ETV Bharat / state

ଯାଜପୁର ଗୋପବନ୍ଧୁ ଛକରେ ପ୍ରତିବାଦ ସଭା

author img

By

Published : Mar 24, 2021, 3:37 PM IST

Updated : Mar 24, 2021, 6:42 PM IST

ଯାଜପୁର ଜିଲ୍ଲା ବ୍ୟାସନଗରରେ ଅଖିଳ ଭାରତ ଅଣସଙ୍ଗଠିତ ଶ୍ରମିକ କଂଗ୍ରେସର ପ୍ରତିବାଦ ସଭା ଅନୁଷ୍ଠିତ । ଅଧିକ ପଢନ୍ତୁ...

ଯାଜପୁର ଗୋପବନ୍ଧୁ ଛକରେ ପ୍ରତିବାଦ ସଭା ଅନୁଷ୍ଠିତ
ଯାଜପୁର ଗୋପବନ୍ଧୁ ଛକରେ ପ୍ରତିବାଦ ସଭା ଅନୁଷ୍ଠିତ

ଯାଜପୁର: ବ୍ୟାସନଗରସ୍ଥିତ ଗୋପବନ୍ଧୁ ଛକ ନିକଟରେ ଅଖିଳ ଭାରତ ଅଣସଙ୍ଗଠିତ ଶ୍ରମିକ କଂଗ୍ରେସର ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ମହାମାରୀ କୋରୋନା ଆଳରେ ମୋଦି ସରକାର ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ କରିବା ଏବଂ ଲକ ଡାଉନକୁ ବର୍ଷେ ପୂର୍ତ୍ତି ଅବସରରେ ଏହି ସଭା କରାଯାଇଥିବା ଜଣାପଡିଛି ।

ଯାଜପୁର ଗୋପବନ୍ଧୁ ଛକରେ ପ୍ରତିବାଦ ସଭା

ଆଜି(ବୁଧବାର) ବ୍ୟାସନଗରସ୍ଥିତ ଗୋପବନ୍ଧୁ ଛକରେ ଅଖିଳ ଭାରତ ଅଣସଂଗଠିତ ଶ୍ରମିକ କଂଗ୍ରେସ ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ଜିଲ୍ଲା ସିଆଇଟିୟୁ ସଭାପତି ପ୍ରଫୁଲ୍ଲ କୁମାର ନାୟକ, ଶ୍ରମିକ ନେତା ଚନ୍ଦ୍ରକାନ୍ତ ଖଣ୍ଡେଇଙ୍କ ସମେତ ବହୁ ଶ୍ରମିକ ନେତା ଯୋଗଦେଇ ମୋଦି ସରକାରଙ୍କ ଅପାରଗତା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହିତ ଏପରି ପ୍ରତିବାଦ ସଭା ସାରା ଭାରତବର୍ଷରେ ହେଉଥିବା ଶ୍ରମିକ ନେତା ବିଦ୍ୟାଧର ମହାନ୍ତି କହିଛନ୍ତି । କୋରୋନା ଆଳରେ ଯେଭଳି କେନ୍ଦ୍ରସରକାର ସାରା ଦେଶବାସୀଙ୍କୁ ଭୁଆଁ ବୁଲାଉଛନ୍ତି ତାହା ବିରୁଦ୍ଧରେ ଆଗାମୀ ଦିନରେ ଦେଶବ୍ୟାପୀ ଆନ୍ଦୋଳନ ହେବ ବୋଲି ସମସ୍ତ ଶ୍ରମିକ ନେତା ମତବ୍ୟକ୍ତ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Mar 24, 2021, 6:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.