ETV Bharat / state

Khallikote Accident: ବାଇକକୁ ଧକ୍କା ଦେଇ ଓଲଟିଲା ଟ୍ରକ, ୨ମୃତ

author img

By ETV Bharat Odisha Team

Published : Sep 25, 2023, 2:30 PM IST

ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବାଇକକୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

Road Accident
Road Accident

ବାଇକକୁ ଧକ୍କା ଦେଇ ଓଲଟିଲା ଟ୍ରକ, ୨ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବଡ଼ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ମାଲ ବୋଝେଇ ଟ୍ରକ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ତେବେ ମୃତକ ବିକ୍ରମପୁର ଗାଁର ବିଷ୍ଣୁପ୍ରିୟା ସୁବୁଦ୍ଧି ଓ ଟ୍ରକ୍ ଚାଳକ ନରସିଂହ ରାଓ ବୋଲି ଜଣା ପଡିଛି ।

ସୂଚନା ମୁତାବକ, ସୂଚନା ଅନୁଯାୟୀ ଏକ କାଜୁ ତେଲ ବୋଝେଇ ଟ୍ରକ୍‌ ପଲାସାଠାରୁ ବାହାରି କଲିକତା ଅଭିମୁଖେ ଯାଉଥିଲା । ଖଲ୍ଲିକୋଟ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ବଡ଼ଘାଟି ହରିଡ଼ାମୁଳ ନିକଟରେ ବ୍ରେକ ଫେଲ୍‌ ହୋଇଯିବାରୁ ଗାଡି ଭାରସାମ୍ୟ ହରାଇଥିଲା । ଆଗରେ ଯାଉଥିବା ଏକ ବାଇକକୁ ଧକ୍କା ଦେଇ ରାସ୍ତା ଉପରେ ଛିଡା ହୋଇଥିବା ଏକ କାର ସହ ଧକ୍କା ହୋଇ ଓଲଟି ପଡିଥିଲା । ଫଳରେ ଟ୍ରକ ଡ୍ରାଇଭର ସମେତ ବାଇକରେ ଯାଉଥିବା ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ବିଷ୍ଣୁପ୍ରିୟା ସୁବୁଦ୍ଧି ଓ ଟ୍ରକ୍ ଚାଳକ ନରସିଂହ ରାଓ ମୃତ୍ୟୁବରଣ କରିଥିବା ବେଳେ ବିଷ୍ଣୁପ୍ରିୟାଙ୍କ ଭଣଜା ଆଶୁତୋଷ ସୁବୁଦ୍ଧି, ମାମୁଁ ରାମଚନ୍ଦ୍ର ପୃଷ୍ଟି ଓ ଟ୍ରକ ହେଲପର ଗୁରୁତର ହୋଇଥିଲେ । ୩ ଜଣ ଗୁରୁତରଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ବଡ଼ ଡାକ୍ତଖାନାରେ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- କିଛି ମାସ ପରେ ହୋଇଥାନ୍ତା ନିର୍ବନ୍ଧ, ସ୍ମାର୍ଟ ସିଟିର ଗାତ ନେଲା ଡାକ୍ତରଙ୍କ ଜୀବନ

ପ୍ରକାଶ ଥାଉକି, ଗତ ଦୁଇ ଦିନ ପୂର୍ବେ ନବରଙ୍ଗପୁର ଜିଲ୍ଲା ଉପରକୋଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା । ବାଇକକୁ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣ ଯୁବକଙ୍କ ମୃ୍ତ୍ୟୁ ହୋଇଥିଲା । ତେବେ ଚଢ଼େଇଗୁଡା ଗାଁର ମହେଶ ଓ ଅଜୟ ବାଇକ ଯୋଗେ ଉମରକୋଟ ସହର ଆଡ଼କୁ ଯାଉଥିଲେ । ଆଦର୍ଶ ବିଦ୍ୟାଳୟ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଟ୍ରକ ବାଇକକୁ ପ୍ରାୟ ୨୦୦ ମିଟର ଯାଏଁ ଘୋଷାଡି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଯୁବକ ପ୍ରାଣ ହରାଇଥିଲେ । ଅନ୍ୟପଟେ ଦୁର୍ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର କୁଆଡେ ଫେରାର୍ ହୋଇଯାଇଥିଲା । ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଉମରକୋଟ ମେଡିକାଲକୁ ପଠାଇଥିବା ବେଳେ ଅନ୍ୟପଟେ ଏହି ଘଟଣାକୁ ନେଇ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.