ETV Bharat / state

ଶ୍ରମିକ ବଦଳରେ କାମ କରୁଛି ମେସିନ, ନିମ୍ନମାନର କାମ କରି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

author img

By

Published : Aug 30, 2021, 7:54 PM IST

ଯାଜପୁର ଜିଲ୍ଲା କୋରେଇରେ ସରକାରୀ ଯୋଜନାରେ ଲକ୍ଷାଧିକ ଟଙ୍କା ଲୁଟ। ଶ୍ରମିକ ବଦଳରେ କାମ କରୁଛି ମେସିନ । ତଦନ୍ତ ଦାବି କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ଶ୍ରମିକ ବଦଳରେ କାମ କରିଛି ମେସିନ, ନିମ୍ନମାନର କାମ କରି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ
ଶ୍ରମିକ ବଦଳରେ କାମ କରୁଛି ମେସିନ, ଯୋଜନା ନାଁରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

ଯାଜପୁର: ମନରେଗା, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ପୋଖରୀ ଖୋଳା ଏବଂ ପଥର ପ୍ୟାକିଙ୍ଗରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି । ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ସାଦକପୁର ପଞ୍ଚାୟତରୁ । ପ୍ରାୟ 13ଲକ୍ଷ ଟଙ୍କାର ସ୍ବତନ୍ତ୍ର ଅନୁଦାନକୁ ନାଁକୁ ମାତ୍ର କାମକରି ମିଳିମିଶି ଚଳୁ କରିଦେଇଥିବା ଅଭିଯୋଗ କରି ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ । ସେପଟେ ଗ୍ରାମବାସୀଙ୍କ ଅଭିଯୋଗ ପରେ ତଦନ୍ତ ହେବା ପାଇଁ ଟିମ ଗଠନ ହୋଇ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି କୋରୋଇ ବିଡିଓ ।

ଅଭିଯୋଗ ଅନୁସାରେ, କୋରେଇ ବ୍ଲକ ଅନ୍ତର୍ଗତ ସାଦକପୁର ଗ୍ରାମରେ ପୋଖରୀରୁ ପଙ୍କ ଉଦ୍ଧାର ଏବଂ ଏହାର ଚାରିପଟେ ଆଡିବନ୍ଧକୁ ପଥରପ୍ୟାକିଙ୍ଗ କରିବା ପାଇଁ ମନରେଗା ଯୋଜନାରେ 5 ଲକ୍ଷ ଟଙ୍କା ଏବଂ ଆଡିବନ୍ଧ ପଥର ପ୍ୟାକିଂ ପାଇଁ 7ଲକ୍ଷ 84 ହଜାର ଟଙ୍କାର ସ୍ବତନ୍ତ୍ର ଅନୁଦାନ ଆସିଥିଲା। ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ବେଖାତିର କରି ଜେସିବି ଓ ଟ୍ରାକ୍ଟର ଲଗାଇ ଏହି କାମ କରାଯାଇଥିଲା। ଫଳରେ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କେବଳ କାଗଜ କଲମରେ ସୀମିତ ହୋଇ ରହିଗଲା ।

ଶ୍ରମିକ ବଦଳରେ କାମ କରିଛି ମେସିନ, ନିମ୍ନମାନର କାମ କରି ଲକ୍ଷଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ

ତେବେ ଅଭିଯୋଗ କେବଳ ଏତିକିରେ ସୀମିତ ନୁହେଁ। ମାତ୍ର କିଛି ଦିନ ତଳେ ଲକ୍ଷଲକ୍ଷ ଟଙ୍କା ବିନିମୟରେ ନିର୍ମିତ ବନ୍ଧରୁ ଅସରାଏ ବର୍ଷାରେ ପଥର ଖସିଯିବା ଆରମ୍ଭ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏନେଇ ସ୍ଥାନୀୟ ବିଡିଓଙ୍କୁ ପଚାରାଯିବାରୁ ସେ କହିଛନ୍ତି, ଅଭିଯୋଗ ଆଧାରରେ ଏକ ଟିମ ଗଠନ କରାଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ । ତେବେ ଏନେଇ କଣ କାର୍ଯ୍ୟାନୁଷ୍ଠାନ ହେଉଛି ତାକୁ ଗ୍ରାମବାସୀଙ୍କ ଅପେକ୍ଷା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.