ETV Bharat / state

DHINKIA TENSION : ଢ଼ିଙ୍କିଆବାସୀଙ୍କ ଉପରେ ପୋଲିସର ଲାଠିମାଡ଼ ଘଟଣାକୁ ନେଇ ବିକ୍ଷୋଭ

author img

By

Published : Jan 17, 2022, 7:31 PM IST

ଢ଼ିଙ୍କିଆରେ ପୋଲିସର ଲାଠିମାଡ଼ ଓ ଗିରଫଦାରୀକୁ ବିରୋଧ କରାଯାଇଛି । ଏନେଇ ଆଜି(ସୋମବାର) ଏସୟୁସିଆଇ(SUCI) ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଛି । ଅଧିକ ପଢନ୍ତୁ

DHINKIA TENSION : ଢ଼ିଙ୍କିଆବାସୀଙ୍କ ଉପରେ ପୋଲିସର ଲାଠିମାଡ଼ ଘଟଣାକୁ ନେଇ ବିକ୍ଷୋଭ
DHINKIA TENSION : ଢ଼ିଙ୍କିଆବାସୀଙ୍କ ଉପରେ ପୋଲିସର ଲାଠିମାଡ଼ ଘଟଣାକୁ ନେଇ ବିକ୍ଷୋଭ

ଜଗତସିଂହପୁର: ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆରେ ପୋଲିସର ଲାଠିମାଡ଼ ଓ ଗିରଫଦାରୀକୁ ବିରୋଧ କରାଯାଇଛି । ଏନେଇ ଆଜି(ସୋମବାର) ଏସୟୁସିଆଇ(SUCI) ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଛି । ଏସୟୁସିଆଇର ଜିଲ୍ଲା ସଂଯୋଜକ ପ୍ରଦୀପ୍ତ ରାମ ଅଭିଯୋଗ କରିଛନ୍ତି ଯେ ଜମି ଅଧିଗ୍ରହଣ ନାଁରେ ପୋଲିସ ସ୍ଥାନୀୟ ଲୋକଙ୍କ ଉପରେ ଜୁଲମ କରୁଛି ।

DHINKIA TENSION : ଢ଼ିଙ୍କିଆବାସୀଙ୍କ ଉପରେ ପୋଲିସର ଲାଠିମାଡ଼ ଘଟଣାକୁ ନେଇ ବିକ୍ଷୋଭ

ବନ୍ଧୁକ ମୁନରେ ଢ଼ିଙ୍କିଆବାସୀଙ୍କୁ ଧମକାଇ ଜୋର ଜବରଦସ୍ତ ଜମି ଅଧିଗ୍ରହଣ କରି ଏକ ଘରୋଇ କମ୍ପାନୀକୁ ଦିଆଯାଉଥିବା ଅଭିଯୋଗ ହୋଇଛି । ଖୁବଶୀଘ୍ର ରାଜ୍ୟ ସରକାର ଢ଼ିଙ୍କିଆରୁ ପୋଲିସକୁ ହଟାଇବା ସହ ଜମି ଅଧିଗ୍ରହଣରୁ ବିରତ ରହିବାକୁ ସଂଘ ଦାବି କରିଛି। ଆରଡିସିଙ୍କ ଅନୁପସ୍ଥିତରେ କିପରି ଜମି ଅଧିଗ୍ରହଣ କାର୍ଯ୍ୟ କରାଯାଇଛି ।

ଏହାବି ପଢନ୍ତୁ :ଢିଙ୍କିଆ ପ୍ରସଙ୍ଗ: CPIM-BKMUର ପୋଲିସ ପ୍ରତ୍ୟାହାର ଦାବି

ତାକୁ ନେଇ ପ୍ରଶ୍ନ ଉଠାଇଛି ଏସ ୟୁସିଆଇ । ଏହି ଘଟଣାକୁ ନେଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବେଆଇନ ଗିରଫଦାରୀକୁ ବନ୍ଦ କରିବା ସହ ପୋସ୍କୋ-ଜିନ୍ଦଲ ପ୍ରତିରୋଧ ସଂଗ୍ରାମ ସମିତିର ମୁଖ୍ୟ ଦେବେନ୍ଦ୍ର ସ୍ୱାଇଁଙ୍କୁ ଖଲାସ କରିବାକୁ ସଂଘ ଦାବି କରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.