ETV Bharat / state

Murder in Ganjam: ରାଜନୈତିକ ଶତ୍ରୁତାରୁ ବିଭତ୍ସ ହତ୍ୟା

author img

By

Published : May 19, 2022, 11:48 AM IST

tension in Ganjam after murder over political rivalry
Murder in Ganjam: ରାଜନୈତିକ ଶତ୍ରୁତାରୁ ବିଭତ୍ସ ହତ୍ୟା

ରାଜନୈତିକ ଶତ୍ରୁତାକୁ ନେଇ ଗଡିଲା ମୁଣ୍ଡ । କାରରୁ ଟାଣିନେଇ ବିଭତ୍ସ ହତ୍ୟା । ଏଭଳି ଲୋମଟାଙ୍କୁରା ଖବର ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢାମ୍ବ ବାହଲପଲିରୁ । ଅଧିକ ପଢନ୍ତୁ

ଭଞ୍ଜନଗର: ରାଜନୈତିକ ଶତ୍ରୁତାକୁ ନେଇ ଗଡିଲା ମୁଣ୍ଡ । କାର୍‌ରୁ ଟାଣିନେଇ ବିଭତ୍ସ ହତ୍ୟା । ଏଭଳି ଲୋମଟାଙ୍କୁରା ଖବର ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢାମ୍ବ ବାହଲପଲିରୁ । ମୃତକହେଲେ ରାଜେନ୍ଦ୍ର ବିଷୋୟୀ । ସୂଚନା ଅନୁସାରେ, କୌଣସି କାମପାଇଁ ରାଜେନ୍ଦ୍ର ବାହାରକୁ ଯାଇଥିବାବେଳେ ବାହଲପଲ୍ଲୀ ହ୍ରଦ ରାସ୍ତାରେ ଦୁର୍ବୃତ୍ତମାନେ ବୋଲେରୋରେ ଆସି ତାଙ୍କୁ ଅଟକାଇଥିଲେ ।

Murder in Ganjam: ରାଜନୈତିକ ଶତ୍ରୁତାରୁ ବିଭତ୍ସ ହତ୍ୟା

କାର୍‌ ଡ୍ରାଇଭର୍ ଓ ରାଜେନ୍ଦ୍ରଙ୍କ ସହଯୋଗୀ ଜୀବନ ବଞ୍ଚାଇବାକୁ କାର୍‌ରୁ ଓହ୍ଲାଇ ଦୌଡ଼ି ପଳାଇଥିଲେ । ରାଜେନ୍ଦ୍ରଙ୍କୁ କାର୍ ଭିତରୁ ଟାଣି ଆଣି ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିିଥିଲେ । ପୂର୍ବରୁ ମଧ୍ୟ ରାଜେନ୍ଦ୍ରଙ୍କ ଉପରେ ଆକ୍ରମଣ ହୋଇଛି ମାତ୍ର ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ରାଜନୈତିକ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।

ଖବରପାଇ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଏହାସହ ଘଟଣାସ୍ଥଳରୁ କାର୍‌ ଓ ବୋଲେରୋକୁ ଜବତ କରିଛି ପୋଲିସ । ଖବର ଅନୁଯାୟୀ, କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ ରାଜେନ୍ଦ୍ର ବିଷୋୟୀ ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.