ETV Bharat / state

ଇଟିଭି ଭାରତ ମହାପ୍ରଭାବ, ଘରକୁ ଫେରିଲା ପୁଅ

author img

By

Published : Oct 19, 2019, 11:31 PM IST

‘ଇଟିଭି ଭାରତ’ର ମହାପ୍ରଭାବ ଘରକୁ ଫେରିଲା ହଜିଲା ପୁଅ । ଏନେଇ ପରିବାରରେ ଖେଳି ଯାଇଛି ଖୁସିର ଲହରି । ଅଧିକ ପଢନ୍ତୁ...

ଇଟିଭି ଭାରତ ମହାପ୍ରଭାବ, ଘରକୁ ଫେରିଲା ପୁଅ

ଜଗତସିଂହପୁର: ‘ଇଟିଭି ଭାରତ’ର ମହାପ୍ରଭାବ । ଘରକୁ ଫେରିଲା ନିଖୋଜ ନାବାଳକ । ଦୀର୍ଘ ମାସେ ଧରି ନିଖୋଜ ହୋଇଥିବା ଗଣେଶ ପାତ୍ର ଘରକୁ ଫେରିଛନ୍ତି । ଯାହାକୁ ନେଇ ପରିବାରରେ ଖେଳି ଯାଇଛି ଖୁସିର ଲହରି ।

ଇଟିଭି ଭାରତ ମହାପ୍ରଭାବ, ଘରକୁ ଫେରିଲା ପୁଅ

ପୁରା ଘଟଣା ଏମିତି,ଜଗତସିଂହପୁର ଉପକଣ୍ଠ କେନ୍ଦାଳ ଗାଁରେ ରୁହନ୍ତି ସମରେନ୍ଦ୍ର ପାତ୍ର । ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ନିଜ 12 ବର୍ଷିୟ ପୁଅ ଗଣେଶ ପାତ୍ରଙ୍କୁ ଶିଶୁ ଆଶ୍ରମରେ ରଖିଥିଲେ । ହେଲେ ଗତ ସେପ୍ଟେମ୍ବର 1ତାରିଖରୁ ଗଣେଶ ଆଶ୍ରମରୁ କେଉଁ ଆଡେ ଚାଲିଯାଇଥିଲେ ।

ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନଥିଲା । ଏପଟେ ଆଶ୍ରମ କର୍ତ୍ତୃପକ୍ଷ ପୋଲିସ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ସେମାନଙ୍କ ଅଭିଯୋଗ ରଖିନଥିଲା । ଏନେଇ ଆମେ ଖବର ପ୍ରସାରଣ କରିବା ପରେ ପୋଲିସ ମାମଲାକୁ ଗୁରୁତ୍ବର ସହ ନେଇଥିଲା ।

ନାବାଳକଟିକୁ ବେଣୁଧର ସାମଲ ନାମକଙ୍କ ନିକଟରୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ତାଙ୍କୁ ପରିବାରକୁ ହସ୍ତାନ୍ତର କରିଛି ପୋଲିସ । ଯାହାକୁ ନେଇ ପରିବାରରେ ଖୁସିର ଲହରି ଖେଳି ଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ,ଜିଲାର CWC ଦ୍ଵାରା ପରିଚାଳିତ ଚାଟର ସ୍ଥିତ ଶିଶୁ ଆଶ୍ରମ ରୁ ଗତ ମାସ 1 ତାରିଖ ରୁ ନିଖୋଜ ହୋଇଯାଇଥିବା ନାଁ ବାଳକ ଗଣେଶ ପାତ୍ର,(ଟୁନା) କୁ ପୋଲିସ ଉଦ୍ଧାର କରିଛି।ସୂଚନା ଯୋଗ୍ୟ, ଯେ ଗତ ସେପ୍ଟେମ୍ବର 5 ତାରିଖ ରେ ଜଗତସିଂହପୁର ଉପକଣ୍ଠ କେନ୍ଦlଳ ଗ୍ରାମର ସମରେନ୍ଦ୍ର ପାତ୍ର ଙ୍କ 12 ବର୍ଷ ର ପୁଅ ଗଣେଶ ପାତ୍ର (ଟୁନା)ଘରୁ କେଉଁଆଡ଼େ ପଳାଇ ଯାଇଥିଲା । ଏହି ଅଭିଯୋଗ ଆସିବା ପରେ ସେହିମାସ 12 ତାରିଖ ରେ CWC ପକ୍ଷରୁ ବେଣୁଧରସାମଲ ନାମକ ଜଣେ ବ୍ୟକ୍ତି ଅଲିପିଙ୍ଗଳ ସ୍ଥିତ ଏକ ଚାହା ଦୋକାନ ରେ ନାଁ ବାଳକ କୁ ରଖିଥିବା ଖବର ପାଇ ଚଢ଼ାଉ କରି ନାଁ ବାଳକ କୁ ଉଦ୍ଧାର କରି CWC ଦ୍ୱାରା ପରିଚାଳିତ ଶିଶୁ ଆଶ୍ରମ ରେ ରଖିଥିଲେ। କିନ୍ତୁ ପିଲାଟି ଗତ ମାସ 1ତାରିଖ ଦିନ ଶିଶୁ ଆଶ୍ରମ ରୁ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲା। CWC ଥାନ ରେ ଏତଲା ଦେଇ ଚୁପ ବସି ରହିବା ସହ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ବିଳମ୍ବ କରିଥିଲା। ଏସମ୍ପର୍କ ରେ ଈ,ଟିଭି ଭାରତ ପକ୍ଷରୁ ପ୍ରଥମେ ତଥ୍ୟ ଭିତିକ ଖବର ପ୍ରସାରଣ ହେବ ପରେ CWC ଓ ଜଗତସିଂହପୁର ପୋଲିସ ତତ୍ପରତା ଦେଖାଇଥିଲେ। ଈଟିଭି ଭାରତ ର ଖବର କୁ ଭିତ୍ତିକରି ସମ୍ପୃକ୍ତ ବେଣୁଧର ସାମଲ ଙ୍କୁ ପଚାର ଉଚାର କରିଥିଲା। ଗତକାଲି ରାତିରେ ବେଣୁଧର ସାମଲ ପତ୍ନୀ ନାଁ ବାଳକ କୁ ଆଣି ଥାନାରେ ହାଜର କରିବା ସହ ନିଜେ ପିଲାଟିକୁ ଲୁଚାଇ ରଖିଥିବା ପ୍ରକାଶ କରିଥିଲା। ପୋଲିସ ପିଲାଟିକୁ ଉଦ୍ଧାର କରି ତାର ପରିବାର କୁ ହସ୍ତାନ୍ତର କରିଛି।ଏହାକୁ ନେଇ CWC.ଓ ନାଁ ବାଳକ ର ବାପା ଈଟିଭି ଭାରତ କୁ ଧନ୍ୟବାଦ ଦେଇଛନ୍ତି।


Body:byt_ Anjan Aacharya_ superintendent_ sisu asram
byt_ amarendra patra_ pila ra bapa


Conclusion:report _susanta patra
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.