ETV Bharat / state

ଜୋକଡ଼ିଆ ଖରସ୍ରୋତା ନଦୀରେ ଅଘଟଣ: ମାଛ ଧରିବାକୁ ଯାଇ ବୁଡିଗଲେ ମାଛଧରାଳି

author img

By

Published : Jan 27, 2022, 8:12 PM IST

ଯାଜପୁର ରୋଡ ଥାନା ଜୋକଡ଼ିଆ ଖରସ୍ରୋତା ନଦୀରେ ମାଛ ଧରିବାକୁ ଯାଇଥିବା ମାଛଧରାଳି ନଦୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ

ଜୋକଡ଼ିଆ ଖରସ୍ରୋତା ନଦୀରେ ଅଘଟଣ: ମାଛ ଧରିବାକୁ ଯାଇ ମାଛଧରାଳି ନଦୀରେ ବୁଡି ମୃତ୍ୟୁ
ଜୋକଡ଼ିଆ ଖରସ୍ରୋତା ନଦୀରେ ଅଘଟଣ: ମାଛ ଧରିବାକୁ ଯାଇ ମାଛଧରାଳି ନଦୀରେ ବୁଡି ମୃତ୍ୟୁ

ଯାଜପୁର: ଯାଜପୁର ରୋଡ ଥାନା ଜୋକଡ଼ିଆ ଖରସ୍ରୋତା ନଦୀରେ ଅଘଟଣ । ମାଛ ଧରିବାକୁ ଯାଇ ମାଛଧରାଳି ନଦୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ସୂଚନା ମୁତାବକ ଆଜି(ଗୁରୁବାର) ଅପରାହ୍ନରେ ଜୋକଡ଼ିଆ ଖରସ୍ରୋତା ନଦୀକୁ ମାଛ ଧରିବାକୁ ଯାଇଥିଲେ ।

ଜୋକଡ଼ିଆ ଖରସ୍ରୋତା ନଦୀରେ ଅଘଟଣ: ମାଛ ଧରିବାକୁ ଯାଇ ମାଛଧରାଳି ନଦୀରେ ବୁଡି ମୃତ୍ୟୁ

ତେବେ ସ୍ଥାନୀୟ ଲୋକମାନେ ୧ ଘଣ୍ଟା ଧରି ନଦୀରେ ଖୋଜାଖୋଜି ପରେ ମାଛଧରାଳିର ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ମୃତକ ଜଣକ ହେଉଛନ୍ତି ଶଗଡି ଗ୍ରାମର ସେକ ମଇଉଦ୍ଦିନ । ତେବେ ଯାଜପୁର ରୋଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.