ETV Bharat / state

ମେଡ଼ିକାଲରୁ ନିଖୋଜ ନାବାଳକ ଉଦ୍ଧାର, ଅଭିଯୁକ୍ତ ଗିରଫ

author img

By

Published : Aug 23, 2021, 6:01 AM IST

ପୁତ୍ର ସନ୍ତାନ ନଥିବା ନେଇ ଶିଶୁ ପୁତ୍ରଟିକୁ ଅଭିଯୁକ୍ତ କରିଥିଲା ଅପହରଣ । ଏନେଇ ପୋଲିସ ନିଖୋଜ ନାବାଳକକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି । ଅଧିକ ପଢନ୍ତୁ...

ମେଡ଼ିକାଲରୁ ନିଖୋଜ ନାବାଳକକୁ ଉଦ୍ଧାର କରିଛି ପୋଲିସ, ଅଭିଯୁକ୍ତ ଗିରଫ
ମେଡ଼ିକାଲରୁ ନିଖୋଜ ନାବାଳକକୁ ଉଦ୍ଧାର କରିଛି ପୋଲିସ, ଅଭିଯୁକ୍ତ ଗିରଫ

ଜଗତସିଂହପୁର: ଶିଶୁ ନିଖୋଜ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତ 8ତାରିଖରେ ହସ୍ପିଟାଲରେ ଖେଳୁଥିବା ସମୟରେ 3 ବର୍ଷର ଶିଶୁ ନିଖୋଜ ହୋଇଯିବା ଘଟଣାରେ ରବିବାର ଜଗତସିଂହପୁର ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଶିଶୁଟିକୁ ଉଦ୍ଧାର କରିଛି । ସୂଚନାନୁଯାୟୀ ଅଭିଯୁକ୍ତ ବିରିଡି ଥାନା ବରାଗୋଳ ପଞ୍ଚାୟତ ଅନ୍ତର୍ଗତ ବିଶ୍ବନାଥପୁର ଗ୍ରାମର ଗଣେଶ ମଲିକ ଜଗତସିଂହପୁର ମେଡିକାଲ ଆସିଥିବା ବେଳେ ସେଠାରେ ନାବାଳକ ଜଣକ ଏକୁଟିଆ ଖେଳୁଥିବା ଦେଖି ଅଭିଯୁକ୍ତ ଗଣେଶ ତାଙ୍କୁ ବରା ଖାଇବାକୁ ଦେବାପରେ ତାକୁ ପ୍ରଲୋଭିତ କରି ଅପହରଣ କରି ନେଇଥିବା ସ୍ବୀକାର କରିଛି । ତେବେ ସେ ନିଜ ଘରେ ରଖିବାକୁ ନେଇ ଥିବା ନେଇ ପୋଲିସ ନିକଟରେ ପ୍ରତିକ୍ରିୟା ରଖିଛି ଅଭିଯୁକ୍ତ ।

ମେଡ଼ିକାଲରୁ ନିଖୋଜ ନାବାଳକକୁ ଉଦ୍ଧାର କରିଛି ପୋଲିସ, ଅଭିଯୁକ୍ତ ଗିରଫ

ସେ ପିଲା ବିକ୍ରି କିମ୍ବା ଅନ୍ୟ କୌଣସି ଉଦ୍ଧେଶ୍ୟରେ ନେଇନଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଅଭିଯୁକ୍ତ ଗଣେଶ ବିବାହିତ ଓ ତାର ଗୋଟିଏ କନ୍ୟା ଝିଅ ବିବାହ କରିଛନ୍ତି । ତାଙ୍କର ପୁତ୍ର ସନ୍ତାନ ନଥିବାରୁ ସେ ଶିଶୁଟିକୁ ନେଇଥିବା ପୋଲିସକୁ କହିଛି । ତେବେ ପିଲାକୁ ଯେପରି କେହି ଚିହ୍ନି ନ ପାରିବେ ସେନେଇ ତାକୁ ଲଣ୍ଡା କରିବା ସହ ଶିଶୁଟି ପାଇଁ ପାଇଁ ନୂଆ ପୋଷାକ ପତ୍ର ଆଣିଥିବା ନେଇ ସେ ସୂଚନା ଦେଇଛି ।

ତେବେ ନିଖୋଜ ଘଟଣାରେ ପୋଲିସ ଅଭିଯୁକ୍ତକୁ ଥାନା ରେ ଅଟକ ରଖି ଅଧିକ ପଚରା ଉଚାର ଜାରି ରଖିଛି । ତେବେ ନାବାଳକଟିକୁ ପୋଲିସ ଉଦ୍ଧାର କରି ସିଡ଼ବ୍ଲୁସିକୁ ହସ୍ତାନ୍ତର କରିଥିବା ନେଇ ସୂଚନା ଦେଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.