ETV Bharat / state

ତିର୍ତ୍ତୋଲରେ କଂଗ୍ରେସର ୬୧ ଦିନରେ ୬୧ ପଞ୍ଚାୟତ ଯାତ୍ରା

author img

By ETV Bharat Odisha Team

Published : Jan 7, 2024, 10:39 PM IST

Congress to visit 61 panchayats: 3ଟି ବ୍ଲକର 61ଟି ପଞ୍ଚାୟତ ଗସ୍ତ କରି ଚା' ଖଟି ସହ ମାତୃ ଆଶୀର୍ବାଦ ଯାତ୍ରା କରିବ ଦଳ । ତିର୍ତ୍ତୋଲ କଂଗ୍ରେସ ପକ୍ଷରୁ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଅଧିକ ପଢନ୍ତୁ

ତିର୍ତ୍ତୋଲ କଂଗ୍ରେସର ପ୍ରସ୍ତୁତି
ତିର୍ତ୍ତୋଲ କଂଗ୍ରେସର ପ୍ରସ୍ତୁତି

ତିର୍ତ୍ତୋଲ କଂଗ୍ରେସର ପ୍ରସ୍ତୁତି

ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଆରମ୍ଭ କରିଛି ନିର୍ବାଚନୀ ରଣନୀତି । 3ଟି ବ୍ଲକର ୬ ଟି ପଞ୍ଚାୟତ ଗସ୍ତ କରି ଚା' ଖଟି ସହ ମାତୃ ଆଶୀର୍ବାଦ ଯାତ୍ରା କରିବ ଦଳ । ତିର୍ତ୍ତୋଲ କଂଗ୍ରେସ ପକ୍ଷରୁ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଆଜି (ରବିବାର) ତାରପୁରଠାରେ ଆୟୋଜିତ ଏହି ପ୍ରେସମିଟରେ ତିର୍ତ୍ତୋଲ ଉପନିର୍ବାଚନରେ କଂଗ୍ରେସରୁ ପ୍ରତିଦ୍ବନ୍ଦିତା କରିଥିବା ଇଞ୍ଜିନିୟର ହିମାଂଶୁ ଭୂଷଣ ମଲ୍ଲିକ ଯୋଗ ଦେଇଥିଲେ । ସେ କହିଛନ୍ତି, "ଆଗାମୀ ସାଧାରଣ ନିର୍ବାଚନ ଆଉ ଅଳ୍ପ ଦିନ ବାକି ରହିଛି । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଲୋକଙ୍କ ସହ ଆମେ ସବୁବେଳେ ରହିଆସିଛୁ । ଉପ ନିର୍ବାଚନରେ ହାରିଲେ ମଧ୍ୟ ବିଭିନ୍ନ ସମସ୍ୟା ନେଇ ଦୁଇ ଦୁଇ ଥର ଆମରଣ ଅନଶନ କରିଛୁ । ଏହାସହ ଶାରଳା ସୁତାକଳର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା ମଧ୍ୟ କରିଛୁ।"


ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସମୟରେ ହେଉଥିବା ବିଭିନ୍ନ ସମସ୍ୟାକୁ ନେଇ ସେ ଲୋକଙ୍କ ପାଖରେ ଛିଡା ହୋଇଥିବା ପ୍ରକାଶ କରିଥିଲେ । ତେବେ ଜାନୁଆରୀ ୧୦ ତାରିଖରୁ ଫେବୃଆରୀ ୧୧ ତାରିଖ ପର୍ଯ୍ୟନ୍ତ ୬୧ ଦିନରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ସମସ୍ତ ୬୧ଟି ପଞ୍ଚାୟତକୁ କଂଗ୍ରେସ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ପଞ୍ଚାୟତରେ ରାତ୍ରୀଯାପନ କରିବା ପାଇଁ ସେ ନିଷ୍ପତ୍ତି ନେଇଥିବା କହିଛନ୍ତି । ସକାଳ ସମୟରେ କଂଗ୍ରେସ ନେତା ହିମାଂଶୁ ମଲ୍ଲିକ ଓ ସାଥୀମାନେ ଗାଁର ଚା' ଦୋକାନରେ ଲୋକଙ୍କୁ ଭେଟିବା ସହିତ ସେମାନଙ୍କ ସହ ଆଲୋଚନା କରିବେ ।

ଏହା ମଧ୍ୟ ପଢନ୍ତୁ...ନୂଆ କଂଗ୍ରେସ ପ୍ରଭାରୀଙ୍କ ରୋଡମ୍ୟାପ୍‌; ୧୦ଦିନ ଭିତରେ ପଞ୍ଚାୟତ ଏବଂ ବୁଥ କମିଟି ଗଠନ ପାଇଁ ନିର୍ଦ୍ଦେଶ

ଏହା ମଧ୍ୟ ପଢନ୍ତୁ...ଓଡ଼ିଶାରେ ଏକମାତ୍ର ବିରୋଧୀ ଦଳ ହେଉଛି କଂଗ୍ରେସ: ଅଜୟ କୁମାର

ସେହିପରି ମଧ୍ୟାହ୍ନରେ ଘର ଘର ବୁଲି ମାତୃ ଆଶୀର୍ବାଦ ନେବ କଂଗ୍ରେସ । ଏହା ସହିତ ପଞ୍ଚାୟତବାସୀଙ୍କ ସହ ଦଳୀୟ କର୍ମୀମାନେ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏହାକୁ ନେଇ ତିର୍ତ୍ତୋଲ କଂଗ୍ରେସ ପକ୍ଷରୁ ମଧ୍ୟ ଏକ ସଂକଳ୍ପ ପତ୍ର ଉନ୍ମୋଚନ କରାଯାଇଛି । ଯଦି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଜୟୀ ହୁଏ ତେବେ ସ୍ୱାସ୍ଥ୍ୟ, ଶିଳ୍ପ, ନିଯୁକ୍ତି, କୃଷି, ଶିକ୍ଷା, ପର୍ଯ୍ୟଟନ, ପରିବେଶ ଓ ପରିମଳ, ମହିଳା ସଶକ୍ତିକରଣ, ଗମନାଗମନ ଓ ଅଭିଯୋଗ ଶୁଣାଣି ଉପରେ ଗୁରୁତ୍ୱ ଦିଆଯିବ ବୋଲି କଂଗ୍ରେସର ସଂକଳ୍ପ ପତ୍ରରେ ଉଲ୍ଲେଖ କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.