ETV Bharat / state

ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ଅନୁମତି ମାଗିଲେ ପିହୁଙ୍କ ମା'

author img

By

Published : Aug 26, 2021, 10:37 PM IST

ପିହୁଙ୍କ ମା’ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇ ଆଗାମୀ ମୌସୁମୀ କାଳୀନ ଅଧିବେଶନ ସମୟରେ ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ଅନୁମତି ମାଗିଛନ୍ତି । ଅଧିକ ପଢନ୍ତୁ...

ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ଅନୁମତି ମାଗିଲେ ପିହୁଙ୍କ ମା'
ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ଅନୁମତି ମାଗିଲେ ପିହୁଙ୍କ ମା'

ଯାଜପୁର: ବହୁ ଚର୍ଚ୍ଚିତ ପିହୁ ନିଖୋଜ ଘଟଣାକୁ ୧ ବର୍ଷ ବିତିଯିବା ପରେ ମଧ୍ୟ ତାର କୌଣସି ପତ୍ତା ମିଳିପାରି ନାହିଁ । ନିକଟରେ ଜାତୀୟ ମାନବାଧିକାର କମିଶନ ଘଟଣା ସମ୍ପର୍କରେ ପୋଲିସ ଡିଜିଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି । ସେପଟେ ଆଜି(ଗୁରୁବାର) ପିହୁର ମା’ ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଆଗାମୀ ମୌସୁମୀ କାଳୀନ ଅଧିବେଶନ ସମୟରେ ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ଅନୁମତି ମାଗିଛନ୍ତି ।

ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ଅନୁମତି ମାଗିଲେ ପିହୁଙ୍କ ମା'

ଗତବର୍ଷ ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ଯିବାବେଳେ ତାଙ୍କ ବାଟ ଓଗାଳିଥିଲା । ସେଥିପାଇଁ ପିହୁର ମା’ ମୋନାଲିସା ଆଜି ଜିଲ୍ଲାପାଳଙ୍କୁ ଭେଟି ନିଜର ଦାବିପତ୍ର ପ୍ରଦାନ କରିଛନ୍ତି । ଗତବର୍ଷ ଅଗଷ୍ଟ ୯ ତାରିଖ ଦିନ ବିଂଝାରପୁର ଥାନା ମଧୁସୂଦନପୁର ଗାଁରୁ ନିଜ ମାମୁଁ ଘରୁ ପିହୁ ନିଖୋଜ ହୋଇଯାଇଛି । ଏହା ଏକ ଅପହରଣ ବୋଲି ଘଟଣା ପର ଠାରୁ ଅଭିଯୋଗ କରିଆସୁଛନ୍ତି ପିହୁର ମା’ । କିନ୍ତୁ ପୋଲିସ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇପାରି ନାହିଁ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.