ETV Bharat / state

ଯାଜପୁରରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ

author img

By

Published : Mar 15, 2020, 8:27 AM IST

ଯାଜପୁର ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଂଶୁଘାତ ମୁକାବିଲା କରିବା ସଂପର୍କରେ ଆଲୋଚନା କରାଯାଇଥିଲା । ଆହୁରି ପଢନ୍ତୁ...

Disaster management meeting held in Jajpur
ଯାଜପୁରରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ

ଯାଜପୁର: ଯାଜପୁର ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଜପୁରର ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣୀ ନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଯାଜପୁର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଦଳ, ଜିଲ୍ଲା ଜରୁରୀ ଅଧିକାରୀ ପ୍ରମୁଖ ଯୋଗ ଦେଇ ସମ୍ଭାବ୍ୟ ଅଂଶୁଘାତ ମୁକାବିଲା କରିବା ସଂପର୍କରେ ଆଲୋଚନା କରାଯାଇଥିଲା ।

ଯାଜପୁରରେ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ

ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଅଫିସ ଗୁଡିକରେ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ଖୋଲାଯିବା ସହିତ ପ୍ରତ୍ୟେକ ଡାକ୍ତରଖାନାରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ବିଦ୍ୟୁତ୍ ସେବା ନିରବଚ୍ଛିନ ଚାଲୁ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ଖରାରେ ଶ୍ରମିକ ମାନଙ୍କୁ କାମ କରିବାରୁ ବାରଣ ମଧ୍ୟ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.