ETV Bharat / state

ତିର୍ତ୍ତୋଲ ଉପନିର୍ବାଚନ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ରୋଡଶୋ’

author img

By

Published : Oct 30, 2020, 6:36 PM IST

ତିର୍ତ୍ତୋଲ ଉପନିର୍ବାଚନକୁ ନେଇ ବିଭିନ୍ନ ଦଳ ପ୍ରଚାର ଜୋରଦାର କରିଛି । ବିଜେପି ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

Union Petroleum Minister's Road Show for Tirtol by-election campaign
ତିର୍ତ୍ତୋଲ ଉପନିର୍ବାଚନ ପ୍ରଚାର ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ରୋଡ ସୋ

ଜଗତସିଂହପୁର: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଜିଲ୍ଲାରେ ରାଜନୀତି ସରଗରମ ହୋଇ ଉଠିଛି । ବିଜେପି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶଙ୍ଖେଶ୍ବର ଠାରୁ ରୋଡଶୋରେ ସେ ବିଭିନ୍ନ ଅଞ୍ଚଳ ବୁଲି ପ୍ରଚାର କରିଥିବା ଜଣାପଡିଛି ।

ତିର୍ତ୍ତୋଲ ଉପନିର୍ବାଚନ ପ୍ରଚାର ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ରୋଡ ସୋ

ରାଜ୍ୟରେ ଏକ ସ୍ବେଚ୍ଛାଚାରୀ ଶାସନ ଚାଲୁଛି । ଆସନ୍ତା ନଭେମ୍ବର 3 ତାରିଖରେ ତିର୍ତ୍ତୋଲ ଓ ବାଲେଶ୍ବରବାସୀ ଭୋଟ ଯୋଗେ ଏହାର ଜବାବ ରଖିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ପ୍ରଚାର ସମୟରେ କହିଛନ୍ତି । ଶଙ୍ଖେଶ୍ବର ଠାରୁ ରୋଡ଼ ସୋ କରାଯାଇ ଚାରିତୋଳ, ତିର୍ତ୍ତୋଲ, ଜୟପୁର, କନକପୁର, ବିରିଡି, ବାଲିଆ ଆଦି ଅଂଚଳ ପରିକ୍ରମା କରାଯାଇଥିଲା।

ତେବେ ମନ୍ତ୍ରୀଙ୍କୁ ପାଛୋଟି ନେବା ସହିତ ସମ୍ବର୍ଦ୍ଧିତ କରିବା ଲାଗି ବିଜେପିର ହଜାର ହଜାର କର୍ମୀ ଯୋଗ ଦେଇଥିଲେ । ତେବେ ମୋଦିଙ୍କ ବିକାଶ ଘରେ ଘରେ ପହଞ୍ଚିଲାଣି ବୋଲି ଲୋକେ ଜାଣିସାରିଲେଣି । ଏଣୁ ନିଶ୍ଚିତ ଭାବରେ ଲୋକେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବେ ଏଥିରେ ସନ୍ଦେହ ନଥିବା ମନ୍ତ୍ରୀ କହିଛନ୍ତି ।

ତେବେ ଜଗତସିଂହପୁରରୁ ବିଜେପି ପ୍ରାର୍ଥୀ ଭାବେ ରାଜକିଶୋର ବେହେରା ଲଢୁଥିବା ବେଳେ ବିଜେଡିରୁ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ନିର୍ବାଚନ ଲଢୁଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.