ETV Bharat / state

ରାସ୍ତାକଡୁ ଛୁଟିରେ ଆସିଥିବା ଯବାନଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

author img

By

Published : Aug 3, 2021, 7:34 PM IST

ଯାଜପୁରରେ ଛୁଟିରେ ଆସିଥିବା ଯବାନଙ୍କ ମୃତଦେହ ଉଦ୍ଧାର । କାରଣ ଅସ୍ପଷ୍ଟ ଥିବାବେଳେ ଅପମୃତ୍ୟୁ ମାମଲା ରଜୁ କଲା ପୋଲିସ । ଅଧିକ ପଢନ୍ତୁ...

ଛୁଟିରେ ଆସିଥିବା ଯବାନଙ୍କ ମୃତଦେହ ରାସ୍ତାକଡରୁ ଉଦ୍ଧାର, ତଦନ୍ତ କରୁଛି ପୋଲିସ
ଛୁଟିରେ ଆସିଥିବା ଯବାନଙ୍କ ମୃତଦେହ ରାସ୍ତାକଡରୁ ଉଦ୍ଧାର, ତଦନ୍ତ କରୁଛି ପୋଲିସ

ଯାଜପୁର: ଧର୍ମଶାଳା ଥାନା ଅନ୍ତର୍ଗତ ରାୟଧରାପୁର- ବନ୍ଧଢି଼ହ ମୁଖ୍ୟ ରାସ୍ତା ବରଡ଼ା ଛକ ନିକଟ ରାସ୍ତାରୁ ଉଦ୍ଧାର ହେଲା ଯବାନଙ୍କ ମୃତଦେହ । ମୃତକଜଣଙ୍କ ସ୍ଥାନୀୟ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଜନକ ଗ୍ରାମର ଜିତେନ୍ଦ୍ର ଜେନାସାମନ୍ତ ଓ ସେ ଭାରତୀୟ ସେନାରେ ଯବାନ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି । ସେ ହାଇଦ୍ରାବାଦରେ କାର୍ଯ୍ୟରତ ଥିବା ବେଳେ ଗତକିଛି ଦିନ ତଳେ ଛୁଟିରେ ଗ୍ରାମକୁ ଫେରିଥିଲେ ।

ଛୁଟିରେ ଆସିଥିବା ଯବାନଙ୍କ ମୃତଦେହ ରାସ୍ତାକଡରୁ ଉଦ୍ଧାର, ତଦନ୍ତ କରୁଛି ପୋଲିସ

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ସ୍ଥାନୀୟ ଲୋକେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ରାସ୍ତା କଡରେ ଥିବା ପାଣି ଭିତରେ ଏକ ବାଇକ ସହ ଜଣେ ଯୁବକ ପଡ଼ିଥିବା ଦେଖିବାକୁ ପାଇଥିଲେ । ବ୍ରହ୍ମବରଦା ଫାଣ୍ଡି ପୋଲିସକୁ ଖବର ଦିଆଯିବା ପରେ ପୋଲିସ ପହଞ୍ଚି ପାଣି ଭିତରୁ ମୃତଦେହ ଉଦ୍ଧାର କରିବା ପରେ ପରିଚୟ ସ୍ପଷ୍ଟ ହୋଇଥିଲା ।

ଜିତେନ୍ଦ୍ର ଗତକାଲି ବାଇକ ଯୋଗେ ଘରୁ ବ୍ରହ୍ମବରଦା ଅଞ୍ଚଳକୁ ଆସିଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ପୋଲିସ 21/ 2021ରେ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତ ଜିତେନ୍ଦ୍ର ହାଇଦ୍ରାବାଦରେ କାମ କରୁଥିବା ବେଳେ ୩ ଦିନ ତଳେ ଘରକୁ ଆସିଥିଲେ । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.