ETV Bharat / state

ଘରେ ଆପେ ଆପେ ଲାଗୁଛି ନିଆଁ, କାରଣ ଜାଣିପାରୁନାହାନ୍ତି ପରିବାର

author img

By ETV Bharat Odisha Team

Published : Dec 14, 2023, 10:38 PM IST

Firre Breaks Out Surprisingly: ଯାଜପୁରରେ ଦେଖିବାକୁ ମିଳିଛି ଅଦ୍ଭୁତ ଘଟଣା । ଘରେ ଥିବା ବିଭିନ୍ନ ଜିନିଷରେ ଆକସ୍ମିକ ଲାଗୁଛି ନିଆଁ । ଅଧିକ ପଢନ୍ତୁ

fire breaks out surprisingly
ଆପେ ଆପେ ଘରେ ଲାଗି ଯାଉଛି ନିଆଁ

ଆପେ ଆପେ ଘରେ ଲାଗି ଯାଉଛି ନିଆଁ

ଯାଜପୁର: ଘରେ ଥିବା ବିଭିନ୍ନ ଜିନିଷରେ ଆକସ୍ମିକ ଲାଗୁଛି ନିଆଁ । ଯାହାକୁ ନେଇ ଗୁଣି ଗାରେଡିକୁ ବିଶ୍ୱାସ କରିବାକୁ ବାଧ୍ୟ ହୋଇଛନ୍ତି ପରିବାରଲୋକେ । ଏଭଳି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ସୂଚନା ଅନୁସାରେ, "ଚାହୁଁ ଚାହୁଁ ହଠାତ କୌଣସି କାରଣ ନଥାଇ ଘରର ବିଭିନ୍ନ ଉପକରଣ ଜିନିଷରେ ଲାଗି ଯାଉଛି ନିଆଁ । ଘରର କବାଟ, ଝରକା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆସବାବପତ୍ରରେ ମଧ୍ୟ ନିଆଁ ଲାଗିଯାଉଛି । ଯାଜପୁର ବ୍ଲକ ଗୋବିନ୍ଦପୁର ଗାଁରେ ଗତ କିଛି ଦିନ ହେଲା ଏଭଳି ଆକସ୍ମିକ ଅଗ୍ନିକାଣ୍ଡ ଘଟଣା ଦେଖିବାକୁ ମିଳିଛି । ଫଳରେ ଲୋକେ ଘରୁ ବାହାରୁ ଆସି ପଦାରେ ପଡିଛନ୍ତି । ଏହି ଅଗ୍ନିକାଣ୍ଡର କାରଣ ଜଣା ପଡି ନଥିବାବେଳେ ଏହା ଏକ ଭୌତିକ କାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଆଖି ପିଛୁଳାକେ ଘର ଭିତରେ ଥିବା ବିଭିନ୍ନ ଆସବାବପାତ୍ରରେ ନିଆଁ ଲାଗୁଛି । ବିଛଣା ଠାରୁ ଆରମ୍ଭ କରି ଘରର କବାଟ, ଝରକାରେ ହଠାତ ନିଆଁ ଲାଗି ଯାଉଛି । ଫଳରେ ଭୟରେ ଘର ଛାଡ଼ି ପରିବାର ଲୋକେ ପଦାରେ ପଡିଛନ୍ତି । ଗୋବିନ୍ଦପୁର ଗାଁର ସୁବାସ ଚନ୍ଦ୍ର ସାହୁ ଓ ଗୋପାଳ ଚନ୍ଦ୍ର ସାହୁଙ୍କ ଘରେ ଗତ କିଛି ଦିନ ଧରି ଏଭଳି ଘଟୁଛି । ଯେଉଁଥିପାଇଁ ପରିବାର ଲୋକେ ଭୋକ ଉପବାସରେ ପଡି ରହିଛନ୍ତି । ଏହା ଏକ ଭୌତିକ କାଣ୍ଡ ବୋଲି କେହି କେହି କହୁଥିବାବେଳେ କିଏ ଗୁଣି ଗାରେଡି ଯୋଗୁ ଏଭଳି ଘଟୁଥିବା କହୁଛନ୍ତି । ସେଥିପାଇଁ ପରିବାର ଲୋକେ ଗୁଣିଆଙ୍କ ସହାୟତା ନେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଯାହାକୁ ନେଇ ଏବେ ଚିନ୍ତାରେ ପରିବାର ।

ଏହା ବି ପଢନ୍ତୁ...ତେନ୍ତୁଳି ଗଛରୁ ଝରୁଛି କ୍ଷୀର ! କିଏ କହୁଛି ଆଶ୍ଚର୍ଯ୍ୟ, କିଏ କହୁଛି ଅଲୌକିକ

ଦିନ ରାତି ସବୁ ବେଳେ ଏହି ନିଆଁ ଲାଗି ରହୁଛି । ନିଆଁ ଲିଭାଇବା ପରେ ମଧ୍ୟ ପୁନର୍ବାର ଲାଗୁଛି । ନିଆଁକୁ ଆୟତ୍ତ କରିବାକୁ ଆସିଥିବା ଦମକଳ ବାହିନୀ ମଧ୍ୟ ବିଫଳ ହୋଇଛି । ଅଗ୍ନିକାଣ୍ଡର କାରଣ ମଧ୍ୟ ଜଣା ପଡ଼ିନାହିଁ । ବିଜ୍ଞାନ ଯୁଗରେ ଗୁଣି ଗାରେଡିକୁ ଲୋକେ ବିଶ୍ୱାସ କରୁନଥିବା ବେଳେ ଏଭଳି ଘଟଣାକୁ ଦେଖି କେହି କେହି ଏହାକୁ ବିଶ୍ୱାସ କରିବାରେ ଲାଗିଲେଣି l ସେପଟେ ଏଭଳି ଘଟଣାକୁ ନେଇ ଚିନ୍ତାରେ ଗ୍ରାମବାସୀ। ଏହି ନିଆଁକୁ ଆୟତ୍ତ କରିବା ପାଇଁ ପରିବାର ପକ୍ଷରୁ ସମସ୍ତ ପ୍ରଚେଷ୍ଟା କରିବା ପରେ ବି ସମସ୍ତେ ବିଫଳ ହୋଇଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.