ETV Bharat / state

ମେଡିକାଲରେ ରୋଗିଣା ପୁଅ; ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ ବାପାମାଆଙ୍କ ଆକୁଳ ନିବେଦନ

author img

By ETV Bharat Odisha Team

Published : Jan 21, 2024, 8:19 AM IST

Parents seeks help for son's treatment: ନୂଆପଡା ଜିଲ୍ଲା ସାନମହେଶ୍ବର ଗ୍ରାମର 19 ବର୍ଷୀୟ ଯୁବକ ଗୌତମ ଶବରଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ପୁଅର ଚିକିତ୍ସା ପାଇଁ ସାହଯ୍ୟ ଲୋଡ଼ିଛନ୍ତି ବାପାମାଆ । ଅଧିକ ପଢ଼ନ୍ତୁ

ଚିକିତ୍ସା ପାଇଁ ଅର୍ଥ ସାଜିଛି ପାଚେରି, ସହାୟତା ପାଇଁ ବାପାମାଆଙ୍କ ଆକୁଳ ନିବେଦନ

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ନୂଆପଡା: ପରିବାର ଆଖିରୁ ଶୁଖୁନି ଲୁହ । ମେଡ଼ିକାଲରେ ପଡ଼ିଛି ଭେଣ୍ଡିଆ ପୁଅ । ବାପାମାଆଙ୍କ ଆଖି ଆଗରେ ପୁଅ ଜୀବନ ମରଣ ସହ ଲଢେଇ କରୁଛି । ଏଭଳି ଦୁଃଖକୁ କେମିତି ବା ସହିବେ ବାପାମାଆ । ସେପଟେ ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଯାହା ବାପାମାଆଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି । ପୁଅର ଅଧିକ ଚିକିତ୍ସା ପାଇଁ ଅର୍ଥ ପାଚେରି ଭାବେ ଛିଡ଼ା ହୋଇଛି । ତେଣୁ ମେଡିକାଲ ବେଡରେ ପଡ଼ି ଯନ୍ତ୍ରଣା ଭୋଗୁଛନ୍ତି ନୂଆପଡ଼ା ଜିଲ୍ଲା ସାନମହେଶ୍ବର ଗ୍ରାମର 19 ବର୍ଷୀୟ ଆଦିବାସୀ ଯୁବକ ଗୌତମ ଶବର । ପୁଅର ଚିକିତ୍ସା ପାଇଁ ବାପାମାଆ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଥିବା ବେଳେ, ଅଧିକ ଚିକିତ୍ସା ପାଇଁ ଆଉ ପାଖରେ ଟଙ୍କାଟିଏ ନାହିଁ । ଏବେ ପୁଅର ଚିକିତ୍ସା ପାଇଁ ଗୌତମଙ୍କ ବାପାମାଆ ସରକାରଙ୍କ ପାଖରେ ଆକୁଳ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନୂଆପଡ଼ା ଜିଲ୍ଲା ସାନମହେଶ୍ବର ଗାଁର ନିଳାମ୍ବର ଶବର । ନିଳାମ୍ବର ନିଜ ଗାଁ ବସଷ୍ଟାଣ୍ଡ କଡରେ ଛୋଟ ଚା' ଦୋକାନରୁ ସ୍ବଳ୍ପ କିଛି ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ । ଅଚାନକ ତାଙ୍କ ପରିବାର ପ୍ରତି ଦଇବ ଦାଉ ସାଜିଲା । କିଛି ଦିନ ପୂର୍ବେ ହଠାତ ନିଳାମ୍ବରଙ୍କ 19 ବର୍ଷୀୟ ପୁଅ ଗୌତମ ଶବରଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଲା । ପୁଅର ଚିକିତ୍ସା ପାଇଁ ବାପା ନିଳାମ୍ବର ଓ ମାଆ ରତ୍ନମଣି ପ୍ରଥମେ ଖଡ଼ିଆଳ, କଣ୍ଟାବାଞ୍ଜି ପରେ ଛତିଶଗଡ଼ ରାଜ୍ୟ ରାୟପୁର ବାଲାଜି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ କିଛି ଦିନ ଚିକିତ୍ସା ପରେ ବାଳକୋ ସ୍ପେଶାଲ କ୍ୟାନ୍ସର ହସ୍ପିଟାଲକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଅପେକ୍ଷାରେ ରଶ୍ମିତା

ସେପଟେ ବାଲାଜି ହସ୍ପିଟାଲରୁ ପୁଅକୁ ନେଇ ବାଳକୋ ହସ୍ପିଟାଲରେ ପହଞ୍ଚିଥିଲେ ବାପା ନିଳାମ୍ବର ଶବର । ବାଳକୋରେ ପୁଅ ବ୍ଲଡ କ୍ୟାନ୍ସର ରୋଗରେ ପୀଡିତ ହେବା ସହିତ ଲିଭର କିଡନୀ ଇନଫେକ୍ସନ ହୋଇଥିବା ଜାଣିବାକୁ ପାଇଥିଲେ । ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟକାର୍ଡ଼ ସହାୟତାରେ ଚିକିତ୍ସା ହୋଇ ଏବେ ଏହି ସ୍ବାସ୍ଥ୍ୟକାର୍ଡରେ ଆଉ ଟଙ୍କା ନାହିଁ । ପୁଅର ଚିକିତ୍ସା ପାଇଁ ଜମି ଖଣ୍ଡିକ ବିକ୍ରି କରି ଧାରକରଜ ହେଲାଣି । ଚିକିତ୍ସା ପାଇଁ ଆଉ ପାଖରେ ସମ୍ବଳ ନାହିଁ । ସରକାର କିମ୍ବା କେହି ସହୃଦୟ ବ୍ୟକ୍ତି ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ରାୟପୁର ବାଳକୋ ହସ୍ପିଟାଲ ସମ୍ମୁଖରୁ ଏକ ଭିଡିଓ ଜାରି କରି ନେହୁରା ହୋଇଛନ୍ତି ଗୌତମଙ୍କ ବାପା ନିଳାମ୍ବର ଶବର ଏବଂ ମାଆ ରତ୍ନମଣି ଶବର ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.