ETV Bharat / state

ଟାଟା ପାୱାର ଅଫିସ ଆଗରେ ବିଜେପିର ବିକ୍ଷୋଭ, ତାଲା ପକାଇଲେ କର୍ମଚାରୀ

author img

By

Published : Jun 15, 2023, 7:17 PM IST

ବିଦ୍ୟୁତ ବିଭ୍ରାଟକୁ ନେଇ ତେଜିଲା ଅସନ୍ତୋଷ । ଜଗତସିଂହପୁରରେ ବିଜୁଳି ସମସ୍ୟାର ସ୍ଥାୟୀ ସମାଧାନ ନେଇ ଆନ୍ଦୋଳନା କଲା ବିଜେପି । ଅଧିକ ପଢ଼ନ୍ତୁ

ବିଦ୍ୟୁତ ବିଭ୍ରାଟକୁ ନେଇ ତେଜିଲା ଆସନ୍ତୋଷ
ବିଦ୍ୟୁତ ବିଭ୍ରାଟକୁ ନେଇ ତେଜିଲା ଆସନ୍ତୋଷ

ବିଦ୍ୟୁତ ବିଭ୍ରାଟକୁ ନେଇ ତେଜିଲା ଆସନ୍ତୋଷ

ଜଗତସିଂହପୁର: ଜୋର ଧରିଲା ବିଦ୍ୟୁତ ବିଭ୍ରାଟ ବିରୋଧରେ ଆନ୍ଦୋଳନ । ବିଜେପି ପକ୍ଷରୁ ଟାଟା ପାୱାର ଅଫିସକୁ ଘେରାଉ । ଅଘୋଷିତ ବିଦ୍ୟୁତ କାଟ, ଓ ବର୍ଦ୍ଧିତ ବିଜୁଳି ବିଲ୍‌କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି ଯେ ଜଗତସିଂହପୁର ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ତାପମାତ୍ର ବଢିବା ସହ ବିଦ୍ୟୁତ କାଟ ମଧ୍ୟ ବଢିବାରେ ଲଗିଛି । ମନମୁଖୀ ବିଦ୍ଯୁତକାଟ ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ଶୀକାର ହେଉଛନ୍ତି ।

ଜିଲ୍ଲା ବିଜେପି ସଭାପତି ରାଜେନ୍ଦ୍ର କୁମାର ବିଷ୍ଣୋଇ କହିଛନ୍ତି, "ରାଜ୍ୟ ସରକାର ଟାଟା କମ୍ପାନୀକୁ ବିଦ୍ୟୁତ ବିଭାଗକୁ ଟେକିଦେବା ପରେ ଟାଟା କମ୍ପାନୀ ମନମାନି କରୁଛି । ସ୍ମାର୍ଟ ମିଟର ନାମରେ କମ୍ପାନୀ ବର୍ଦ୍ଧିତ ବିଦ୍ୟୁତ ବିଲ୍‌ ଲୋକଙ୍କଠାରୁ ଆଦାୟ କରୁଛି । ହେଲେ ମନଇଚ୍ଛା ବିଦ୍ୟୁତ କାଟ ମଧ୍ୟ କରୁଛି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏହି ସମୟରେ ବାରମ୍ବାର ବିଦ୍ୟୁତ କାଟ କରାଯାଉଛି । କାଳବୈଶାଖୀ ଆଳରେ ଟାଟା କମ୍ପାନୀ ସହରାଞ୍ଚଳରେ 5ରୁ 6 ଘଣ୍ଟା ଧରି ବିଜୁଳି କାଟ କରୁଥିବାବେଳେ ଗ୍ରାମାଞ୍ଚଳରେ ଦିନଦିନ ଧରି ବିଜୁଳି ଦେଖିବାକୁ ମିଳୁନାହିଁ । ଯାହା ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଶକ୍ତି ମନ୍ତ୍ରୀ କହୁଛନ୍ତି ବିଦ୍ୟୁତ କାଟ ନୁହେଁ ଟ୍ରିପ ହେଉଛି । ଯାହା ଅତ୍ୟନ୍ତ ଲଜ୍ୟାଜନକ ।"

ଅଘୋଷିତ ବିଦ୍ୟୁତ କାଟ ଓ ବର୍ଦ୍ଧିତ ବିଦ୍ୟୁତ ବିଲକୁ ନେଇ ଆଜି ପୂର୍ବାହ୍ନ ୧୨ଟା ସମୟରେ ଶତାଧିକ ବିଜେପି କର୍ମୀ ଥାନା ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଟାଟା ପାୱାର ଅଫିସ ସମୂଖରେ ଆନ୍ଦୋଳନ କରିଥିଲେ । ବିଜେପି କର୍ମୀମାନେ ଆସିବା ପୂର୍ବରୁ କମ୍ପାନୀ କର୍ତ୍ତୃପକ୍ଷ ଅଫିସରେ ତାଲା ପକାଇ ଚାଲି ଯାଇଥିବା ବିଜେପି କର୍ମୀ ଅଭିଯୋଗ କରିଛନ୍ତି । ବିଜେପି କର୍ମୀମାନେ ଟାଟା ପାୱାର ଅଫିସ ଭିତରକୁ ପଶିବା ପାଇଁ ଚେଷ୍ଟା କରିବା ସମୟରେ ପୋଲିସ ତାଙ୍କୁ ବାଧା ଦେଇଥିଲା । ଟାଟା ପାୱାର ଅଫିସ ଆଗରେ ଧାରଣା ଦେବା ସହ ଟାଟା କମ୍ପାନୀ ଓ ସରକାରଙ୍କ ବିରୋଧରେ ନାରା ଦେଇଥିଲା । ସରକାର ଟାଟା କମ୍ପାନୀକୁ ଭିତ୍ତିଭୂମି ସଜାଡ଼ିବା ପାଇଁ 15 ହଜାର କୋଟି ଟଙ୍କା ଦେଇଥିବା ବେଳେ ସେହି ଟଙ୍କାରେ କଣ ବିକାଶ ହୋଇଛି ବୋଲି ବିଜେପି ପ୍ରଶ୍ନ କରିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.