ETV Bharat / state

ବ୍ରହ୍ମପୁର SP ଭାବେ ଦାୟିତ୍ଵ ଗ୍ରହଣ କଲେ ଶ୍ରବଣ ବିବେକ

author img

By

Published : May 6, 2022, 5:29 PM IST

ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ନିଜର ଦାୟିତ୍ଵ ଗ୍ରହଣ କରିବା ପରେ ଆଇ.ପି.ଏସ୍ ଭାବେ ପ୍ରୋବେସନାରୀର ତାଲିମ ନେବା ସମୟରେ ପ୍ରଥମ କର୍ମଭୂମି ଭାବରେ ବ୍ରହ୍ମପୁରରେ କାର୍ଯ୍ୟ କରିଥିବା କହିଛନ୍ତି ଡ଼. ଶ୍ରବଣ ବିବେକ । ଅଧିକ ପଢନ୍ତୁ

ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଭାବରେ ଦାୟିତ୍ଵ ଗ୍ରହଣ କଲେ ଡ଼ ଶ୍ରବଣ ବିବେକ
ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଭାବରେ ଦାୟିତ୍ଵ ଗ୍ରହଣ କଲେ ଡ଼ ଶ୍ରବଣ ବିବେକ

ବ୍ରହ୍ମପୁର: ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି ଡ଼କ୍ଟର ଶ୍ରବଣ ବିବେକ । ସରକାରଙ୍କ ପକ୍ଷରୁ IPS ସ୍ତରରେ ବଦଳି ଘୋଷଣା ପରେ ଏଠାକାର କାର୍ଯ୍ୟରତ ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ରଙ୍କୁ କଟକ DCP ଭାବେ ବଦଳି କରାଯାଇଥିଲା । ଫଳରେ ପିନାକ ମିଶ୍ର ଶୁକ୍ରବାର ନୂତନ SP ଶ୍ରବଣ ବିବେକଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି । ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ନିଜର ଦାୟିତ୍ଵ ଗ୍ରହଣ କରିବା ପରେ ଆଇ.ପି.ଏସ୍ ଭାବେ ପ୍ରୋବେସନାରୀର ତାଲିମ ନେବା ସମୟରେ ପ୍ରଥମ କର୍ମଭୂମୀ ଭାବେ ବ୍ରହ୍ମପୁରରେ କାର୍ଯ୍ୟ କରିଥିବା କହିଛନ୍ତି ଡ଼କ୍ଟର ଶ୍ରବଣ ବିବେକ ।

ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଭାବରେ ଦାୟିତ୍ଵ ଗ୍ରହଣ କଲେ ଡ଼ ଶ୍ରବଣ ବିବେକ

ସେହି ସ୍ଥାନରେ ପୁନଃ ଆରକ୍ଷୀ ଅଧିକ୍ଷକ ଦାୟିତ୍ଵ ମିଳିଥିବା ଯୋଗୁଁ ବ୍ରହ୍ମପୁର ପୋଲିସକୁ ଆହୁରି ଅଧିକ ପିପୁଲ୍ ଫ୍ରେଣ୍ଡଲି କରାଯିବା ସହ ଅଧିକ ମାତ୍ରାରେ ବୃଦ୍ଧି ପାଉଥିବା ସାଇବର କ୍ରାଇମ ରୋକାଯିବ ବୋଲି ସେ କହିଛନ୍ତି ।ଏଥିସହିତ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ସହ ଦୁର୍ଘଟଣା ଏବଂ ଅପରାଧ ରୋକିବା କ୍ଷେତ୍ରରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ନୂତନ ଭାବରେ ଦାୟିତ୍ଵ ଗ୍ରହଣ କରିଥିବା ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼କ୍ଟର ଶ୍ରବଣ ବିବେକ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.