ETV Bharat / state

ନିଖୋଜର ୨ବର୍ଷ ପରେ ପିହୁ ପାଇଁ ଲାଗିଲା ପୋଷ୍ଟର, ପରିବାରର CBI ତଦନ୍ତ ଦାବି

author img

By

Published : Sep 6, 2022, 8:00 PM IST

ପୁଣି ଚର୍ଚ୍ଚାରେ ଯାଜପୁର ବିଞ୍ଝାରପୁରର ପିହୁ ନିଖୋଜ ମାମଲା । ନିଖୋଜର ଦୀର୍ଘ ୨ ବର୍ଷ ପରେ ଏବେ ପିହୁ ପୋଷ୍ଟର ଲଗାଇଛି ପୋଲିସ । ଆଉ ପିହୁ ସମ୍ପର୍କରେ ସୂଚନା ଦେଲେ ୫ ଲକ୍ଷ ଟଙ୍କା ଦେବାଲାଗି ଘୋଷଣା କରିଛି । ପରିବାର ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ଆଶା ହରାଇଥିବା ବେଳେ ସିବିଆଇ ତଦନ୍ତ ପାଇଁ ଦାବି କରିଛି । ଦେଖନ୍ତୁ ଏହି ରିପୋର୍ଟ

ନିଖୋଜର ୨ବର୍ଷ ପରେ ପିହୁ ପାଇଁ ଲାଗିଲା ପୋଷ୍ଟର, ପରିବାରର CBI ତଦନ୍ତ ଦାବି
ନିଖୋଜର ୨ବର୍ଷ ପରେ ପିହୁ ପାଇଁ ଲାଗିଲା ପୋଷ୍ଟର, ପରିବାରର CBI ତଦନ୍ତ ଦାବି

ଯାଜପୁର: ପୁଣି ଚର୍ଚ୍ଚାରେ ଯାଜପୁର ବିଞ୍ଝାରପୁରର ପିହୁ ନିଖୋଜ ମାମଲା । ଘଟଣାର ୨ ବର୍ଷ ପରେ ଏବେ ତତ୍ପରତା ଦେଖାଇଛି ପୋଲିସ । ଆଉ ପିହୁକୁ ଖୋଜି ଆଣିବା ଲାଗି ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି । ପିହୁ ସମ୍ପର୍କରେ ଯିଏ ସୂଚନା ଦେବ ତାକୁ ୫ ଲକ୍ଷ ଟଙ୍କା ଦେବା ଲାଗି ଘୋଷଣା ହୋଇଛି । ଏତେ ଦିନ ପରେ ମଧ୍ୟ ପିହୁ ମିଳିନଥିବାରୁ ପୋଲିସର ଏହି କାର୍ଯ୍ୟକୁ ଏକ ପ୍ରକାର ଷଡ଼ଯନ୍ତ୍ର କହିଛନ୍ତି ପରିବାର । ଆଉ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ।

ନିଖୋଜର ୨ବର୍ଷ ପରେ ପିହୁ ପାଇଁ ଲାଗିଲା ପୋଷ୍ଟର, ପରିବାରର CBI ତଦନ୍ତ ଦାବି

ଗତ ୨୦୨୦ ମସିହା ଅଗଷ୍ଟ ୯ ତାରିଖରେ ବିଞ୍ଝାରପୁର ଥାନା ମଧୁସୂଦନପୁର ଗାଁର ପିହୁ ଗାଁଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଥିଲା । ପରିବାର ଲୋକେ ଏହାକୁ ଅପହରଣ ବୋଲି ଅଭିଯୋଗ କରିଥିଲେ। କୁନିଝିଅ ପିହୁର କୌଣସି ସନ୍ଧାନ ନମିଳିବାରୁ ପୋଲିସ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ତାର ପିତାମାତା । ଘଟଣାକୁ 2ବର୍ଷ ବିତିଥିଲେ ହେଁ ଏ ସମ୍ପର୍କରେ ପୋଲିସ କାହାକୁ କିଛି ନ ପଚରାଉଚରା ନକରି ତଦନ୍ତ ଚାଲିଥିବା କାହିଁକି ଚୁପ୍ ହୋଇ ବସିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

ଶିଶୁ ନିଖୋଜ ହେବାର ଦୁଇ ବର୍ଷ ପୂରିବା ପରେ ଏବେ ପିହୁକୁ ଠାବ କରିବା ପାଇଁ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପିହୁ ସମ୍ପର୍କରେ ସୂଚନା ଦାତାଙ୍କୁ 5 ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରିଛି ପୋଲିସ । ଏନେଇ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଜାରି କରାଯାଇଛି । ସେପଟେ ପିହୁର ମା' ମୋନାଲିଶା ସିବିଆଇ ତଦନ୍ତ ଦାବି କରିଛନ୍ତି । ଏଥିସହ 15ଦିନ ମଧ୍ୟରେ ସୁଫଳ ନମିଳିଲେ ଶିଶୁ ସୁରକ୍ଷା ଅଧିକାର ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।

ଏହି ଘଟଣା ପଛରେ ନିଶ୍ଚିତ ସେଭଳି କିଛି ନା କିଛି ଗମ୍ଭୀର କାରଣ ରହିଛି ବୋଲି ଦର୍ଶାଉଛନ୍ତି ପରିବାର ଲୋକ । ଦୀର୍ଘ 2ବର୍ଷ ବିତିଯାଇଥିଲେ ହେଁ ଏବେ ସୁଧା ପିହୁର କୌଣସି ପତ୍ତା ପାଇପାରିନି ପୋଲିସ । ପିହୁକୁ ଠାବ କରିବାରେ ପୋଲିସ୍ ପ୍ରଶାସନ ବିଫଳ କାହିଁକି ଏବଂ ସରକାର ନିରବ କାହିଁକି ? ଏଭଳି ପ୍ରଶ୍ନ ଉଠାଇଛନ୍ତି ପିହୁର ପିତାମାତା, ପରିବାର ଓ ଗ୍ରାମବାସୀ । ଘଟଣା ଏକ ନିଖୋଜ ମାମଲା ନୁହେଁ ବରଂ ଏହା ଏକ ଅପହରଣ ମାମଲା ବୋଲି ଅଡି ବସିବା ସହ ଘଟଣାର ପର୍ଦ୍ଦାଫାଶ ପାଇଁ ସେମାନେ ସିବିଆଇ ତଦନ୍ତ ଦାବି କରିଛନ୍ତି ।

ସେପଟେ ସୂଚନା ଦାତାଙ୍କୁ 5ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ବିଞ୍ଝାରପୁର ପୋଲିସ । ଏହାକୁ ତୀବ୍ର ସମାଲୋଚନା କରିଛନ୍ତି ଆଇନଜୀବୀ ଜଗନ୍ନାଥ ପ୍ରସାଦ ପତି । ସେ କହିଛନ୍ତି, " ଆଜିକାଲି ଏଭଳି ଘଟଣାରେ ଅନେକ ଟେକ୍ନୋଲୋଜିର ବିକଶିତ ହୋଇଛି । ମାତ୍ର ପୋଲିସ ତାର ସଦୁପଯୋଗ ନ କରି ପୋଷ୍ଟର ଲଗାଇ ଚୁପ ହୋଇ ବସିଛି । ସରକାର ଯେଉଁ ଅର୍ଥ ଦେଉଛନ୍ତି ସେଗୁଡ଼ିକ ପୋଲିସ କାହିଁକି ନେଉଛି ?" ମାତ୍ର ପୋଲିସ ଅଧିକାରୀ ମାନେ ଏହି ଘଟଣାରେ କୌଣସି ପ୍ରତିକ୍ରିୟା ଦେବାକୁ ରାଜି ହୋଇନାହାନ୍ତି ।

ସେପଟେ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରିବା କରିବା ସହିତ ସିବିଆଇକୁ ଏହି କେସ ହସ୍ତାନ୍ତର କରିବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ବାଳ l ପିହୁ ନିଖୋଜ ହେବାର 2ବର୍ଷ ବିତିଯାଇଥିଲେ ହେଁ ସେ ଏଯାଏ ଠାବ ହୋଇପାରୁନି । ପିହୁକୁ ଠାବ କରିବାକୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଥିବା ବେଳେ ଏବେ କଣ ରହୁଛି ପୋଲିସର କାର୍ଯ୍ୟାନୁଷ୍ଠାନ ତାହା ଉପରେ ସମସ୍ତଙ୍କ ନଜର ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.