ETV Bharat / state

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ଜଗନ୍ନାଥମୟ ହେଲା ଜଗତସିଂହପୁର

author img

By ETV Bharat Odisha Team

Published : Jan 17, 2024, 8:35 PM IST

Srimandir Parikrama Project Inauguration : ଆଜି ଲୋକାର୍ପିତ ହୋଇଛି ବହୁ ପ୍ରତୀକ୍ଷିତ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହି କ୍ରମରେ ଜଗତସିଂହପୁର ଜିଲ୍ଲାରେ ଭକ୍ତିମୟ ପରିବେଶ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ଜଗନ୍ନାଥମୟ ହେଲା ଜଗତସିଂହପୁର
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ଜଗନ୍ନାଥମୟ ହେଲା ଜଗତସିଂହପୁର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ଜଗନ୍ନାଥମୟ ହେଲା ଜଗତସିଂହପୁର

ଜଗତସିଂହପୁର : ଆଜି ଲୋକାର୍ପିତ ହୋଇଛି ବହୁ ପ୍ରତୀକ୍ଷିତ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ପୁରୁଷୋତ୍ତମ ଧାମ ପୁରୀକୁ ଐତିହ୍ୟ ନଗରୀ ରେ ରୂପାନ୍ତର କରିବାକୁ ହୋଇଛି ପ୍ରୟାସ । ଗଜପତି ମହାରାଜାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହୋଇଛି । ସକାଳୁ ପ୍ରଥମେ ସୂର୍ଯ୍ୟପୂଜା, ମହାଯଜ୍ଞ, ବେଦ ପାରାୟଣ ପରେ ପ୍ରକଳ୍ପର ଲୋକାର୍ପଣ ହୋଇଛି । ଏହି ଭବ୍ୟ ଅବସରର ସାକ୍ଷୀ ପାଲଟିଛନ୍ତି ନିମନ୍ତ୍ରିତ ଶତାଧିକ ଅତିଥିଗଣ ।

ଏହି କ୍ରମ ରେ ଆଜି ସାରା ରାଜ୍ୟ ଜଗନ୍ନାଥମୟ ପାଲଟିଥିବା ବେଳେ ଜଗତସିଂହପୁର ଜିଲ୍ଲାର ସମସ୍ତ 8ଟି ବ୍ଲକ ଓ ଦୁଇଟି ପୌରଞ୍ଚଳ ଆଜି ଉତ୍ସଵ ମୁଖର ହୋଇ ଉଠିଛି । ପୁରୀ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଜପତି ମହାରାଜାଙ୍କ ଦ୍ବାରା ଲୋକାର୍ପଣ ହେବାପରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସଂକୀର୍ତନ କରାଯିବା ସହ ଗାଁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରତ୍ୟେକ ପଞ୍ଚାୟତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସଵ ବଡ଼ ପରଦା ମାଧ୍ୟମରେ ଲୋକେ ସିଧାସଳଖ ଦେଖିଥିଲେ । ଗତକାଲି ଠାରୁ ମହିଳା ମାନେ ଗାଁ ରେ ଝୋଟି ଚିତା ପକାଇବା ସହିତ ଅଖଣ୍ଡ ଦୀପ ପ୍ରଜ୍ବଳିତ କରିଥିଲେ । ଆଜି ଗାଁ ଗାଁ ରେ ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ କରି ଗ୍ରାମ ପରିକ୍ରମା କରିବା ସହିତ ଗାଁ ମନ୍ଦିରକୁ ଆସିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ଗାଁ ମନ୍ଦିରରେ ମହିଳାମାନେ ଏକାଠି ହୋଇ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସଵକୁ ଦେଖିବା ସହିତ ଜୟ ଜଗନ୍ନାଥ ଧୂନି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ .... ଅପେକ୍ଷାର ଅନ୍ତ; ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ପୂର୍ଣ୍ଣାହୁତି ଦେଲେ ଗଜପତି

ଜଗତସିଂହପୁର ଉପକଣ୍ଠ ସିଦ୍ଧ ବାରଙ୍ଗ ପୀଠରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ ଜିଲ୍ଲା ସ୍ତରୀୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଜଗତସିଂହପୁର ସଦର ବ୍ଲକ ମଧୁସୂଦନପୁର ଶାସନର ଶ୍ରୀ ଦଧିବବନ ଜୀଉ ମନ୍ଦିର ପ୍ରାଙ୍ଗଣରେ ଲୋକାର୍ପଣ ଉତ୍ସଵର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମର ହଜାର ହଜାର ପୁରୁଷ ଓ ମହିଳା ମାନେ ଏଥିରେ ସାମିଲ ହେବା ସହିତ ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ ଉତ୍ସଵ ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ 20 ଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରତି ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଦାୟିତ୍ବ ଦିଆଯାଇଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.