ETV Bharat / state

ହୋଲିରେ ଅଘଟଣ, ଗାଧୋଇବା ସମୟରେ ନଦୀରେ ଭାସି ୨ ମୃତ, ୪ ନିଖୋଜ

author img

By

Published : Mar 18, 2022, 4:43 PM IST

Updated : Mar 18, 2022, 9:17 PM IST

ହୋଲିରେ ବଡ ଅଘଟଣ । ରଙ୍ଗ ଖେଳି ଗାଧୋଉ ଥିବା ସମୟରେ ଭାସିଗଲେ ୬ ଜଣ । ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ୪ ଜଣ ନିଖୋଜ । ଅଧିକ ପଢନ୍ତୁ

ହୋଲିରେ ଅଘଟଣ, ଗାଧୋଇବା ସମୟରେ ନଦୀରେ ଭାସିଗଲେ ୬ ଜଣ
ହୋଲିରେ ଅଘଟଣ, ଗାଧୋଇବା ସମୟରେ ନଦୀରେ ଭାସିଗଲେ ୬ ଜଣ

ଯାଜପୁର: ରଙ୍ଗ ଖେଳି ଗାଧୋଉ ଥିବା ସମୟରେ ଯାଜପୁର ଖରସ୍ରୋତାରେ ଭାସି ଯାଇଥିବା ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଅନ୍ୟ ୪ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ । ଆଜି(ଶୁକ୍ରବାର) ରଙ୍ଗ ଖେଳିବା ପରେ ଗାଧୋଉ ଥିବା ସମୟରେ ଏହି ଅଘଟଣ ଘଟିଛି । ଯାଜପୁର ଥାନା ବଡ଼ ସୁଆର ବନ୍ଧମୁଣ୍ଡା ଘାଟରେ ଘଟିଛି ଏହି ଅଘଟଣ ।

ହୋଲିରେ ଅଘଟଣ, ଗାଧୋଇବା ସମୟରେ ନଦୀରେ ଭାସି ୨ ମୃତ, ୪ ନିଖୋଜ

ମୃତକ ଦ୍ବୟ ହେଲେ ବିଶ୍ବଜିତ ଜେନା ଓ କୁମୁନ ଜେନା । କୁପୁନ ବନ୍ଧମୁଣ୍ଡା ଗ୍ରାମର ମାମୁଁଘରକୁ ବୁଲି ଆସିଥିବା ସମୟରେ ନଦୀରେ ଗାଧୋଉଥିବା ସମୟରେ ଏହି ଅଘଟଣ ଘଟିଛି । ଯାଜପୁର ସଦର ବ୍ଲକ ବଡ଼ସୁଆର ପଞ୍ଚାୟତ ବନ୍ଧମୁଣ୍ଡା ଗ୍ରାମ ନିକଟସ୍ଥ ଖରସ୍ରୋତା ନଦୀରେ ଘଟିଛି ଏହି ଅଘଟଣ । ଜଣେ ନବାଳକ ବନ୍ଧମୁଣ୍ଡା ଗ୍ରାମର ମାମୁଁଘରକୁ ବୁଲି ଆସିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଆଜି ଯାଜପୁରରେ ହୋଲି ଖେଳି ବନ୍ଧମୁଣ୍ଡା ଗ୍ରାମର ୯ ଜଣ ପିଲା ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ । ଏମାନଙ୍କ ମଧ୍ୟରୁ ୬ ଜଣ ପିଲା ଗାଧୋଇବା ସମୟରେ ବୁଡିଯାଇ ଥିବାବେଳେ ଅନ୍ୟ ୩ ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେମାନେ ଏ ସମ୍ପର୍କରେ ଗାଁ ଲୋକଙ୍କୁ ଜଣାଇବା ପରେ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ଏଥିସହ ସେମାନେ ଦମକଳ ବାହିନୀ ଓ ଓଡ୍ରାଫ୍ ଟିମକୁ ମଧ୍ୟ ଖବର ଦେଇଥିଲେ । ଯାଜପୁର ଦମକଳ ବାହିନୀ ପହଞ୍ଚି ନଦୀରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରି ଥିବାବେଳେ ଏଯାଏଁ ଅନ୍ୟମାନଙ୍କର କୌଣସି ସନ୍ଧାନ ମିଳିପାରିନାହିଁ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Mar 18, 2022, 9:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.