ETV Bharat / state

ଇଚ୍ଛାମୃତ୍ୟୁ ନିବେଦନ: ରାଷ୍ଟ୍ରପତିଙ୍କୁ ଗୁହାରି କଲେ ନିଖୋଜ ପିହୁଙ୍କ ମା

author img

By

Published : May 9, 2022, 8:26 PM IST

ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କଲେ ପିହୁର ମାଆ ମୋନାଲିସା ନାୟକ । ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ଅନୁମତି ମାଗିଲେ ମୋନାଲିସା । ଅଧିକ ପଢନ୍ତୁ

ଝିଅ ପାଇଁ ମାଆର ଇଚ୍ଛାମୃତ୍ୟୁ ନିବେଦନ
ଝିଅ ପାଇଁ ମାଆର ଇଚ୍ଛାମୃତ୍ୟୁ ନିବେଦନ

ଯାଜପୁର: ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କଲେ ପିହୁର ମାଆ ମୋନାଲିସା ନାୟକ । ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ଅନୁମତି ମାଗିଲେ ମୋନାଲିସା । ଝିଅ ନିଖୋଜ ହେବାର ୨୦ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଝିଅର କୌଣସି ପତ୍ତା ନମିଳିବାରୁ ମୋନାଲିସା ଇଛା ମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ଅନୁମତି ଭିକ୍ଷା କରିଛନ୍ତି ।

ଝିଅ ପାଇଁ ମାଆର ଇଚ୍ଛାମୃତ୍ୟୁ ନିବେଦନ

ଆଜି(ସୋମବାର) ମୋନାଲିସା ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଭେଟି ଏହି ଦାବିପତ୍ର ଦେଇଛନ୍ତି । ସୂଚନା ଅନୁସାରେ, ୨୦୨୦ ମସିହା ଅଗଷ୍ଟ ୯ ତାରିଖ ଦିନ ପିହୁ ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁ ନିଜ ମାମୁଁ ଘରେ ଖେଳୁଥିବାବେଳେ ହଠାତ୍‌ ନିଖୋଜ ହୋଇଯାଇଥିଲା । ତେବେ ପରିବାର ଲୋକଙ୍କ ପକ୍ଷରୁ ଏହା ଏକ ଅପହରଣ ବୋଲି ବିଞ୍ଝାରପୁର ଥାନାରେ ଅଭିଯୋଗ କରାଯାଇଥିଲା । ନିଖୋଜ ଝିଅକୁ ପାଇବା ପାଇଁ ଥାନା ଠାରୁ ଡିଜି ଅଫିସ ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଦୌଡି ଥିଲେ ମୋନାଲିସା । ଶେଷରେ ସବୁଠି ନିରାଶ ହେବା ପରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି ମୋନାଲିସା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.