ETV Bharat / state

ଶ୍ରୀଜଗନ୍ନାଥ ମନ୍ଦିର ନେଇ ଓବେସୀଙ୍କ ବିବାଦୀୟ ମନ୍ତବ୍ୟ: ଏତଲା ଦେଲା ବିଶ୍ଵହିନ୍ଦୁ ପରିଷଦ

author img

By

Published : Jun 13, 2022, 10:34 PM IST

ଜଗନ୍ନାଥ ମନ୍ଦିରକୁ ନେଇ AIMlM ମୁଖ୍ୟଙ୍କ ଅସାଦୁଦ୍ଦିନ ଓବେସୀଙ୍କ ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ବିବାଦୀୟ ମନ୍ତବ୍ୟ ପରେ ସୋମବାର ବିଶ୍ଵହିନ୍ଦୁ ପରିଷଦ ପକ୍ଷରୁ ଜଗତସିଂହପୁର ଥାନାରେ ଏତଲା ରୁୁଜୁ କରାଯାଇଛି । ଅଧିକ ପଢ଼ନ୍ତୁ

ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଓବେସୀଙ୍କ ମନ୍ତବ୍ୟ: ଏତଲା ଦେଲା ବିଶ୍ଵହିନ୍ଦୁ ପରିଷଦ
ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଓବେସୀଙ୍କ ମନ୍ତବ୍ୟ: ଏତଲା ଦେଲା ବିଶ୍ଵହିନ୍ଦୁ ପରିଷଦ

ଜଗତସିଂହପୁର: ଜଗନ୍ନାଥ ମନ୍ଦିରକୁ ନେଇ AIMlM ମୁଖ୍ୟଙ୍କ ଅସାଦୁଦ୍ଦିନ ଓବେସୀଙ୍କ ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ବିବାଦୀୟ ମନ୍ତବ୍ୟ ପରେ ସୋମବାର ବିଶ୍ଵହିନ୍ଦୁ ପରିଷଦ ପକ୍ଷରୁ ଜଗତସିଂହପୁର ଥାନାରେ ଏତଲା ରୁୁଜୁ କରାଯାଇଛି । ଶ୍ରୀଜଗନ୍ନାଥଙ୍କ ମନ୍ଦିର ବୁଦ୍ଧଦେବଙ୍କ ସୌଧ ଉପରେ ନିର୍ମିତ ହୋଇଥିବା ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଓବେସୀ ।

ଶ୍ରୀଜଗନ୍ନାଥ ମନ୍ଦିର ନେଇ ଓବେସୀଙ୍କ ବିବାଦୀୟ ମନ୍ତବ୍ୟ: ଏତଲା ଦେଲା ବିଶ୍ଵହିନ୍ଦୁ ପରିଷଦ

ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ଓବେସୀଙ୍କ ଗିରଫ ଦାବି କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଉପରେ କୌଣସି ଜ୍ଞାନ ନଥିବା ତଥା ଉପଯୁକ୍ତ ତଥ୍ୟ ନଦେଇ ଯେଭଳି ଓବେସୀ ଜଗନ୍ନାଥ ମନ୍ଦିର ନିର୍ମାଣ ଉପରେ ବିବାଦୀୟ ଟିପ୍ପଣୀ ରଖିଛନ୍ତି, ତାହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି ।

ଓବେସୀଙ୍କ ଦାୟିତ୍ବହୀନ ମନ୍ତବ୍ୟ ଦେଶରେ ବିଭିନ୍ନ ଧର୍ମ ଭିତରେ ଉତ୍ତେଜନା ସୃଷ୍ଟି କରିବ । ଜଣେ ସାଂସଦ ହୋଇ ଉପଯୁକ୍ତ ତଥ୍ୟ ନଦେଇ ଯେଭଳି ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ପାଇଁ ଉଦ୍ୟମ କରିଛନ୍ତି, ତାହା ଅତ୍ୟନ୍ତ ବିପଜ୍ଜନକ ବୋଲି ମତ ପ୍ରକାଶ ପାଇଛି । ଓବେସୀଙ୍କୁ ଗିରଫ ନକଲେ ଅଗାମୀ ଦିନରେ ତୀବ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.