ETV Bharat / state

ପ୍ରଧାନ ଶିକ୍ଷକଙ୍କୁ ବିରୋଧ, ସ୍କୁଲରେ ତାଲା ପକାଇଲେ ଅଭିଭାବକ

author img

By

Published : Sep 14, 2022, 5:45 PM IST

ଛାତ୍ରୀମାନଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ମୋ ସ୍କୁଲ ଅଭିଯାନର ଅଧିବେଶନ ବିବରଣୀରେ ଚଞ୍ଚକତା କରିବା ସହ ବିଦ୍ୟାଳୟ ପରିଚାଳନା କମିଟିର ଉନ୍ନୟନ ପାଣ୍ଠିକୁ ମଧ୍ୟ ଆତ୍ମସାତ କରିଛନ୍ତି । ଏଭଳି ଏକାଧିକ ଅଭିଯୋଗରେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି ଅଭିଭାବକ । ଅଧିକ ପଢ଼ନ୍ତୁ

ପ୍ରଧାନ ଶିକ୍ଷକଙ୍କୁ ବିରୋଧ, ସ୍କୁଲରେ ତାଲା ପକାଇଲେ ଅଭିଭାବକ
ପ୍ରଧାନ ଶିକ୍ଷକଙ୍କୁ ବିରୋଧ, ସ୍କୁଲରେ ତାଲା ପକାଇଲେ ଅଭିଭାବକ

ଜଗତସିଂହପୁର: ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି ଅଭିଭାବକ । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅଭିଭାବକ ।ପ୍ରଧାନ ଶିକ୍ଷକଙ୍କ ଛାତ୍ରୀମାନଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ । ବିଦ୍ୟାଳୟ ପରିଚାଳନା କମିଟିର ଉନ୍ନୟନ ପାଣ୍ଠିକୁ ମଧ୍ୟ ପ୍ରଧାନ ଶିକ୍ଷକ ଆତ୍ମସାତ କରୁଥିବା ଅଭିଯୋଗ । ଏଭଳି ଅନେକ ଅଭିଯୋଗରେ ଅଭିଭାବକମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଧାରଣା ଦେଇଛନ୍ତି । ସେପଟେ ଏନେଇ ସମ୍ପୃକ୍ତ ଶିକ୍ଷକ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।

ପ୍ରଧାନ ଶିକ୍ଷକଙ୍କୁ ବିରୋଧ, ସ୍କୁଲରେ ତାଲା ପକାଇଲେ ଅଭିଭାବକ

ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପିତେଇପୁର ପଞ୍ଚାୟତର କନକ ଦୁର୍ଗା ହାଇସ୍କୁଲରେ ଅଭିଭାବକମାନେ ତାଲା ପକାଇ ବିଦ୍ୟାଳୟ ବାହାରେ ଧାରଣାରେ ବସିଛନ୍ତି । ସେମାନେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ବିଭିନ୍ନ ସମୟରେ ପ୍ରଧାନ ଶିକ୍ଷକ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି । ସେହିଭଳି ଆହୁରି ଅନେକ ଅଭିଯୋଗ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଆଣିଛନ୍ତି ଅଭିଭାବକ । ଗତ ଏକ ବର୍ଷ ମଧ୍ୟରେ ପ୍ରଧାନ ଶିକ୍ଷକ ଅନେକ ଦୁର୍ନିତୀମୂଳକ କାର୍ଯ୍ୟ କରିଛନ୍ତି । ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କ ବଦଳି ନେଇ ଅଭିଭାବକମାନେ ଦାବୀ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଏନେଇ ବିଦ୍ୟାଳୟ ଆଗରେ ଧାରଣା ଦିଆଯାଇଥିବାରୁ ପାଠପଢା ବାଧାପ୍ରାପ୍ତ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପି ନେତାଙ୍କ ଗିରଫକୁ ନେଇ କୁଜଙ୍ଗ ଥାନା ଘେରାଉ

କନକ ଦୁର୍ଗା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଅଭିଭାବକମାନେ ଆହୁରି ଅନେକ ଅନିୟମିତତାର ଅଭିଯୋଗ ଆଣିଛନ୍ତି । ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ ମୋ ସ୍କୁଲ ଅଭିଯାନର ଅଧିବେଶନ ବିବରଣୀରେ ଚଞ୍ଚକତା କରିବା ସହ ବିଦ୍ୟାଳୟ ପରିଚାଳନା କମିଟିର ଉନ୍ନୟନ ପାଣ୍ଠିକୁ ଆତ୍ମସାତ କରିଥିବା ଅଭିଯୋଗ ମଧ୍ୟ ହୋଇଛି । ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଅନେକ ଥର ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ତେବେ ତୁରନ୍ତ ଜିଲ୍ଲା ପ୍ରଶାସନ ତଦନ୍ତ କରି ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାବି ହୋଇଛି । ଏନେଇ ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.