ETV Bharat / state

Kharasrota River Tragedy: ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି

author img

By

Published : Mar 19, 2022, 9:09 AM IST

Updated : Mar 19, 2022, 5:19 PM IST

ଖରସ୍ରୋତା ନଦୀରେ 6 ଜଣ ନାବାଳକ ଭାସିଯିବା ଘଟଣା । ଆଜି ଆଉ ୨ ଜଣଙ୍କ ପତ୍ତା ମିଳିଛି । ଅଧିକ ପଢନ୍ତୁ

ଖରସ୍ରୋତାରେ ଭାସି ଯାଇଥିବା 6 ବାଳକ ଗୋଟିଏ ପରିବାରର, ଆଜି ଆଉଜଣଙ୍କ ମୃତଦେହ ଉଦ୍ଧାର
ଖରସ୍ରୋତାରେ ଭାସି ଯାଇଥିବା 6 ବାଳକ ଗୋଟିଏ ପରିବାରର, ଆଜି ଆଉଜଣଙ୍କ ମୃତଦେହ ଉଦ୍ଧାର

ଯାଜପୁର: ଖରସ୍ରୋତା ନଦୀରେ ଗାଧୋଇବା ସମୟରେ 6 ଜଣ ନାବାଳକ ଭାସିଯିବା ଘଟଣାରେ ଆଜି ଆଉ ଜଣଙ୍କର ମୃତଦେହ ଉଦ୍ଧାର ହୋଇ ଥିବାବେଳେ ପରବର୍ତ୍ତୀ ସମୟରେ ଅନ୍ୟଜଣଙ୍କ ମୃତଦେହ ଉଦ୍ଧାର ହୋଇଛନ୍ତି । ଖବର ଲେଖାହେବା ସୁଦ୍ଧା ମୋଟ ୪ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ । ବର୍ତ୍ତମାନ ସୁଦ୍ଧା ଅନ୍ୟ ୨ ଜଣଙ୍କ ପତ୍ତା ମିଳିପାରି ନାହିଁ ।

ସୂଚନା ଅନୁଯାୟୀ, ଗତକାଲି ଦୋଳ ପୂର୍ଣ୍ଣମୀ ଅବସରରେ ଯାଜପୁର ଥାନା ବଡ଼ ସୁଆର ବନ୍ଧମୁଣ୍ଡାର କିଛି ବାଳକ ହୋଲି ଖେଳି ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ନଦୀ ସୁଅରେ ୬ ଜଣ ଭାସି ଯାଇ ଥିବାେଳେ ଅନ୍ୟ ୩ ଜଣ ସୌଭାଗ୍ୟବଶତଃ ବର୍ତ୍ତି ଯାଇଥିଲେ । ପରେ ୩ ଜଣ ପିଲା ଏନେଇ ଗ୍ରାମବାସୀଙ୍କୁ ଖବର ଦେବାପରେ ଗ୍ରାମବାସୀ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ପିଲାମାନଙ୍କ ଖୋଜାଖୋଜି କରିଥିଲେ । ଦୀର୍ଘ ସମୟର ସର୍ଚ୍ଚ ଅପରେସନ ପରେ ଗତକାଲି ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାେଳେ ଆଜି ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି କ୍ରିଷ୍ଣା ଜେନା ଏବଂ କରଣ ଜେନାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: ହୋଲିରେ ଅଘଟଣ, ଗାଧୋଇବା ସମୟରେ ନଦୀରେ ଭାସି ୨ ମୃତ, ୪ ନିଖୋଜ

ତେବେ ଖବର ମୁତାବକ ନଦୀରେ ଭାସି ଯାଇଥିବା 6 ଜଣ ପିଲା ଗୋଟିଏ ପରିବାରର । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଭଣଜା ଓ 4 ଜଣ ଭାଇ ଅଛନ୍ତି । ଏପରି ଏକ ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Mar 19, 2022, 5:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.