ETV Bharat / state

Panchayat Poll: ଚିରୁକୁଟି ବଣ୍ଟାକୁ ନେଇ ଗଣ୍ଡଗୋଳ, ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକେ

author img

By

Published : Feb 22, 2022, 6:37 AM IST

ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଧରାଧରପୁର ଗ୍ରାମରେ ଆଜି ଚିରୁକୁଟି ବଣ୍ଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏହାକୁ ନେଇ ଉଭୟ ଗୋଷ୍ଠୀ ରଘୁନାଥପୁର ଥାନା ଘେରାଉ କରିବା ସହ ଥାନା ସାମ୍ନାରେ ବସିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Panchayat Poll: ଚିରୁକୁଟି ବଣ୍ଟାକୁ ନେଇ ଗଣ୍ଡଗୋଳ, ଥାନା ଘେରିଲେ ଉତ୍ୟେକ୍ତ ଲୋକେ
Panchayat Poll: ଚିରୁକୁଟି ବଣ୍ଟାକୁ ନେଇ ଗଣ୍ଡଗୋଳ, ଥାନା ଘେରିଲେ ଉତ୍ୟେକ୍ତ ଲୋକେ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଧରାଧରପୁର ଗ୍ରାମରେ ଆଜି ଚିରୁକୁଟି ବଣ୍ଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏହାକୁ ନେଇ ଉଭୟ ଗୋଷ୍ଠୀ ରଘୁନାଥପୁର ଥାନା ଘେରାଉ କରିବା ସହ ଥାନା ସାମ୍ନାରେ ବସିଥିବା ଦେଖିବାକୁ ମିଳିଛି । ତେବେ ମିଳିଥିବା ସୂଚନା ଅନୁସାରେ ରଘୁନାଥପୁର ବ୍ଲକରେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବ ।

ଅନ୍ୟପଟେ ଆଜି ସନ୍ଧ୍ୟାରେ ଏକ ରାଜନୈତିକ ଦଳ ପକ୍ଷରୁ ଚିରୁକୁଟି ବାଣ୍ଟୁଥିବା ବେଳେ ଅନ୍ୟ ଗୋଷ୍ଠୀ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ରଘୁନାଥପୁର ଥାନାରେ ଉଭୟ ପକ୍ଷରୁ ଏତଲା ଦିଆଯାଇଛି । ସେହିପରି ଉଭୟ ପକ୍ଷର ଶତାଧିକ ଲୋକେ ରଘୁନାଥପୁର ଥାନାକୁ ଆସି ପାଟିତୁଣ୍ଡ କରିବା ସହ ଥାନା ଘେରାଉ କରିଥିଲେ ।

ଅପରପକ୍ଷେ ପୋଲିସ ଉଭୟ ପକ୍ଷଙ୍କ ସହ ଆଲୋଚନା କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.