ETV Bharat / state

Panchayat Poll: ଜଗତସିଂହପୁରରେ ୩ଟି ୱାର୍ଡରେ ସାନି ମତଦାନ

author img

By

Published : Feb 21, 2022, 6:45 AM IST

ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ପଟସରା ପଞ୍ଚାୟତରେ ହୋଇଥିବା ଭୋଟ ବାକ୍ସ ଲୁଟ ଓ ଜବର ଦଖଲକୁ ନେଇ ପୁଣି ଥରେ ସେଠାରେ ସାନି ମତଦାନ କରାଯିବ । ଅଧିକ ପଢନ୍ତୁ

Panchayat Poll: ଜଗତସିଂହପୁରରେ ୩ଟି ୱାର୍ଡରେ ସାନି ମତଦାନ
Panchayat Poll: ଜଗତସିଂହପୁରରେ ୩ଟି ୱାର୍ଡରେ ସାନି ମତଦାନ

ଜଗତସିଂହପୁର: ସଦର ବ୍ଲକ ଅନ୍ତର୍ଗତ ପଟସରା ପଞ୍ଚାୟତରେ ହୋଇଥିବା ଭୋଟ ବାକ୍ସ ଲୁଟ ଓ ଜବର ଦଖଲକୁ ନେଇ ପୁଣି ଥରେ ସେଠାରେ ସାନି ମତଦାନ କରାଯିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ପଟସରା ୧ ଓ ୨ ନମ୍ବର ବୁଥରେ ଆସନ୍ତା 23 ତାରିଖ ଦିନ ସାନି ମତଦାନ କରାଯିବ ।

Panchayat Poll: ଜଗତସିଂହପୁରରେ ୩ଟି ୱାର୍ଡରେ ସାନି ମତଦାନ

ଏଥିସହ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ୱାର୍ଡ ବାସୀଙ୍କୁ ଅବଗତ କରାଇ ଦିଆଯାଇଛି । ମତଦାନ ସକାଳ 9ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ମଣ୍ଡାସାହି ପଞ୍ଚାୟତର 13 ନମ୍ବର ୱାର୍ଡରେ କେବଳ ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ଗ୍ରହଣ କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଗତ 18 ତାରିଖ ଦିନ ପଟସରା ପଞ୍ଚାୟତରେ 20 ରୁ 25 ଜଣ ଦୁର୍ବୃତ୍ତ ବୁଥ ଭିତରେ ପଶି ଅତର୍କିତ ଆକ୍ରମଣ କରିବା ସହ ଭୋଟ ବାକ୍ସ ଲୁଟି ନେଇଥିଲେ । ସେହିପରି ମଣ୍ଡାସାହି ପଞ୍ଚାୟତରେ ଭୋଟ ଗ୍ରହଣ ସମୟରେ ଅନିୟମିତତା ଘଟଣା ପଦାକୁ ଆସିବା ପରେ 13 ନମ୍ବର ୱାର୍ଡରେ ଜିଲ୍ଲା ପରିଷଦ ଆସନ ପାଇଁ ସାନି ମତଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.