ETV Bharat / state

ରଶ୍ମି ରଞ୍ଜନ ହତ୍ୟା ମାମଲା: ପୋଲିସ ନିକଟରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

author img

By

Published : Nov 6, 2019, 1:18 AM IST

ରଶ୍ମି ରଞ୍ଜନ ସ୍ବାଇଁ ହତ୍ୟା ମାମଲାର ପର୍ଦ୍ଦଫାସ କରିଛି ପୋଲିସ । ରଶ୍ମିର ହତ୍ୟା ପାଇଁ ସୁପାରୀ ଦେଇଥିବା ମହାଦେବ କାଣ୍ଡି ମଙ୍ଗଳବାର ତିର୍ତ୍ତୋଲ ପୋଲିସ ପାଖରେ ଆତ୍ମସମର୍ପଣ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିିଧି, ଜଗତସିଂହପୁର

ଜଗତସିଂହପୁର: ବହୁ ଚର୍ଚ୍ଚିତ ରଶ୍ମି ରଞ୍ଜନ ସ୍ବାଇଁ ହତ୍ୟା ମାମଲାର ପର୍ଦ୍ଦଫାସ କରିଛି ପୋଲିସ । ମଙ୍ଗଳବାର ତିର୍ତ୍ତୋଲ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣା ଉପରୁ ପର୍ଦ୍ଦାଫାସ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିିଧି, ଜଗତସିଂହପୁର

ରଶ୍ମି ରଞ୍ଜନ ଜଣେ ଅସାମାଜିକ ବ୍ୟକ୍ତି ଥିଲେ । ସେହି ଗ୍ରାମରେ ରହୁଥିବା ଜଣେ ଜୈନିକ ମହିଳାଙ୍କୁ ବିଭିନ୍ନ ସମୟରେ ବଳାତ୍କାର ଉଦ୍ୟମ କରିବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲା । ଏଥିରେ ମହିଳା ଜଣକ ଅତିଷ୍ଠ ହୋଇ ସୁଦୂର ମୁମ୍ବାଇରେ ରହୁଥିବା ନିଜ ସ୍ବାମୀ ମହାଦେବ କାଣ୍ଡିକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ମହାଦେବ ଗାଁକୁ ଆସି ରଶ୍ମି ରଞ୍ଜନକୁ ଡାକି ତାଙ୍କ ପତ୍ନୀକୁ ହଇରାଣ ନ କରିବା ପାଇଁ କହିଥିଲେ । ଏହା ପରେ ସେ ମୁମ୍ବାଇ ପଳାଇଥିଲେ ।

ପୁନର୍ବାର ରଶ୍ମି ଉକ୍ତ ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ । ଏ ସମ୍ପର୍କରେ ମହିଳାଙ୍କ ସ୍ବାମୀ ଜାଣିବା ପରେ ରଶ୍ମିକୁ ହତ୍ୟା କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ସୁପାରୀ କିଲରଙ୍କୁ 3 ଲକ୍ଷରେ ଟଙ୍କା ଦେଇ ରଶ୍ମିକୁ ହତ୍ୟା କରିବା ନେଇ କରିଥିଲେ ଡିଲ୍ । ମହାଦେବ ପ୍ରଥମେ 70 ହଜାର ଓ ମର୍ଡର ପରେ ଆଉ ପଚାଶ ହଜାର ଦେଇଥିଲେ । ପରେ ସୁପାରୀ କିଲର ରଶ୍ମିକୁ ଘରୁ ଡ଼ାକିନେଇ ଗଳାକାଟି ହତ୍ୟା କରି ଗାଁ ପୋଖରୀରେ ଫିଙ୍ଗି ଦେଇଥିଲେ ।

ପୋଲିସ ହତ୍ୟା ଘଟଣାର ଖୋଲତାଡ଼ କରି 2 ଅଭିଯୁକ୍ତକୁ ଶନିବାର ଗିରଫ କରିଥିଲା । ସୁପାରୀ ଦେଇଥିବା ମହାଦେବ କାଣ୍ଡି ମଙ୍ଗଳବାର ତିର୍ତ୍ତୋଲ ପୋଲିସ ପାଖରେ ଆତ୍ମସମର୍ପଣ କରିଛି । ଘଟଣାର ବିସ୍ତୃତ ବିବରଣୀ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତିର୍ତ୍ତୋଲ ଏସଡିପିଓ ଦୀପକ ରଞ୍ଜନ ଜେନା ପ୍ରକାଶ କରିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲା,ତ୍ରିତଲ ଥାନ କଟରା ଗ୍ରାମ ର ବହୁ ଚର୍ଚ୍ଚିତ ରଶ୍ମି ରଞ୍ଜନ ସ୍ବାଇଁ ହତ୍ୟା ମାମଲା ରେ ,ଆଜି ତ୍ରିତଲ ପୋଲିସ ସାମ୍ବାଦିକ ସମ୍ମିଳନୀରେ ଘଟଣା ଉପରୁ ପର୍ଦା ହଟାଇଛି।ମୂର୍ତକ ରଶ୍ମି ରଞ୍ଜନ ଜଣେ ଅସାମାଜିକ ବ୍ୟକ୍ତି ଥିଲା।ସେହି ଗ୍ରାମ ରେ ରହୁଥିବା ଜୈନିକ ମହିଳା ଙ୍କୁ ବିଭିନ୍ନ ସମୟରେ ବଳାତ୍କାର ଉଦ୍ୟମ କରିବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲା।ଏଥିରେ ଅତିଷ୍ଠ ହୋଇ ମହିଳା ଜଣକ ସୁଦୂର ମୁମ୍ବାଇ ରେ ରହୁଥିବା ତାଙ୍କ ସ୍ୱାମୀ ମହାଦେବ କାଣ୍ଡି କୁ ଜଣାଇଥିଲେ। ମହାଦେବ ଗାଁ କୁ ଆସି ରଶ୍ମି ରଞ୍ଜନ କୁ ଡାକି ତାଙ୍କ ପତ୍ନୀ କୁ ହଇରାଣ ନ କରିବା ପାଇଁ କହିଥିଲେ।କିଛି ଦିନ ପରେ ମୁମ୍ବାଇ ପଳାଇଥିଲେ।ପୁନର୍ବାର ରଶ୍ମି ରଂଜନ ଉକ୍ତ ମହିଳା ଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ଏ ଖବର ମହିଳା ଙ୍କ ସ୍ୱାମୀ ଜାଣିବା ପରେ ରଶ୍ମି ରଂଜନ କୁ ହତ୍ୟା କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।ସୁପାରୀ କିଲର ଙ୍କୁ 3 ଲକ୍ଷ ରେ ଡିଲ କରାଯାଇଥିଲା। ମହାଦେବ ପ୍ରଥମେ 70 ହଜାର ଓ ମର୍ଡର ପରେ ଆଉ ପଚାଶ ହଜାର ଦେଇଥିଲେ। ସୁପାରୀ କିଲର ମନେ ରଶ୍ମି ରଂଜନ କୁ ଘରୁ ଡ଼ାକିନେଇ ଗଳାକଟି ହତ୍ୟା କରି ଗାଁ ପୋଖରୀ ରେ ଫିଙ୍ଗି ପଳାଇଥିଲେ।ପୋଲିସ ହତ୍ୟା ଘଟଣା ର ଖୋଲତାଡ଼ କରି 2 ଅଭିଯୁକ୍ତ କୁ ଶନିବାର ଦିନ ଗିରଫ କରିଥିଲା । ସୁପାରୀ ଦେଇଥିବା ମହିଳା ଙ୍କ ସ୍ୱାମୀ ମହାଦେବ କାଣ୍ଡି ଆଜି ତ୍ରିତଲ ପୋଲିସ ପାଖରେ ଆତ୍ମସମର୍ପଣ କରିଛି। ଏହାକୁ ନେଇ ତ୍ରିତଲ SDPO ଦିପକ ରଂଜନ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।


Body:Byt_depak ranjan Jena, SDPO tritol


Conclusion:RPT _Susanta patra
jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.