ETV Bharat / state

ପିହୁ ନିଖୋଜ ଘଟଣା: ଖବର ଦେଲେ ମିଳିବ 20 ହଜାର ଟଙ୍କା

author img

By

Published : Feb 14, 2021, 6:08 PM IST

Pihu missing Case: Police will give 20 thousand rupees who will give information
ପିହୁ ନିଖୋଜ ଘଟଣା: ଖବର ଦେବା ବ୍ୟକ୍ତିକୁ ମିଳିବ 20 ହଜାର ଟଙ୍କା

ଯାଜପୁର ଜିଲ୍ଲାର ନିଖୋଜ ଶିଶୁ ପିହୁର ନିଖୋଜ ଘଟଣାରେ ଖବର ଦେବାକୁ ବ୍ୟକ୍ତିକୁ 20 ହଜାର ଟଙ୍କା ଦିଆଯିବ ବୋଲି ପୋଲିସ ଘୋଷଣା କରିଛି । ଅଧିକ ପଢନ୍ତୁ...

ଯାଜପୁର: ଜିଲ୍ଲାର ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର 2 ବର୍ଷର ଶିଶୁ କନ୍ୟା ପିହୁ ନିଖୋଜକୁ 6 ମାସରୁ ଊର୍ଦ୍ଧ୍ବ ସମୟ ବିତିଯାଇଛି । ବର୍ତ୍ତମାନ ପୋଲିସ ଏହି ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ପୋଲିସ ବିଭିନ୍ନ ଦିଗକୁ ତର୍ଜମା କରି ତଦନ୍ତ କରୁଥିବା ବେଳେ ନିଖୋଜ ପିହୁର ଖବର ଦେବା ବ୍ୟକ୍ତିକୁ 20 ହଜାର ଟଙ୍କା ଦିଆଯିବ ବୋଲି ପୋଲିସ ଘୋଷଣା କରିଛି । ସେପଟେ ପିହୁକୁ ଅପହରଣ କରାଯାଇଛି ବୋଲି ପିହୁର ମା' କହିଛନ୍ତି ।

ପିହୁ ନିଖୋଜ ଘଟଣା: ଖବର ଦେବା ବ୍ୟକ୍ତିକୁ ମିଳିବ 20 ହଜାର ଟଙ୍କା

ଏହି ଘଟଣାକୁ 6 ମାସ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ପୋଲିସ ପିହୁ ସମ୍ପର୍କରେ କୌଣସି ସୁରାଗ ପାଇବାରେ ସକ୍ଷମ ହୋଇପାରିନାହିଁ । ତେବେ ପୋଲିସ ବିଭିନ୍ନ ଦିଗକୁ ନେଇ ଏବେ ତଦନ୍ତକୁ ଜୋରଦାର କରିଛି । ରବିବାର ପୋଲିସ ମଧୁସୂଦନପୁର ଗ୍ରାମରେ ପହଞ୍ଚି ନିକଟସ୍ଥ ପୋଖରୀ ଗୁଡିକରେ ଖୋଜାଖୋଜି କରିଛି । ପିହୁର ଘର ନିକଟରେ ଥିବା ପୋଖରୀରେ ପମ୍ପ ଲଗାଇ ଶୁଖାଇବା କାର୍ଯ୍ୟ ଆରମ୍ଭ ହୋଇଛି ।

ସେପଟେ ପିହୁକୁ ଅପହରଣ କରାଯାଇଛି ବୋଲି ପିହୁର ମା' ମୋନାଲିସା ନାୟକ କହିଛନ୍ତି । ପୋଲିସ ପୂର୍ବରୁ ପୋଖରୀ ନ ଶୁଖାଇ ବର୍ତ୍ତମାନ କ'ଣ ପାଇଁ ଶୁଖାଉଛି ବୋଲି ସେ ପୋଲିସକୁ ପ୍ରଶ୍ନ କରିଛନ୍ତି । ତେବେ ପୋଖରୀ ଶୁଖାଯିବା ପରେ ସେ ଏ ସମ୍ପର୍କରେ ମତ ରଖିବେ ବୋଲି କହିଛନ୍ତି ।

ପୋଖରୀ ଶୁଖିବା ପରେ ସେଠାରେ ପୋଲିସ ପକ୍ଷରୁ ଖୋଜାଖୋଜି କରାଯିବ । ପିହୁ ସମ୍ପର୍କରେ ତଥ୍ୟ ପାଇବା ପାଇଁ ପୋଲିସ ସବୁ ଦିଗରେ ତଦନ୍ତ ଚଳାଇଥିବା ବେଳେ ପୋଖରୀ ଶୁଖାଇ ପିହୁକୁ ଖୋଜିବା, ତଦନ୍ତର ଏକ ପ୍ରକ୍ରିୟା ବୋଲି ପୋଲିସ କହିଛି । ଏପଟେ ନିଖୋଜ ପିହୁର ଖବର ଦେବା ବ୍ୟକ୍ତିକୁ ପୁରସ୍କାର ହିସାବରେ 20 ହଜାର ଟଙ୍କା ଦିଆଯିବ ବୋଲି ପୋଲିସ ଘୋଷଣା କରିଥିବା ବେଳେ ପ୍ରତ୍ୟେକ ସ୍ଥାନରେ ପୋଷ୍ଟର ମଧ୍ୟ ମରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.