ETV Bharat / state

ଢିଙ୍କିଆ JSW ପ୍ରକଳ୍ପ ବିରୋଧି ନେତାଙ୍କ ଦୁଇ ସଂପର୍କୀୟଙ୍କୁ ଉଠାଇନେଲା ପୋଲିସ

author img

By

Published : Dec 20, 2021, 9:56 PM IST

ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତରେ ମହାଳ ରାଜସ୍ୱ ଗ୍ରାମକୁ ସୋମବାର ଜିଲ୍ଲା ପ୍ରଶାସନ ମାପଚୁପ କରି ସୀମା ନିର୍ଦ୍ଧାରଣ କରିଛି। ଢ଼ିଙ୍କିଆ ବାସୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ପୋଲିସ ଫୋର୍ସ ସହାୟତାରେ ଏରସମା ତହସିଲଦାର ନେତୃତ୍ୱରେ ଏହି କାର୍ଯ୍ୟ କରାଯାଇଛି । ଅଧିକ ପଢନ୍ତୁ

jagatsinghpur police detained two villagers from Dhinkia JSW project area
ଢିଙ୍କିଆ JSW ପ୍ରକଳ୍ପ ବିରୋଧି ନେତାଙ୍କ ଦୁଇ ସଂପର୍କୀୟଙ୍କୁ ଉଠାଇନେଲା ପୋଲିସ

ଢିଙ୍କିଆ (ଜଗତସିଂହପୁର): ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତରେ ମହାଳ ରାଜସ୍ୱ ଗ୍ରାମକୁ ସୋମବାର ଜିଲ୍ଲା ପ୍ରଶାସନ ମାପଚୁପ କରି ସୀମା ନିର୍ଦ୍ଧାରଣ କରିଛି। ଢ଼ିଙ୍କିଆ ବାସୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ପୋଲିସ ଫୋର୍ସ ସହାୟତାରେ ଏରସମା ତହସିଲଦାର ନେତୃତ୍ୱରେ ଏହି କାର୍ଯ୍ୟ କରାଯାଇଛି । କୌଣସି ପୂର୍ବ ସୂଚନା ନ ଦେଇ ମଧ୍ୟାହ୍ନ ୧୨ଟା ସମୟରେ ୧୪ ପ୍ଲାଟୁନ ପୋଲିସ ଫୋର୍ସ ସହିତ ତହସିଲଦାର ମହାଳରେ ପହଞ୍ଚିଥିଲେ। ମାପ ଚୁପ ଆରମ୍ଭ ହେବାକ୍ଷଣି ମହାଳ ଓ ଢ଼ିଙ୍କିଆ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ।

ଢିଙ୍କିଆ JSW ପ୍ରକଳ୍ପ ବିରୋଧି ନେତାଙ୍କ ଦୁଇ ସଂପର୍କୀୟଙ୍କୁ ଉଠାଇନେଲା ପୋଲିସ

ଯାହାକୁ ନେଇ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଟେକା ପଥର ମାଡ଼ ହୋଇଥିଲା । କିଛି ପୋଲିସ ଅଧିକାରୀ ଏହାର ସୁଯୋଗ ନେଇ ଗାଁ ଭିତରେ ପଶି ଆନ୍ଦୋଳନର ନେତୃତ୍ବ ନେଉଥିବା ଦେବେନ୍ଦ୍ର ସ୍ୱାଇଁଙ୍କ ଭଉଣୀ ମିଲି ସ୍ୱାଇଁ ଓ ଦାଦା ଅଯୋଧ୍ୟା ସ୍ୱାଇଁକୁ ଉଠାଇ ଆଣିବାକୁ ସକ୍ଷମ ହୋଇଥିଲେ। ଏହି ଖବର ଜଣା ପଡିବା ପରେ ଗ୍ରାମବାସୀ ଉଗ୍ର ହୋଇ ଉଠିଥିଲେ। ଏହି ମୌକାରେ ଜିଲ୍ଲା ପ୍ରଶାସନ ରାଜସ୍ୱ ଗ୍ରାମର ସୀମା ନିର୍ଦ୍ଧାରଣ କରି ଫେରି ଆସିଥିଲା ।

ଏହାମଧ୍ୟ ପଢନ୍ତୁ: ଢିଙ୍କିଆରେ ପୋଲିସର ଘେରାବନ୍ଦୀ, ଖାତା କଲମ ପାଇଁ ପିଲାଙ୍କ ଆନ୍ଦୋଳନ

ଅନ୍ୟପଟେ ପୋଲିସ ଅଯୋଧ୍ୟା ସ୍ୱାଇଁ ଓ ମିଲି ସ୍ୱାଇଁଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଛି । ସେମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା ୧୪୩/୩୪୧/୨୯୪/୫୦୬/୩୫୩/୧୮୬/୧୪୯ IPC ରେ ମାମଲା ରୁଜୁ କରିଛି । ଉଭୟଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖାଯାଇଥିବା ଜିଲ୍ଲା ପୋଲିସ ମୁଖ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ଆଜିର ଏହି ଘଟଣା ପରେ ପୋଲିସ ଅଧିକ ସଜାଗ ହୋଇ ଉଠିଛି । ଗ୍ରାମବାସୀ ମାନେ ଗ୍ରାମର ମୁଖ୍ୟ ରାସ୍ତାକୁ ଅବରୋଧ କରିବା ସହ ଜଗି ରହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.