ETV Bharat / state

JSW project: ଗୋବିନ୍ଦପୁରରେ 20ଟି ପାନ ବରଜ ଅଧିଗ୍ରହଣ କଲା ପ୍ରଶାସନ

author img

By

Published : Dec 25, 2021, 7:18 PM IST

Updated : Dec 25, 2021, 7:56 PM IST

ପ୍ରସ୍ତାବିତ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ଅଞ୍ଚଳରେ ଗୋବିନ୍ଦପୁର ଗାଁରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାନ ବରଜ ଅଧିଗ୍ରହଣ କାର୍ଯ୍ୟ ଜାରି । ଗୋବିନ୍ଦପୁର ଗ୍ରାମର ୭ଟି ପରିବାର ସେମାନଙ୍କ ପାନ ବରଜକୁ ସ୍ବଇଚ୍ଛାରେ ହସ୍ତାନ୍ତର କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ପାନ ବରଜ ଭଙ୍ଗା ସରିଥିବା ଏରସମା ତହସିଲଦାରଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା । ଅଧିକ ପଢନ୍ତୁ

JSW steel plant: Protests intensify but administration continue work at project site
JSW project: ଗୋବିନ୍ଦପୁରରେ 20ଟି ପାନ ବରଜ ଅଧିଗ୍ରହଣ କଲା ପ୍ରଶାସନ

ଜଗତସିଂହପୁର: ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଚାରିଦେଶର ଗୋବିନ୍ଦପୁର ଗାଁରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାନ ବରଜ ଅଧିଗ୍ରହଣ କାର୍ଯ୍ୟ ଜାରିରହିଛି । ଗୋବିନ୍ଦପୁର ଗ୍ରାମର ୭ଟି ପରିବାର ସେମାନଙ୍କ ପାନ ବରଜକୁ ସ୍ବଇଚ୍ଛାରେ ହସ୍ତାନ୍ତର କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ପାନ ବରଜ ଭଙ୍ଗା ସରିଥିବା ଏରସମା ତହସିଲଦାରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

JSW project: ଗୋବିନ୍ଦପୁରରେ 20ଟି ପାନ ବରଜ ଅଧିଗ୍ରହଣ କଲା ପ୍ରଶାସନ

ଗୋବିନ୍ଦପୁର ଅଞ୍ଚଳରେ ଲୋକେ ଶିଳ୍ପକୁ ସମର୍ଥନ କରି ନିଜର ଜମିକୁ ପ୍ରଶାସନକୁ ହସ୍ତାନ୍ତର କରୁଛନ୍ତି । ଗୋବିନ୍ଦପୁର ବାସୀଙ୍କ କହିବା କଥା, ଆମ ପୂର୍ବ ପୁରୁଷ ମାନେ ଧାନ ଚାଷ, ପାନ ବରଜ ଓ ମୀନ ଚାଷ କରି ଜୀବିକା ନିର୍ବାହ କରିଥିଲେ। ଚାଷରେ ବ୍ୟାପକ କ୍ଷତି ହେଉଥିବାରୁ ବର୍ତ୍ତମାନ ଉତ୍ତରପିଢି ଏହି କାର୍ଯ୍ୟ କରିବାକୁ ଅରାଜି ହେଉଛନ୍ତି । ଯଦି ଏହି ସ୍ଥାନରେ ଶିଳ୍ପ ହୁଏ ତେବେ ନିଯୁକ୍ତି ସୁଯୋଗ ମିଳିବ ।

ଏହାମଧ୍ୟ ପଢନ୍ତୁ: ଢିଙ୍କିଆ JSW ପ୍ରକଳ୍ପ ବିରୋଧି ନେତାଙ୍କ ଦୁଇ ସଂପର୍କୀୟଙ୍କୁ ଉଠାଇନେଲା ପୋଲିସ

ଏଥିସହ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ପାଇଁ ପ୍ରଶାସନ ବ୍ୟବସ୍ଥା କରିବା ଦରକାର ବୋଲି କହିଛନ୍ତି । ଗତକାଲି ଗୋବିନ୍ଦପୁର ଗ୍ରାମର କିଛି ମୁରବୀ, SP ଅଖିଳେଶ୍ବର ସିଂହଙ୍କୁ ଭେଟିଥିବାବେଳେ ବରଜ ଦେବାକୁ ଆଗ୍ରହୀ ବ୍ୟକ୍ତିଙ୍କୁ ସଙ୍ଗେସଙ୍ଗେ କ୍ଷତିପୂରଣ ରାଶି ଦେବାକୁ ଦାବି କରିଛନ୍ତି । ତେବେ ଆଜି ମଧ୍ୟ ଶିଳ୍ପ ବିରୋଧୀଙ୍କ ମେଳି ଢ଼ିଙ୍କିଆରେ ଜାରି ରହିଛି । ଗୋବିନ୍ଦପୁର ଲୋକେ JSWକୁ ସମର୍ଥନ କରି ବରଜ ଦେଉଥିବାବେଳେ ଢ଼ିଙ୍କିଆରେ କିନ୍ତୁ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Dec 25, 2021, 7:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.