ETV Bharat / state

ବ୍ୟାରେଜ ନିର୍ମାଣ ଦାବି, ବିଧାୟିକାଙ୍କ ସହ ମୁଖ୍ୟ ଯନ୍ତ୍ରୀଙ୍କ ସ୍ଥାନ ପରିଦର୍ଶନ

author img

By

Published : Nov 20, 2021, 10:34 PM IST

ଯାଜପୁର ବିଞ୍ଝାରପୁରରେ ବ୍ୟାରେଜ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଆସୁଥିବାବେଳେ ସ୍ଥାନ ପରିଦର୍ଶନ କଲେ ବିଧାୟିକାଙ୍କ ସହିତ ମୁଖ୍ୟ ଯନ୍ତ୍ରୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀ । ଅଧିକ ପଢନ୍ତୁ

ବ୍ୟାରେଜ ନିର୍ମାଣ ଦାବି: ବିଧାୟିକାଙ୍କ ସହ ମୁଖ୍ୟ ଯନ୍ତ୍ରୀଙ୍କ ସ୍ଥାନ ପରିଦର୍ଶନ
ବ୍ୟାରେଜ ନିର୍ମାଣ ଦାବି: ବିଧାୟିକାଙ୍କ ସହ ମୁଖ୍ୟ ଯନ୍ତ୍ରୀଙ୍କ ସ୍ଥାନ ପରିଦର୍ଶନ

ଯାଜପୁର: ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର କୁଶୁନପୁର ଠାରେ ଖରସ୍ରୋତାର ଶାଖା ବେଙ୍ଗା ନଦୀରେ ବ୍ୟାରେଜ ନିର୍ମାଣ ପାଇଁ ବହୁ ଦିନରୁ ସ୍ଥାନୀୟ ଗ୍ରାମବାସୀ ବିଧାୟିକାଙ୍କ ନିକଟରେ ଦାବି କରିଆସୁଥିଲେ । ଏବେ ଗ୍ରାମବାସୀଙ୍କ ଦାବିକୁ ଦୃଷ୍ଟିରେ ରଖି ସ୍ଥାନୀୟ ବିଧାୟିକା ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ବରେ ମୁଖ୍ୟଯନ୍ତ୍ରୀ, ଏକଜ୍ୟୁକେଟିଭ ଇଞ୍ଜିନିୟର, ଆସିଷଣ୍ଡାଣ୍ଟ ଇଞ୍ଜିନିୟର ଓ ବ୍ଲକ ଅଧ୍ୟକ୍ଷ ନନ୍ଦ କିଶୋର ସାମଲ ପ୍ରମୁଖ ନିର୍ମାଣ ପାଇଁ ଦାବି ହେଉଥିବା ସ୍ଥାନ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି ।

ସ୍ଥାନ ପରିଦର୍ଶନ କରିବା ସହ କେମିତି ଶୀଘ୍ର ବ୍ୟାରେଜ ନିର୍ମାଣ ହେବ ସେ ବିଷୟରେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା କରିଥିଲା ବିଧାୟିକାଙ୍କ ନେତୃତ୍ବାଧୀନ ଏହି ଟିମ । ଆଜିର ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ୨୬ ନମ୍ବର ଜିଲ୍ଲା ପରିଷଦର ସଭ୍ୟା ସୁଷମା ସେଠି, ସମାଜସେବୀ ବିଜ୍ଞାନ ମଲ୍ଲିକ, ଭକ୍ତବନ୍ଦୁ ବେଉରିଆ ପ୍ରମୁଖ ମଧ୍ୟ ସାମିଲ ହୋଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.