ETV Bharat / state

ପାରିବାରିକ କଳହକୁ କେନ୍ଦ୍ର କରି ସମ୍ପର୍କୀୟ ଭାଇକୁ ହତ୍ୟା, ଅଭିଯୁକ୍ତ ଗିରଫ

author img

By

Published : Oct 16, 2020, 7:55 PM IST

ପାରିବାରିକ କଳହକୁ କେନ୍ଦ୍ରକରି ସମ୍ପର୍କୀୟ ଭାଇକୁ ହତ୍ୟା, ଅଭିଯୁକ୍ତ ଗିରଫ
ପାରିବାରିକ କଳହକୁ କେନ୍ଦ୍ରକରି ସମ୍ପର୍କୀୟ ଭାଇକୁ ହତ୍ୟା, ଅଭିଯୁକ୍ତ ଗିରଫ

ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ସମ୍ପର୍କୀୟ ଭାଇକୁ ଅତି ନିର୍ମମ ଭାବେ ହତ୍ୟା । ଅଭିଯୁକ୍ତ ଭାଇକୁ ଗିରଫ କରି କୋର୍ଟଚାଲଣ କରିଛି ପୋଲିସ । ଅଧିକ ପଢନ୍ତୁ...

ଯାଜପୁର: ଭାଇ ହେଲା ବଇରୀ । ଭାଇ ହାତରେ ଚାଲିଗଲା ଆଉ ଏକ ଭାଇ ଜୀବନ । ପାରିବାରିକ ଶତ୍ରୁତାକୁ କେନ୍ଦ୍ରକରୁ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବନମାଳୀପୁରରେ ଜଣେ ଭାଇ ନିଜ ସମ୍ପର୍କୀୟ ଭାଇକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ସଂପୃକ୍ତ ଅଭିଯୁକ୍ତକୁ ପୋଲିସ ଗିରଫ କରି ଶୁକ୍ରବାର ଅପରାହ୍ନରେ ଚଣ୍ଡିଖୋଲ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ମୃତ ଉଚ୍ଛବ ସେଠୀଙ୍କ ସମ୍ପର୍କୀୟ ଭାଇ ପ୍ରଶାନ୍ତ ସେଠୀ ହୋଇଥିବା ଜଣାପଡ଼ିଛି ।

ପାରିବାରିକ କଳହକୁ କେନ୍ଦ୍ରକରି ସମ୍ପର୍କୀୟ ଭାଇକୁ ହତ୍ୟା, ଅଭିଯୁକ୍ତ ଗିରଫ

ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ବନମାଳୀ ଗାଁ ନିକଟ ନଦୀବନ୍ଧ ରାସ୍ତାରୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଏକ ଯୁବକଙ୍କ ମୃଦଦେହ ଦେଖିବାକୁ ମିଳିଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ବାଲିଚନ୍ଦ୍ରପୁର ପୋଲିସ । ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୋଲିସର ସନ୍ଦେହ ହୋଇଥିଲା । ମୃତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ଉଚ୍ଛବ ସେଠୀ । ତେବେ ଏହି ହତ୍ୟାକାଣ୍ଡ ପଛରେ ମୃତକଙ୍କ ସମ୍ପର୍କୀୟ ଭାଇ ପ୍ରଶାନ୍ତ ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା । ଏହାପରେ ଅଭିଯୁକ୍ତ ଭାଇକୁ ଗିରଫ କରି କୋର୍ଟ ଚାଲଣ କରିଛି ପୋଲିସ । ଅଭିଯୁକ୍ତ ନିକଟରୁ ମାରଣାସ୍ତ୍ର ଜବତ କରାଯାଇଛି । ତେବେ ପାରିବାରିକ ଶତ୍ରୁତାଙ୍କୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସାମ୍ବାଦିକ ସମ୍ମିଳନୀରେ ଯାଜପୁର ରୋଡ୍ ଏସଡିପିଓ ଚିନ୍ମୟ କୁମାର ନାୟକ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.