ETV Bharat / state

ପୋଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ: ଜୀବନ୍ତ ବୋମା, ବନ୍ଧୁକ ଓ ଗୁଳି ଜବତ

author img

By ETV Bharat Odisha Team

Published : Nov 10, 2023, 10:45 PM IST

ଜଗତସିଂହପୁର ପୋଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ । ବନ୍ଧୁକ ଦେଖାଇ ଲୋକଙ୍କ ଠାରୁ ନେଉଥିଲା ଦାଦାବଟି । ଅଧିକ ପଢନ୍ତୁ

ପୋଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ
ପୋଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ

ପୋଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ

ଜଗତସିଂହପୁର: ଜଗତସିଂହପୁର ପୋଲିସକୁ ସଫଳତା । ପୋଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ । ଏକାଧିକ ଅପରାଧୀକ ମାମଲାରେ ସମ୍ପୃକ୍ତ ଥିବା ହାଡ଼କୋର ଅପରାଧୀ ସୂର୍ଯ୍ୟ ସ୍ୱାଇଁକୁ ଆଜି ଜଗତସିଂହପୁର ପୋଲିସ କାବୁ କରିବା ସହିତ ତା ନିକଟରୁ ଜୀବନ୍ତ ବୋମା ଶହ ବନ୍ଧୁକ ଜବତ କରିଛି । ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି(ଶୁକ୍ରବାର) ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଆଳିପିଙ୍ଗଳ ପଞ୍ଚାୟତ ସାଳଜଙ୍ଗ ଗ୍ରାମର ରଞ୍ଜିତ ସ୍ୱାଇଁଙ୍କ ପୁଅ ସୂର୍ଯ୍ୟକାନ୍ତ ବିଭିନ୍ନ ସ୍ଥାନରୁ ଲୁଟ, ଦାଦାବଟି ଆଦାୟ ଓ ନିଶାଦ୍ରବ୍ୟ କାରବାର ଚଳାଇ ଆସୁଥିଲା । ଦାଦାବଟି ଆଦାୟ ସହିତ ବନ୍ଧୁକ ଦେଖାଇ ବିଭିନ୍ନ ସ୍ଥାନରୁ ଲୁଟ କରୁଥିଲା । ଏ ସମ୍ପର୍କରେ ଜଗତସିଂହପୁର ଥାନାରେ ଅଭିଯୋଗ ହେବାପରେ ଅପରାଧୀକୁ ଧରିବା ପାଇଁ ଜଗତସିଂହପୁର ପୋଲିସ ଜାଲ ବିଛାଇଥିଲା ।

ଏହାମଧ୍ୟ ପଢନ୍ତୁ..ନିଦ ହଜାଇ ଦେଇଥିଲା, କୁଖ୍ୟାତ ଚୋରକୁ ଧରିଲା ପୁରୀ ପୋଲିସ

ଅଭିଯୁକ୍ତ ସୂର୍ଯ୍ୟ ଦିନ ଦ୍ବିପ୍ରହରରେ ଏକ ବାଲି ବୋଝେଇ ଟ୍ରକର ଡ୍ରାଇଭରକୁ ବନ୍ଧୁକ ଦେଖାଇ ଦାଦାବଟି ଆଦାୟ କରୁଥିବା ବେଳେ ଛପି ରହିଥିବା ପୋଲିସ ତାକୁ କାବୁ କରିଛି । ଅଭିଯୁକ୍ତ ନିକଟରୁ 8ଟି ଜୀବନ୍ତ ବୋମା, ଏକ ବନ୍ଧୁକ, ଜୀବନ୍ତ ଗୁଳି ସହିତ ଏକ ମାରୁତି କାରକୁ ପୋଲିସ ଜବତ କରିଛି । ଗିରଫ ପରେ ଆଜି ସନ୍ଧ୍ୟାରେ ଅଭିଯୁକ୍ତ ପୋଲିସ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ଅଭିଯୁକ୍ତ ସୂର୍ଯ୍ୟ ନାମରେ ଜଗତସିଂହପୁର ଥାନାରେ ଏକାଧିକ ମାମଲା ରହିଥିବା ବେଳେ କଟକର ବିଭିନ୍ନ ଥାନାରେ ମଧ୍ୟ ଅନେକ ମାମଲା ରହିଛି । ସୂର୍ଯ୍ୟ ଗତ କିଛିଦିନ ହେବ ଜଗତସିଂହପୁର ଆଳିପିଙ୍ଗଳ କଲେଜ ଛକ, ଯଶୋବନ୍ତ ପୁର ଛକ ହାଟ ବଜାର ଆଦି ସ୍ଥାନରେ ମାଲବାହୀ ଟ୍ରକକୁ ଅଟକାଇ ଦାଦାବଟି ଆଦାୟ କରୁଥିଲା । ଯଦି କେହି ଦାଦାବଟି ଦେବାକୁ ମନା କରେ ତେବେ ବନ୍ଧୁକ ଦେଖାଇ ଭୟଭୀତ କରୁଥିବା ପୋଲିସ କହିଛି ।

ଏହାମଧ୍ୟ ପଢନ୍ତୁ..ରାଜଧାନୀରେ ସୀମା ଟପିଲା ବର୍ବରତା, ଦୁଷ୍କର୍ମ ପରେ 4ଵର୍ଷ ଶିଶୁକନ୍ୟାକୁ ଗଳାକାଟି ହତ୍ୟା !

ଏହି ଘଟଣାରେ ଆଉ କିଏ ସଂପୃକ୍ତ ଅଛନ୍ତି କି ନାହିଁ ଜଗତସିଂହପୁର ପୋଲିସ ଏହାର ଅନୁସନ୍ଧାନ ଜାରି ରଖିଛି । ଏହି ଘଟଣାକୁ ନେଇ ଜଗତସିଂହପୁର ସହରରେ ଚର୍ଚ୍ଚା ଜୋର ଧରିଛି । ଅଭିଯୁକ୍ତ ଗିରଫ ହେବାପରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଟ୍ରକ ଡ୍ରାଇଭର ଓ ସାଧାରଣ ଲୋକେ ଆଶ୍ୱସ୍ତ ଅନୁଭବ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.