ETV Bharat / state

ଶ୍ବଶୁର ଘରକୁ ସ୍ତ୍ରୀର ଅଶ୍ଳୀଳ ଭିଡିଓ ପଠାଇ ସ୍ବାମୀ ଗିରଫ

author img

By

Published : Jul 5, 2021, 4:57 PM IST

Updated : Jul 5, 2021, 5:06 PM IST

ଯାଜପୁର ଜିଲ୍ଲାରେ ମହିଳାଙ୍କୁ ସ୍ବାମୀଙ୍କ ନିର୍ଯାତନା ଅଭିଯୋଗ । ଶ୍ବଶୁର ଘରକୁ ପଠାଇଲେ ଅଶ୍ଳୀଳ ଭିଡିଓ । ଥାନାରେ ପତ୍ନୀଙ୍କ ଅଭିଯୋଗ ପରେ ବନ୍ଧା ହେଲେ ସ୍ବାମୀ । ଅଧିକ ପଢନ୍ତୁ...

ଶ୍ବଶୁର ଘରକୁ ସ୍ତ୍ରୀର ଅଶ୍ଳୀଳ ଭିଡିଓ ପଠାଇ ସ୍ବାମୀ ଗିରଫ
ଶ୍ବଶୁର ଘରକୁ ସ୍ତ୍ରୀର ଅଶ୍ଳୀଳ ଭିଡିଓ ପଠାଇ ସ୍ବାମୀ ଗିରଫ

ଯାଜପୁର: କୁଆଖିଆ ଥାନା ମାନପୁର ଗାଁରେ ଦେଖିବାକୁ ମିଳିଛି ଲଜ୍ଜାକର ଘଟଣା । ସ୍ତ୍ରୀର ଅଶ୍ଳୀଳ ଭିଡିଓ ଶ୍ବଶୁର ଘରକୁ ପଠାଇ ସ୍ବାମୀ ଗିରଫ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ନିର୍ଯାତନାର ଶିକାର ହୋଇଥିବା ମହିଳା ଜଣଙ୍କ ଥାନାରେ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି ।

ଶ୍ବଶୁର ଘରକୁ ସ୍ତ୍ରୀର ଅଶ୍ଳୀଳ ଭିଡିଓ ପଠାଇ ସ୍ବାମୀ ଗିରଫ

ମିଳିଥିବା ସୂଚନା ଅନୁସାରେ ୨୦୧୬ ମସିହା ଜୁଲାଇ ୧୫ ତାରିଖରେ ସତ୍ୟବ୍ରତ ପଣ୍ଡାଙ୍କୁ ବିବାହ କରିଥିଲେ ଅଭିଯୋଗକାରିଣୀ ମହିଳା । ବିବାହ କିଛି ଦିନ ଭଲରେ ଚାଲିଥିଲା ସଂସାର । ହେଲେ ପରେ ସ୍ବାମୀ ସତ୍ୟବ୍ରତର ଅତ୍ୟାଚାର ଧୀରେ ଧୀରେ ବଢ଼ି ଯାଇଥିଲା । ମାଡ଼ ମାରିବା ସହ ସ୍ତ୍ରୀର ଅଶ୍ଲୀଳ ଭିଡିଓ ଶ୍ବଶୁର ଘରକୁ ପଠାଉଥିଲା ସ୍ବାମୀ । କେବଳ ଏତିକି ନୁହେଁ, ଏହା ସହ କିଛି କହିଲେ ଭାଇରାଲ କରିଦେବାର ଧମକ ମଧ୍ୟ ଦେଉଥିଲା ସ୍ବାମୀ । ନିର୍ଯାତନା ସହି ନପାରି ଶେଷରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ମହିଳା ।

ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ସ୍ବାମୀ ସତ୍ୟବ୍ରତକୁ ଗିରଫ କରିଛି କୁଆଖିଆ ଥାନା ପୁଲିସ । ଏନେଇ ଯାଜପୁର ରୋଡ ଏସଡିପିଓ ଚିନ୍ମୟ କୁମାର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିସହିତ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତି ଅଛନ୍ତି, ସେ ନେଇ ପୋଲିସ ତଦନ୍ତ କରୁଛି । ଯଦି ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଥିବ, ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Jul 5, 2021, 5:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.