ETV Bharat / state

Police Chained Journalist At Hospital: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

author img

By

Published : Apr 8, 2022, 9:47 PM IST

ନୀଳଗିରିରେ କାର୍ଯ୍ୟରତ ଜଣେ ସାମ୍ବାଦିକଙ୍କୁ ପୋଲିସ ମାଡ ମାରିବା ଏବଂ ଡାକ୍ତରଖାନାରେ ଗୋଡରେ ବେଡି ପକାଇବାକୁ ଯାଜପୁର ଉତ୍କଳ ସାମ୍ବାଦିକ ସଙ୍ଘର ବିରୋଧ । ଅଧିକ ପଢନ୍ତୁ

Police chained Journalist At Hospital: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
Police chained Journalist At Hospital: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଯାଜପୁର: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର ଜଣେ କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ପୋଲିସର ଅମାନୁଷିକ କାର୍ଯ୍ୟାନୁଷ୍ଠାନକୁ ଦୃଢ ନିନ୍ଦା କଲା ଯାଜପୁର ଉତ୍କଳ ସାମ୍ବାଦିକ ସଙ୍ଘ । ଏନେଇ ଆଜି(ଶୁକ୍ରବାର) ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକଙ୍କ ଜରିଆରେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ସାମ୍ବାଦିକ ଦଳେଇଙ୍କୁ ପୋଲିସର ମାଡ ସହିତ ଚିକିତ୍ସା ସମୟରେ ତାଙ୍କ ଗୋଡ଼ରେ ବେଡି ପକାଇ ଅମାନୁଷିକ ଭାବେ ନିର୍ଯ୍ୟାତନା ଦେବା ଘଟଣାକୁ ବିରୋଧ କରି ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ପ୍ରଣୟନ କରିବାକୁ ଦାବି କରାଯାଇଛି । ସଙ୍ଘ ସଭାପତି ହରିହର ସ୍ୱାଇଁଙ୍କ ନେତୃତ୍ୱରେ ଉପସଭାପତି ବାଞ୍ଛାନିଧି ସାହୁ, କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ ମିଶ୍ର, ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜି, ଜିଲ୍ଲା ଶାଖା ସାଧାରଣ ସମ୍ପାଦକ ରବିନାରାୟଣ କରଙ୍କ ସମେତ ସମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ।


ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.