ETV Bharat / state

ଅଣଖିଆ ନିକଟରେ ଦୁର୍ଘଟଣା, ଚାଲିଗଲା ଜଣଙ୍କ ଜୀବନ

author img

By

Published : Jun 7, 2021, 10:39 AM IST

ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ଅଣଖିଆ ବଜାରରେ ସଡ଼କ ଦୁର୍ଘଟଣା। ଅଧିକ ପଢନ୍ତୁ...

ସଡକ ଦୁର୍ଘଟଣାରେ ଜଣେ ମୃତ
ସଡକ ଦୁର୍ଘଟଣାରେ ଜଣେ ମୃତ

ଜଗତସିଂହପୁର: ବୋଲେରୋ ଧକ୍କାରେ ଯୁବକ ମୃତ । ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ଅଣଖିଆ ବଜାରରେ ଘଟିଛି ଏହି ଦୁର୍ଘଟଣା । ମୃତ ଯୁବକ ଜଣକ ହେଉଛନ୍ତି ତରୀକୁନ୍ଦ ଗ୍ରାମର ସୁନାକର ସିଂଙ୍କ ପୁଅ ସୁକାନ୍ତ ସିଂ।

ସୂଚନା ମୁତାବକ, ମୃତ ସୁକାନ୍ତ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । ତେବେ ଗତକାଲି(ଶନିବାର) ବିଳମ୍ବିତ ରାତିରେ ଫେରୁଥିବା ସମୟରେ ଏକ ବୋଲେରୋ ସୁକାନ୍ତକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ପରେ ଖବର ପାଇ ପରିବାର ଲୋକେ ସୁକାନ୍ତଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.