିଲେ। ତେବେ ଅଣ୍ଡା ସିଝାଇବା ସମୟରେ ତାହା ନକଲି ତଥା ପ୍ଲାଷ୍ଟିକ ଅଣ୍ଡା ବୋଲି ଜଣାପଡିଥିଲା।

ତୁରନ୍ତ ସୁନୀଲ କିଣିଥିବା ଦୋକାନକୁ ସମସ୍ତ ଅଣ୍ଡା ଫେରେଇବା ସହିତ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏଥିସହିତ ଏହି ଘଟଣାର ସଠିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଗାଣ ବିଭାଗ ନିକଟରେ ଦାବି କରିଛନ୍ତି ସୁନୀଲ । ସେପଟେ ଅଣ୍ଡା ବିକିଥିବା ଗୋଦାମ ମାଲିକ ଗୋବର୍ଦ୍ଧନ ମଲିକ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ହେବା ସହିତ ସମସ୍ତ ଅଣ୍ଡା ଆଣିଥିବା ବ୍ୟକ୍ତିଙ୍କୁ ଫେରାଇ ଦେବେ ବୋଲି କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.