ETV Bharat / state

ଅଘୋଷିତ ବିଦ୍ୟୁତ କାଟ ନେଇ ତେଜୁଛି ଅସନ୍ତୋଷ, ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ

author img

By

Published : Jun 27, 2023, 11:04 PM IST

ଅଘୋଷିତ ବିଦ୍ୟୁତ କାଟ ଓ ଅହେତୁକ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଯାଜପୁର ଜିଲ୍ଲା କଂଗ୍ରେସର ଆନ୍ଦୋଳନ । ଅଧିକ ପଢ଼ନ୍ତୁ

congress protest in jajpur
ଯାଜପୁରରେ ଜିଲ୍ଲା କଂଗ୍ରେସର ଆନ୍ଦୋଳନ

ଅଘୋଷିତ ବିଦ୍ୟୁତ କାଟ ନେଇ ତେଜୁଛି ଅସନ୍ତୋଷ

ଯାଜପୁର: ଅଘୋଷିତ ବିଦ୍ୟୁତ କାଟ ଓ ଅହେତୁକ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ଯାଜପୁର ଜିଲ୍ଲା କଂଗ୍ରେସ । ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାରର ମନୋମୁଖୀ କାର୍ଯ୍ୟ ବିରୋଧରେ ଜିଲ୍ଲା ସଂସ୍କୃତି ଭବନ ସମ୍ମୁଖରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ପ୍ରତିବାଦ କରି ତୁରନ୍ତ ବିଦ୍ୟୁତ କାଟ ବନ୍ଦ କରିବା ସହିତ, ବିଦ୍ୟୁତ ଦର ହ୍ରାସ କରିବାକୁ ଦାବି କରିଛନ୍ତି ।

ଅଘୋଷିତ ବିଦ୍ୟୁତ କାଟ ଓ ଅହେତୁକ ବିଦ୍ୟୁତ ବିଲ ଦେୟ ସମସ୍ୟା ଧୀରେ ଧୀରେ ଓଡ଼ିଶାର ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି l ତଥାପି ବିଜୁଳି କାଟରେ ବ୍ରେକ ଲାଗିନି । ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାଜପୁର ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟି ଲାଗି ଲୋକେ ଅତିଷ୍ଟ ହୋଇ ପଡ଼ିଲେଣି । କିନ୍ତୁ ସରକାର ଏଥିପ୍ରତି କୌଣସି ଦୃଷ୍ଟି ଦେଉନଥିବା କଂଗ୍ରେସ ଅଭିଯୋଗ କରିଛି । ଏହି ସମସ୍ୟାକୁ ନେଇ ଗତ କିଛିଦିନ ହେବ ଜିଲ୍ଲାର ବିଭାଗ ସଂଗଠନ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ରାସ୍ତାରେ ଧାରଣା ଦେଉଥିବା ଦେଖିବାକୁ ମିଳୁଛି l ବିଶେଷ ଭାବରେ ଅହେତୁୟ ବିଦ୍ୟୁତ ବିଲ ଦେୟ ବୃଦ୍ଧି ଯୋଗୁଁ ଗୋଟିଏ ସାଧାରଣ ଗରିବ ଶ୍ରେଣୀ ଲୋକେ ବିଦ୍ୟୁତ ଜାଳିବା କଷ୍ଟକର ହେଇ ପଡୁଛି l ତେବେ ଏହି ସମସ୍ୟା ପ୍ରତି ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି l ତେଣୁ ଉପଭୋକ୍ତାଙ୍କ ଉପରେ ଜୁଲମ ବନ୍ଦ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କଂଗ୍ରେସ ଚେତାବନୀ ଦିଆଯାଇଛି l

ଏହା ମଧ୍ୟ ପଢ଼ନ୍ତୁ: ଯନ୍ତ୍ରଣା ବଢ଼ାଇଲା ଅଘୋଷିତ ବିଦ୍ୟୁତ କାଟ, କଟକ ଟାଟା ଅଫିସ ଘେରାଉ କଲା କଂଗ୍ରେସ

ସମୟ ଥାଉ ଥାଉ ରାଜ୍ୟ ସରକାର ଜଦି ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ନଦିଅନ୍ତି । ତେବେ ଏକ ବଡ଼ ଆନ୍ଦୋଳନ ହେବ ବୋଲି କଂଗ୍ରେସ ଚେତାବନୀ ଦେଇଛି l କଂଗ୍ରେସର ବିକ୍ଷୋଭରେ ପିସିସି ସାଧାରଣ ସମ୍ପାଦକ ଜ୍ଞାନ ପଟ୍ଟନାୟକ, ପୂର୍ବତନ ସାଂସଦ ରାମ ଚନ୍ଦ୍ର ଖୁଣ୍ଟିଆ, ଅଞ୍ଚଳ ଦାସ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ସନ୍ତୋଷ ନନ୍ଦଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ନେତୃବର୍ଗ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.