ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଗରେ ବିପଦସଙ୍କୁଳ ବିଦ୍ୟୁତ୍‌ ବ୍ୟବସ୍ଥା, ଟାଟା ପାୱାର ସାଜିଛି ନିରବଦ୍ରଷ୍ଟା !

author img

By ETV Bharat Odisha Team

Published : Nov 16, 2023, 5:56 PM IST

ଜଗତସିଂହପୁରରେ ବିପଦସଙ୍କୁଳ ବିଦ୍ୟୁତ ବ୍ୟବସ୍ଥା । ସହରର ବିଭିନ୍ନ ବିଦ୍ୟୁତ ସବ୍ ଷ୍ଟେସନ ପାଲଟିଛି ମରଣ ଯନ୍ତା । ଟାଟା ପାୱାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଗରେ ବିପଦସଙ୍କୁଳ ବିଦ୍ୟୁତ ବ୍ୟବସ୍ଥା, ଟାଟା ପାୱାର ନିରବଦ୍ରଷ୍ଟା

ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିପଦ ସଂକୁଳ ଅବସ୍ଥାରେ ବିଦ୍ୟୁତ ସବ ଷ୍ଟେସନ । ଏଠାରେ ଏକାଧିକ ବ୍ୟକ୍ତି ଓ ଗୃହ ପାଳିତ ପଶୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି ତଥାପି ଏଥିପ୍ରତି କାହାର ନିଘା ନାହିଁ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭଳି ଏକ ସମ୍ବେଦନଶୀଳ ସ୍ଥାନରେ ବେପରୁଆ ବିଦ୍ୟୁତ୍‌ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣଲୋକେ । ଜଗତସିଂହପୁର ସହରରେ ବିଦ୍ୟୁତ୍‌ ସବ ଷ୍ଟେସନ ଗୁଡିକ ମୁକୁଳା ପଡିଛି । କେଉଁଠାରେ ବିଦ୍ୟୁତ ତାର ତଳେ ଝୁଲୁଛି ତ ଆଉ କେଉଁଠାରେ ସବ ଷ୍ଟେସନ ଚାରିପାଖ ଆବଦ୍ଧ କରାଯାଉନାହିଁ । ଫଳରେ କେତେ ବେଳେ କାହାର ଜୀବନ ଚାଲିଯିବ ଭୟ ରହିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଥିବା ୩ଟି ସବ ଷ୍ଟେସନ ମୁକୁଳା ପଡିଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆରେ ପ୍ରତ୍ୟେକ ଦିନ କୌଣସି ନାଁ କୌଣସି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ଏହି ସ୍ଥାନରେ ଚଳ ପ୍ରଚଳ କରିଥାନ୍ତି କିନ୍ତୁ ବିଦ୍ୟୁତ ବିଭାଗର ଅବହେଳା ଓ ଅପାରଗତା ଯୋଗୁଁ ମରଣଯନ୍ତା ପାଲଟିଛି ଏହି ଖୋଲା ସବ ଷ୍ଟେସନ । ପ୍ରତ୍ୟେକ ଦିନ କେହି ନାକେହି ବିଦ୍ୟୁତ ସଂସ୍ପର୍ଶରେ ଆସି ଆହତ ହେଉଛନ୍ତି । ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଟାଟା ପାୱାର କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ .....ଟାଟା ପାୱାରର ମନୋମୁଖୀ କାର୍ଯ୍ୟ ! ଅସନ୍ତୋଷ ଅସ୍ଥାୟୀ କର୍ମଚାରୀ

ଗତ ସୋମବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆରେ ଏକ ଗାଈ ଚରୁଥିବା ବେଳେ ଖାଦ୍ୟ ସଂଗ୍ରହ ପାଇଁ ମୁକୁଳା ପଡିଥିବା ସବ ଷ୍ଟେସନ ମଧ୍ୟକୁ ପଶି ଯାଇଥିଲା । ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସିଯିବା ପରେ ସେଠାରେ ଉପସ୍ଥିତ ଥିବା କିଛି ଗଣମାଧ୍ୟମ ପ୍ରତିନିଧିମାନେ ଏହା ଦେଖି ଗାଈଟିକୁ ଉଦ୍ଧାର କରିଥିଲେ । ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଯଦି ଟାଟା ପାୱାର ଏହି ଭଳି ବିଜୁଳି ବ୍ୟବସ୍ଥା କରିଛି ,ତେବେ ଗ୍ରାମାଞ୍ଚଳରେ କିଭଳି ଭାବରେ ଟାଟା ପାୱାର ସୁରକ୍ଷିତ ବିଜୁଳି ଯୋଗାଇ ଦେଉଛି । ତାହାକୁ ନେଇ ପ୍ରଶ୍ନ ଉଠିଛି ।

ଏହି ଘଟଣାକୁ ନେଇ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏହି ଘଟଣାକୁ ସ୍ୱୀକାର କରିବା ସହ ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ କ୍ୟାମେରା ସମ୍ମୁଖରେ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।

ଏହା ମଧ୍ୟ ପଢନ୍ତୁ...ବିଦ୍ୟୁତ କାଟକୁ ବିରୋଧ କରି ତୁମୁଳକାଣ୍ଡ, କର୍ମଚାରୀଙ୍କୁ ନିର୍ଦ୍ଧୁମ ପିଟିଲେ ଉପଭୋକ୍ତା

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.