ETV Bharat / state

ଜଗତସିଂହପୁର ପୋଲିସକୁ ବଦନାମ ଷଡଯନ୍ତ୍ର ଅଡିଓ ଭାଇରାଲ, ଢିଙ୍କିଆରେ ବଢିଲା ସୁରକ୍ଷା ବ୍ୟବସ୍ଥା

author img

By

Published : Apr 16, 2022, 10:50 PM IST

ବହୁ ଚର୍ଚ୍ଚିତ ଢ଼ିଙ୍କିଆରେ ପ୍ରସ୍ତାବିତ JSW ପ୍ରକଳ୍ପକୁ ନେଇ ଏକ ଅଡିଓ ଭାଇରାଲ ହେବାପରେ ଅଭୟଚାନ୍ଦପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରସ୍ତାବିତ JSW ପ୍ରକଳ୍ପକୁ ବିରୋଧ କରି ପୋଲିସକୁ ବଦନାମ କରିବାକୁ ଏହା କରୁଛି ବୋଲି ସପକ୍ଷବାଦୀ ମାନେ କହିଛନ୍ତି । ଅଧିକ ପଢନ୍ତୁ

Security Strict in Dhinkia as an audio goes viral Conspiracy against jagatsinghpur police and JSW
ଜଗତସିଂହପୁର ପୋଲିସକୁ ବଦନାମ ଷଡଯନ୍ତ୍ର ଅଡିଓ ଭାଇରାଲ, ଢ଼ିଙ୍କିଆରେ ବଢିଲା ସୁରକ୍ଷା ବ୍ୟବସ୍ଥା

ଜଗତସିଂହପୁର: ବହୁ ଚର୍ଚ୍ଚିତ ଢ଼ିଙ୍କିଆରେ ପ୍ରସ୍ତାବିତ JSW ପ୍ରକଳ୍ପକୁ ନେଇ ଏକ ଅଡିଓ ଭାଇରାଲ ହେବାପରେ ଅଭୟଚାନ୍ଦପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରସ୍ତାବିତ JSW ପ୍ରକଳ୍ପକୁ ବିରୋଧ କରି ପୋଲିସକୁ ବଦନାମ କରିବାକୁ ଏହା କରୁଛି ବୋଲି ସପକ୍ଷବାଦୀ ମାନେ କହିଛନ୍ତି । ଅଡିଓରେ ଦୁଇ ଜଣ ବାର୍ତ୍ତାଳାପ କରୁଛନ୍ତି ଯେ, ଢ଼ିଙ୍କିଆର 20 ଜଣ ମହିଳାଙ୍କୁ ଭୁବନେଶ୍ବର ନେଇ ସେଠାରେ ଧାରଣା ଦେଲେ, ରାଜ୍ୟରେ ଚର୍ଚ୍ଚା ହେବ ଫଳରେ ଜଗତସିଂହପୁର ପୋଲିସ ବଦନାମ ହେବ ବୋଲି କୁହାଯାଇଛି ।

ଜଗତସିଂହପୁର ପୋଲିସକୁ ବଦନାମ ଷଡଯନ୍ତ୍ର ଅଡିଓ ଭାଇରାଲ, ଢ଼ିଙ୍କିଆରେ ବଢିଲା ସୁରକ୍ଷା ବ୍ୟବସ୍ଥା

ଯାହାକୁ ନେଇ ଜଗତସିଂହପୁର ପୋଲିସ ପକ୍ଷରୁ ଢ଼ିଙ୍କିଆରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବା ସହ ଆହୋରାତ୍ର ପୋଲିସ ପ୍ରେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ତେବେ ଏହି ଘଟଣା ପ୍ରାୟୋଜିତ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.