ETV Bharat / state

Panchayat Poll: ନଗଡାରେ ଶାନ୍ତି ଶୃଙ୍ଖଳାରେ ସରିଲା ମତଦାନ

author img

By

Published : Feb 22, 2022, 10:46 PM IST

ଆଜି ଯାଜପୁରର ଦାନଗଦି ଏବଂ ସୁକିନ୍ଦା ବ୍ଲକରେ ଶେଷ ହୋଇଛି 4ର୍ଥ ପର୍ଯ୍ୟାୟ ମତଦାନ । ଆଜି ଏହି ଦୁଇଟି ସ୍ଥାନରେ 6ଟି ଜିଲ୍ଲା ପରିଷଦ ଜୋନ ଏବଂ 48ଟି ଗ୍ରାମ ପଞ୍ଚାୟତ ପାଇଁ ମୋଟ 6ଶହ 43ଟି ବୁଥରେ ମତଦାନ ହୋଇଥିବାବେଳେ କାଁ ଭାଁ ସ୍ଥାନରେ ଦେଖିବାକୁ ମିଳିଛି କିଛିଟା ବିଶୃଙ୍ଖଳା ହୋଇଥିଲା । ଅଧିକ ପଢନ୍ତୁ

Panchayat Poll:ନଗଡାରେ ଶାନ୍ତି ଶୃଙ୍ଖଳାରେ ସରିଲା ମତଦାନ
Panchayat Poll:ନଗଡାରେ ଶାନ୍ତି ଶୃଙ୍ଖଳାରେ ସରିଲା ମତଦାନ

ଯାଜପୁର: ଆଜି ଯାଜପୁରର ଦାନଗଦି ଏବଂ ସୁକିନ୍ଦା ବ୍ଲକରେ ଶେଷ ହୋଇଛି 4ର୍ଥ ପର୍ଯ୍ୟାୟ ମତଦାନ । ଆଜି ଏହି ଦୁଇଟି ସ୍ଥାନରେ 6ଟି ଜିଲ୍ଲା ପରିଷଦ ଜୋନ ଏବଂ 48ଟି ଗ୍ରାମ ପଞ୍ଚାୟତ ପାଇଁ ମୋଟ 6ଶହ 43ଟି ବୁଥରେ ମତଦାନ ହୋଇଥିବାବେଳେ କାଁ ଭାଁ ସ୍ଥାନରେ ଦେଖିବାକୁ ମିଳିଛି କିଛିଟା ବିଶୃଙ୍ଖଳା ହୋଇଥିଲା । ବହୁଚର୍ଚ୍ଚିତ ସୁକିନ୍ଦା ବ୍ଲକ ଚିଙ୍ଗୁଡିଆପାଳ ପଞ୍ଚାୟତର ନଗଡାରେ ମଧ୍ୟ ଶାନ୍ତିଶୃଙ୍ଖଳା ମଧ୍ୟରେ ମତଦାନ ହୋଇଛି ।

Panchayat Poll:ନଗଡାରେ ଶାନ୍ତି ଶୃଙ୍ଖଳାରେ ସରିଲା ମତଦାନ

ମାତ୍ର ଦାନଗଦି ବ୍ଲକ ଅଶ୍ବସ୍ତପାଳ ପଞ୍ଚାୟତର ପାଇକାଳି-ବଗପାଟିଆ ସ୍କୁଲରେ ଚାଲିଥିବା ବୁଥରେ ଦେଖିବାକୁ ମିଳିଥିଲା କିଛିଟା ବ୍ୟତିକ୍ରମ । ଗ୍ରାମର ସ୍କୁଲକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଥିବାରୁ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଗ୍ରାମବାସୀ ଭୋଟ ବର୍ଜନ କରିଥିବା ସୂଚନା ମିଳିଛି । ସେହିପରି କୁମ୍ଭିରାଗାଡିଆ ପଞ୍ଚାୟତର 11ନଂ ବୁଥରେ ଟିକରସାହି 11ନଂ ୱାର୍ଡର ୱାର୍ଡମେମ୍ବର ପ୍ରାର୍ଥୀଙ୍କ ବାଲାଟ୍‌ ପେପରରେ ଚିହ୍ନରେ ତ୍ରୁଟି ପରିଲକ୍ଷିତ ହେବାରୁ ଏହି ବୁଥରେ ୱାର୍ଡ ମେମ୍ବର ପାଇଁ ଭୋଟ ଗ୍ରହଣ କରାଯାଇ ପାରି ନଥିବା ଜଣାପଡିଛି ।

ସେପଟେ ଗତ ତିନୋଟି ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ବିଭିନ୍ନ ହିଂସାକାଣ୍ଡ ଓ ବୁଥ ଜବରଦଖଲ ଅଭିଯୋଗରେ ଆଜି ସୁଦ୍ଧା 98ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଏସପି । ସେପଟେ ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ତତ୍ପରତା ପ୍ରକାଶ ପାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ଦାନଗଦି ବ୍ଲକରେ 23ଟି ପଞ୍ଚାୟତର 3ଶହ 11ଟି ବୁଥରେ ଭୋଟ ଗ୍ରହଣ କରା ଯାଇଥିବା ବେଳେ ସୁକିନ୍ଦା ବ୍ଲକରେ 25ଟି ପଞ୍ଚାୟତର 3ଶହ 30ଟି ବୁଥରେ ଭୋଟ ଗ୍ରହଣ କରାଯାଇଛି । ଏହି ନିର୍ବାଚନ ମଣ୍ଡଳୀର ହେଭିୱେଟ୍ ନେତା ମଧ୍ୟ ବୁଥକୁ ଯାଇ ନିଜ ମତ ସାବ୍ୟସ୍ତ କରିଛନ୍ତି ।

ବିଗତ ପର୍ଯ୍ୟାୟ ଗୁଡିକର ନିର୍ବାଚନୀ ହିଂସାକୁ ଲକ୍ଷ୍ୟକରି ପୋଲିସ ପ୍ରଶାସନର ତ୍ବରିତ କାର୍ଯ୍ୟାନୁଷ୍ଠାନ ଓ ବିଶେଷ ରୂପେ ତତ୍ପରତା ପ୍ରକାଶ ପାଇଥିବାରୁ ଆଜି ପ୍ରାୟ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି ଭୋଟ ଗ୍ରହଣ । ଅନ୍ୟପଟେ କାଁ ଭାଁ ସ୍ଥାନରେ କିଛିଟା ବିଶୃଙ୍ଖଳା ଦେଖା ଦେଇଥିଲେ ହେଁ ସେଭଳି କୌଣସି ଅପ୍ରିତିକର ପରିସ୍ଥିତି ଘଟିଥିବା ଲକ୍ଷ୍ୟ କରା ଯାଇନାହିଁ । ଅଶ୍ବସ୍ତପାଳ ପଞ୍ଚାୟତର ପାଇକାଳି-ବଗପାଟିଆ ବୁଥ ପରି କୁମ୍ଭିରାଗାଡିଆ ପଞ୍ଚାୟତର 11ନଂ ବୁଥରେ ଟିକରସାହି 11ନଂ ୱାର୍ଡର ୱାର୍ଡମେମ୍ବର ପ୍ରାର୍ଥୀଙ୍କ ବାଲାଟ୍‌ ପେପରରେ ଚିହ୍ନରେ ତ୍ରୁଟି ପରିଲକ୍ଷିତ ହେବାରୁ ଏହି ବୁଥରେ ୱାର୍ଡ ମେମ୍ବର ପାଇଁ ଭୋଟ ଗ୍ରହଣ ହୋଇ ନଥିବା ଜଣାପଡିଛି ।

ତେବେ ଏହି ସ୍ଥାନରେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପଦକ୍ଷେପ ନିଆଯିବ ବୋଲି ବରିଷ୍ଠ ପ୍ରଶାସନିକ ଅଧିକାରୀ ମନ୍ତବ୍ୟ ଦେଇଛନ୍ତି । ଏପଟେ ଗତ ତିନୋଟି ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ବିଭିନ୍ନ ହିଂସାକାଣ୍ଡ ଓ ବୁଥ ଜବରଦଖଲ ଅଭିଯୋଗରେ ଆଜି ସୁଦ୍ଧା 98 ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଏସପି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.