ETV Bharat / state

ଢ଼ିଙ୍କିଆରେ ପୋଲିସ ଲାଠିମାଡ ଘଟଣାରେ SUCI କମ୍ୟୁନିଷ୍ଟ ପାର୍ଟିର ବିକ୍ଷୋଭ

author img

By

Published : Jan 17, 2022, 10:42 PM IST

Updated : Jan 17, 2022, 10:54 PM IST

ପ୍ରସ୍ତାବିତ JSW ପ୍ରକଳ୍ପ ଅଞ୍ଚଳ ଢିଙ୍କିଆରେ ଗ୍ରାମବାସୀଙ୍କୁ ଲାଠିମାଡ ଘଟଣା ପ୍ରତିବାଦରେ SUCI କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଯାଜପୁରରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

Slug jajpur district SUCI Communist protest against police action in dhinkia
ଢ଼ିଙ୍କିଆରେ ପୋଲିସ ଲାଠିମାଡ ଘଟଣାରେ SUCI କମ୍ୟୁନିଷ୍ଟ ପାର୍ଟିର ବିକ୍ଷୋଭ

ଯାଜପୁର: ପ୍ରସ୍ତାବିତ JSW ପ୍ରକଳ୍ପ ଅଞ୍ଚଳ ଢିଙ୍କିଆରେ ଗ୍ରାମବାସୀଙ୍କୁ ଲାଠିମାଡ ଘଟଣା ପ୍ରତିବାଦରେ ଯାଜପୁରରେ ବିକ୍ଷୋଭ ପ୍ରଦର୍ଶନ । ଯାଜପୁର SUCI କମ୍ୟୁନିଷ୍ଟ ପାର୍ଟି ଏହି ବିକ୍ଷୋଭ ପ୍ରଦର୍ଶନ କରିଛି । ସାଧାରଣ ଲୋକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନିନ୍ଦା କରିଛି ସଂଗଠନ ।

କିଷାନ ମଜଦୁର ସଙ୍ଗର ଉପ-ସଭାପତି ସଦାଶିବ ଦାଶଙ୍କ ନେତୃତ୍ବରେ ସହରର କିଆନାଳି ଛକରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଜୋର ଜବରଦସ୍ତ ଜମି ଅଧିଗ୍ରହଣ ଆଦେଶକୁ ତରନ୍ତ ପ୍ରତ୍ୟାହୃତ କରିବା ସହ ଜମି ହରାଇଥିବା ଚାଷୀଙ୍କୁ ଫେରାଇବା ପାଇଁ ଦାବି କରିଛି ସଂଗଠନ ।

ଢ଼ିଙ୍କିଆରେ ପୋଲିସ ଲାଠିମାଡ ଘଟଣାରେ SUCI କମ୍ୟୁନିଷ୍ଟ ପାର୍ଟିର ବିକ୍ଷୋଭ

ଏହାମଧ୍ୟ ପଢନ୍ତୁ: ବିଡିଓଙ୍କ କରାମତି, ବଦଳିଗଲା ବ୍ଲକ ଅଫିସର ଚିତ୍ର

ଜଗତସିଂହପୁର ଜିଲ୍ଲା ଢ଼ିଙ୍କିଆରେ ପ୍ରଶାସନ ଦ୍ବାରା ଜୋର ଜବରଦସ୍ତ ପାନ ବରଜ ଅଧିଗ୍ରହଣ ଅଭିଯୋଗ ପରେ ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ମୃଦୁ ଲାଠିଚାର୍ଜ କରିଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବାପରେ ସାରାରାଜ୍ୟରେ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Jan 17, 2022, 10:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.