ETV Bharat / state

President's Paradeep visit: ୨୭ରେ ରାଷ୍ଟ୍ରପତିଙ୍କ ପାରାଦ୍ୱୀପ ଗସ୍ତ, ବୋଇତ ବନ୍ଦାଣ ଉତ୍ସବରେ ହେବେ ସାମିଲ

author img

By ETV Bharat Odisha Team

Published : Nov 9, 2023, 10:59 PM IST

୨୭ରେ ପାରାଦ୍ୱୀପ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବୋଇତ ବନ୍ଦାଣ ଉତ୍ସବରେ ହେବେ ସାମିଲ । ରାଷ୍ଟ୍ରପତି ଭବନରୁ ଚିଠି ପାଇବା ପରେ ପ୍ରସ୍ତୁତିରେ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

୨୭ରେ ରାଷ୍ଟ୍ରପତିଙ୍କ ପାରାଦ୍ୱୀପ ଗସ୍ତ, ବୋଇତ ବନ୍ଦାଣ ଉତ୍ସବରେ ହେବେ ସାମିଲ

ପାରାଦ୍ବୀପ: ଚଳିତ 27 ତାରିଖରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ବନ୍ଦରନଗରୀ ପାରାଦ୍ବୀପ ଗସ୍ତରେ ଆସୁଛନ୍ତି । ଆଜି ଏହାକୁ ନେଇ ରାଷ୍ଟ୍ରପତି ଭବନ କାର୍ଯ୍ୟାଳୟ ପକ୍ଷରୁ ଏକ ଚିଠି ଜଗତସିଂହପୁର ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚିଥିବା ଜଣାପଡିଛି । ଚଳିତ ମାସ 27 ତାରିଖରେ ରାଷ୍ଟ୍ରପତି ପର୍ବାହ୍ନ ୧୦ଟା ବେଳେ ପାରାଦ୍ୱୀପ ପୋର୍ଟ ପକ୍ଷରୁ ଆୟୋଜିତ ହେଉଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ । ଏନେଇ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା କରିବା ପାଇଁ ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି ।

ଆଜି ଏନେଇ ନେଇ ଜିଲ୍ଲା ପ୍ରଶାସନ ନିକଟରେ ଏ ସମ୍ପର୍କିତ ଚିଠି ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପ୍ରୋଟୋକଲ ଅନୁସାରେ ରାଷ୍ଟ୍ରପତିଙ୍କ ସମସ୍ତ କାର୍ଯ୍ୟକ୍ରମକୁ ତ୍ରୁଟିପୂର୍ଣ୍ଣ ଭାବେ ସାରିବା ପାଇଁ ଏକାଧିକ ଦିଗ ଉପରେ ଆଲୋଚନା ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ପ୍ରଥମ ପାରାଦ୍ୱୀପ ଗସ୍ତ । ପୂର୍ବରୁ ପାରାଦ୍ୱୀପ ବନ୍ଦର ପରିଦର୍ଶନରେ କୌଣସି ରାଷ୍ଟ୍ରପତି ଆସି ନଥିବା ବେଳେ ପ୍ରଥମ ରାଷ୍ଟ୍ରପତି ଭାବେ ମୁର୍ମୁ ଏହି ଗସ୍ତ କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ :- 80 ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ, କାଲି ଗୁଜୁରାଟରେ ପହଞ୍ଚିବେ

ଅନ୍ୟପଟ ଆସନ୍ତାକାଲି ଜିଲ୍ଲା ପ୍ରଶାସନ ଓ ପାରାଦୀପ ପୋର୍ଟ କତ୍ତୃପକ୍ଷଙ୍କ ମଧ୍ୟରେ ମିଳିତ ବୈଠକ ହେବାର ସମ୍ଭାବନା ଥିବା ଖବର ମିଳିଛି । ରାଷ୍ଟ୍ରପତିଙ୍କ ଗସ୍ତର ସବିଶେଷ କାର୍ଯ୍ୟସୂଚୀ ନେଇ ସ୍ପଷ୍ଟ ହୋଇନି । ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରୋଟୋକଲ ଅନୁସାରେ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ସ୍ବାଗତ କରିବେ । ଏହା ପରେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ରାଷ୍ଟ୍ରପତି ପାରାଦ୍ବୀପ ଅଭିମୁଖେ ଉଡାଣ ଭରିବେ ।

ପାରାଦ୍ବୀପରେ ହେଲିପ୍ୟାଡରେ ପହଞ୍ଚିବା ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେ କାର୍ଯ୍ୟକ୍ରମ ସ୍ଥଳକୁ ଯିବେ । ରାଷ୍ଟ୍ରପତିଙ୍କ ସୁରକ୍ଷା, କାର୍କେଡ ଓ ଟ୍ରାଫିକ ବ୍ୟବସ୍ଥା ସମେତ ସମସ୍ତ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସମେତ ଏକାଧିକ ବିଭାଗ ସହ ବୈଠକ ହୋଇଛି । ଆଗକୁ ମଧ୍ୟ ଏକାଧିକ ବୈଠକ ଓ ମକଡ୍ରିଲ ହୋଇପାରେ । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ଦ୍ରୌପଦୀ ମୁର୍ମୁ ବନ୍ଦରନଗରୀ ପାରାଦ୍ବୀପ ଗସ୍ତ କରୁଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.