ETV Bharat / state

Municipality poll: ମତଦାନ ପୂର୍ବରୁ ଷ୍ଟ୍ରଙ୍ଗରୁମ ଓ ବୁଥ ପରିଦର୍ଶନ କଲେ ଜିଲ୍ଲାପାଳ

author img

By

Published : Mar 3, 2022, 10:09 PM IST

୨୪ ତାରିଖରେ ପୌର ନିର୍ବାଚନ । ବ୍ୟାସନଗର ବ୍ଲକ କାର୍ଯ୍ୟାଳୟରେ ଥିବା ଷ୍ଟ୍ରଙ୍ଗରୁମ ଓ ବୁଥ ପରିଦର୍ଶନ କରି ବ୍ୟବସ୍ଥା ସମୀକ୍ଷା କଲେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର । ଅଧିକ ପଢନ୍ତୁ

municipality poll: ମତଦାନ ପୂର୍ବରୁ ଷ୍ଟ୍ରଙ୍ଗରୁମ ଓ ବୁଥ ପରିଦର୍ଶନ କଲେ ଜିଲ୍ଲାପାଳ
municipality poll: ମତଦାନ ପୂର୍ବରୁ ଷ୍ଟ୍ରଙ୍ଗରୁମ ଓ ବୁଥ ପରିଦର୍ଶନ କଲେ ଜିଲ୍ଲାପାଳ

ଯାଜପୁର: ପୌର ନିର୍ବାଚନ ମତଦାନ ପୂର୍ବରୁ ବ୍ୟାସନଗର ବ୍ଲକ କାର୍ଯ୍ୟାଳୟରେ ଥିବା ଷ୍ଟ୍ରଙ୍ଗରୁମ ଓ ବୁଥ ପରିଦର୍ଶନ କଲେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର । ସୂଚନା ମୁତାବକ ରାଜ୍ୟ ନିର୍ବାଚନ କମିଶନରଙ୍କ ବିଜ୍ଞପ୍ତି କ୍ରମେ ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ହେବ । ତେବେ ଏହି ପରିପ୍ରେକ୍ଷୀରେ ଗତକାଲି ଠାରୁ ନାମାନଙ୍କପତ୍ର ଦାଖଲ ପକ୍ରିୟା ଆରମ୍ଭ ହେଇଛି ।

municipality poll: ବ୍ୟାସନଗରରେ ଷ୍ଟ୍ରଙ୍ଗରୁମ ଓ ବୁଥ ପରିଦର୍ଶନ କଲେ ଜିଲ୍ଲାପାଳ

ବ୍ୟାସନଗର ପୌର ପରିଷଦର ୨୬ଟି ୱାର୍ଡରେ ଯେଉଁ ବୁଥରେ ମତଦାନ ହେବ ସେହି ସେଠାରେ ଆବଶ୍ୟକୀୟ ବ୍ୟବସ୍ଥା ପରଖିଥିଲେ ଜିଲ୍ଲାପାଳ । ସେହିପରି ଭୋଟିଂ ଶେଷ ହେବା ପରେ ଭୋଟ ବାକ୍ସ ରଖାହେବା ସ୍ଥାନ ଷ୍ଟ୍ରଙ୍ଗରୁମ ବୁଲି ଦେଖିବା ସହ ସ୍ଥିତି ସମୀକ୍ଷା କରିଥିଲେ ।

ଏଥିସହିତ ଏହି ସ୍ଥାନଗୁଡିକରେ ଆହୁରି କିଭଳି ଅଧିକ ସୁବିଧା କରାଯାଇପାରିବ ସେନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଓ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ସହିତ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଆଲୋଚନା ମଧ୍ୟ କରିଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.