ETV Bharat / state

JSW ପ୍ରକଳ୍ପକୁ ତେଜୁଛି ବିରୋଧ, ଗଠନ ହେଲା ପୋସ୍କୋ-ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି

author img

By

Published : Dec 6, 2021, 10:18 PM IST

ପ୍ରସ୍ତାବିତ JSW ପ୍ରକଳ୍ପକୁ ବିରୋଧ ପାଇଁ ଢ଼ିଙ୍କିଆ, ନୂଆଗାଁ, ମଠସାହି, ଆଦି ଗ୍ରାମର ହଜାର ହଜାର ଲୋକେ ଏକାଠି ହୋଇ ଗଠନ କଲେ ପୋସ୍କୋ-ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି । ଅଧିକ ପଢନ୍ତୁ

villagers oppose JSW steel project in odisha formed POSCO-Jindal Resistance Struggle Committee
JSW ପ୍ରକଳ୍ପକୁ ବଢୁଛି ବିରୋଧ, ଗଠନ ହେଲା ପୋସ୍କୋ-ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି

ଜଗତସିଂହପୁର: ପୋସ୍କୋ ପରି ଜିଲ୍ଲାରେ ପ୍ରସ୍ତାବିତ ଜିନ୍ଦଲ(JSW) ପ୍ରକଳ୍ପ ନେଇ ବଢୁଛି ଦ୍ବନ୍ଦ୍ବ । ପ୍ରକଳ୍ପ ନେଇ ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ଆଗକୁ ବଢୁଥିବାବେଳେ ବିରୋଧ ପାଇଁ ସେହି ମାତ୍ରାରେ ସଜବାଜ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଓ ନୂଆଗାଁ ପଞ୍ଚାୟତରେ ଏହି ଶିଳ୍ପକୁ ବିରୋଧ କରି ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ଢ଼ିଙ୍କିଆ, ନୂଆଗାଁ, ମଠସାହି, ଆଦି ଗ୍ରାମର ହଜାର ହଜାର ଲୋକେ ଏକାଠି ହୋଇ ପୋସ୍କୋ-ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି(POSCO-Jindal Resistance Struggle Committee) ଗଠନ କରିଛନ୍ତି ।

JSW ପ୍ରକଳ୍ପକୁ ତେଜୁଛି ବିରୋଧ, ଗଠନ ହେଲା ପୋସ୍କୋ-ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତି

ଏହି ବୈଠକରେ ପୋସ୍କୋ-ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତିର ସଭାପତି ଭାବେ ଭ୍ରମର ବର ସାହୁ, ନଟବର ଖଟୁଆ, ସମ୍ପାଦକ ବାସୁଦେବ ଖଣ୍ଡୁଆଲ, ଭାଗବତ ମହାନ୍ତିଙ୍କୁ ମନୋନୀତ କରାଯାଇଛି । ନିଜ ଭିଟାମାଟିକୁ କମ୍ପାନୀ ହାତକୁ ଟେକି ଦିଆଯିବ ନାହିଁ ବୋଲି ସଦସ୍ୟମାନେ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Villagers Police Scuffle: ଗ୍ରାମ ବିଭାଜନ ବିରୋଧରେ ତାତିଲେ ଗ୍ରାମବାସୀ

ପୋସ୍କୋ ପରି ଜିନ୍ଦଲ କମ୍ପାନୀ ଯେ ପର୍ଯ୍ୟନ୍ତ ଫେରି ନ ଯାଇଛି, ସେ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି କର୍ମକର୍ତ୍ତାମାନେ କହିଛନ୍ତି । କମ୍ପାନୀ ଲୁଟିବା ପାଇଁ ଆସୁଥିବାବେଳେ ଜିଲା ପ୍ରଶାସନ ତାକୁ ପ୍ରୋତ୍ସାହିତ କରୁଥିବା ସମିତି ଅଭିଯୋଗ କରିଛି ।

ଜୀବନ ଥିବା ପର୍ଯ୍ୟନ୍ତ ନିଜ ଭିଟାମାଟି ପାଇଁ ସଂଗ୍ରାମ ଜାରି ରହିବ ବୋଲି ଜିନ୍ଦଲ-ପୋସ୍କୋ ସଂଗ୍ରାମ ସମିତି ଘୋଷଣା କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.