ETV Bharat / state

ନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବତୀଙ୍କ ମୃତଦେହ

author img

By

Published : Aug 1, 2021, 8:20 PM IST

ଯାଜପୁର ଜିଲ୍ଲା ସଦର ଥାନା ଅଧୀନ ଶ୍ୟାମଦାସପୁର ପଞ୍ଚାୟତରେ ନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବତୀଙ୍କ ମୃତଦେହ । ପରିଚୟ ସ୍ପଷ୍ଟ କଲେ ପରିବାର । ଗତ ଦୁଇ ଦିନ ତଳେ ନଦୀକୁ ଡେଇଁ ପଡିଥିବା ହୋଇଥିବା ହୋଇଥିଲା ଅଭିଯୋଗ। ଅଧିକ ପଢନ୍ତୁ...

ନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବତୀଙ୍କ ମୃତଦେହ
ନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବତୀଙ୍କ ମୃତଦେହ

ଯାଜପୁର:ନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବତୀଙ୍କ ମୃତଦେହ । ଘଟଣା ଘଟିଛି ଯାଜପୁର ଜିଲ୍ଲା ସଦର ଥାନା ଅଧୀନ ଶ୍ୟାମଦାସପୁର ପଞ୍ଚାୟତରେ। ମୃତଦେହକୁ ପରିବାର ପକ୍ଷରୁ ଚିହ୍ନଟ କରାଯିବା ପରେ ପରିଚୟ ସ୍ପଷ୍ଟ ହୋଇଛି। ଉକ୍ତ ଯୁବତୀ ଜଣଙ୍କ ଗତ ଦୁଇ ଦିନ ତଳେ ଘରୋଇ କଳହ କାରଣରୁ ନଦୀକୁ ଡେଇଁ ପଡିଥିବା ଅଭିଯୋଗ ହୋଇଥିଲା।

ନଦୀରୁ ଉଦ୍ଧାର ହେଲା ନିଖୋଜ ଯୁବତୀଙ୍କ ମୃତଦେହ

ମିଳିଥିବା ସୂଚନା ଅନୁସାରେ, ଗତମାସ 30 ତାରିଖରେ ଶ୍ୟାମଦାସପୁର ପଞ୍ଚାୟତର ସୁଜନପୁର ଗ୍ରାମର ସେକ ହବୀବୁଲାଙ୍କ 19 ବର୍ଷୀୟା ଝିଅ କିରଣ ସୁଲତାନା ଘରୋଇ କଳହରୁ ତାନ୍ତିଘାଇ ଠାରେ ଖରସ୍ରୋତାର ଶାଖାନଦୀକୁ ଡେଇଁ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଥିଲା। 2ଦିନ ହେବ ଘର ଲୋକେ ବହୁତ ଖୋଜାଖୋଜି ହୋଇ ଯୁବତୀଙ୍କ ସନ୍ଧାନ ପାଇପାରିନଥିଲେ।

ଆଜି ଏକ ମୃତଦେହ ବରୀ ବ୍ଲକ ଅଧୀନ ଏରଡା ଗ୍ରାମ ପାଖ ନଦୀରେ ଭାସୁଥିବା ଦେଖି ଗ୍ରାମବାସୀ ବିଞ୍ଝାରପୁର ଥାନା ଓ ପରେ ବରୀ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନଦୀରେ ଭାସୁଥିବା ମୃତଦେହ ଉଦ୍ଧାର କରିଥିଲେ। ପରେ ଉକ୍ତ ମୃତଦେହଟି ନିଖୋଜ ଯୁବତୀ କିରଣ ସୁଲତାନାର ବୋଲି ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି। ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ରହିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.