ETV Bharat / state

ଯାଜପୁରରେ ଗୋଷ୍ଠୀ ସଂଘର୍ଷ, ମହିଳାଙ୍କ ସମେତ 5 ଆହତ

author img

By

Published : Jul 12, 2021, 9:32 PM IST

ଯାଜପୁର ବିଞ୍ଝାରପୁର ଥାନା ରଣପୁର ପଞ୍ଚାୟତରେ ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତା କାରଣ ବୋଲି ସନ୍ଦେହ । ଅଧିକ ପଢନ୍ତୁ...

ଯାଜପୁରରେ ଗୋଷ୍ଠୀ ସଂଘର୍ଷ, ମହିଳାଙ୍କ ସମେତ 5 ଆହତ
ଯାଜପୁରରେ ଗୋଷ୍ଠୀ ସଂଘର୍ଷ, ମହିଳାଙ୍କ ସମେତ 5 ଆହତ

ଯାଜପୁର: ବିଞ୍ଝାରପୁର ଥାନା ରଣପୁର ପଞ୍ଚାୟତରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି । ଏଥିରେ ଉଭୟ ପକ୍ଷର 5ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ଜଣାପଡିଛି । ଆହତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି ।

ଯାଜପୁରରେ ଗୋଷ୍ଠୀ ସଂଘର୍ଷ, ମହିଳାଙ୍କ ସମେତ 5 ଆହତ

ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡ଼ାକ୍ତରଖାନା ପଠାଇଥିଲେ । ସଂଘର୍ଷ ପଛରେ ପୂର୍ବ ତଥା ଜମିଜମା ସମସ୍ୟା ଥିବା ପ୍ରାଥମିକ ଭାବେ ଜଣାପଡିଛି । ତେବେ ଉଭୟ ପକ୍ଷ ଥାନାରେ ଦ୍ବାରସ୍ତ ହେବା ସହ ଲିଖିତ ଅଭିଯୋଗ କରିଛନ୍ତି । ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି ବିଞ୍ଝାରପୁର ପୋଲିସ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.