ETV Bharat / state

ବେଆଇନ ଦେଶୀ ବନ୍ଧୁକ କାରଖାନା ଠାବ, ଜଣେ ଗିରଫ

author img

By

Published : Mar 15, 2023, 8:18 AM IST

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ ବେଆଇନ ଦେଶୀ ବନ୍ଧୁକ କାରଖାନା ଠାବ । ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଛି । ଅଧିକ ପଢ଼ନ୍ତୁ

illegal gun seized in ganjam
ଗଞ୍ଜାମରେ ବେଆଇନ ଦେଶୀ ବନ୍ଧୁକ କାରଖାନା ଠାବ

ବେଆଇନ ଦେଶୀ ବନ୍ଧୁକ କାରଖାନା ଠାବ

ବ୍ରହ୍ମପୁର: ବେଆଇନ ଦେଶୀ ବନ୍ଧୁକ କାରଖାନା ଠାବ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ ବେଆଇନ ବନ୍ଧୁକ କାରଖାନା ଠାବ କରିଛି ପୋଲିସ । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିବା ସହ ବେଆଇନ ଦେଶୀ ବନ୍ଧୁକ ଏବଂ ବନ୍ଧୁକ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ମହଙ୍ଗା ପଡିଲା 'ମଳିମୁଣ୍ଡିଆ ରାଜନଗରବାସୀ' ବୟାନ, ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ

ଗତ ଫେବୃୟାରୀ 26 ତାରିଖରେ ଜଗନ୍ନାଥପ୍ରସାଦ ଥାନା ପୋଲିସ ବିଶେଷ ସୂତ୍ରରୁ ବେଆଇନ ଦେଶୀ ବନ୍ଧୁକ କାରଖାନା ନେଇ ସୂଚନା ପାଇଥିଲା । ଏହି ଘଟଣାରେ ଏକ ବେଆଇନ ଦେଶୀ ବନ୍ଧୁକ ଜବତ ସହ ଜଣେ ଯୁବକଙ୍କୁ ଗିରଫ କରିଥିଲା । ଏହାର ତଦନ୍ତ ବେଳେ ଗତ ୧୨ ତାରିଖରେ ଦେଶୀ ବନ୍ଧୁକ ପ୍ରସ୍ତୁତ ହେଉଥିବା କାରଖାନାକୁ ଠାବ କରିବାରେ ସକ୍ଷମ ହୋଇଥିଲା ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ପୋଲିସ ଟିମ । ସେଠାରୁ ତିନୋଟି ଦେଶୀ ବନ୍ଧୁକ ଜବତ କରିବା ସହ ବନ୍ଧୁକ ପ୍ରସ୍ତୁତ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅଞ୍ଚଳ ଡିମିରିପଲ୍ଲୀ ଗ୍ରାମର ମୋହନ ମାଲିକ ହୋଇଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ: Post Budget Press Meet: ୧୬ଲକ୍ଷ ଛାତ୍ରଛାତ୍ରୀ ଦକ୍ଷ, କେତେ ନିଯୁକ୍ତି ପାଇଲେ ? ମନ୍ତ୍ରୀଙ୍କ ପାଖରେ ନାହିଁ ଉତ୍ତର

ତେବେ ଗତ ମାସରେ ଜଗନ୍ନାଥପ୍ରସାଦ ପୋଲିସର ଏକ ସ୍ବତନ୍ତ୍ର ଟିମ ପାଟ୍ରୋଲିଂ କରୁଥିବା ସମୟରେ ଖଇରପୁଟି ଗ୍ରାମର ସୁଶାନ୍ତ ନାୟକ ନାମକ ଜଣେ ଯୁବକକୁ ସନ୍ଦେହରେ କାବୁ କରିଥିଲା । ସୁଶାନ୍ତ ଠାରୁ ଏକ ସିଙ୍ଗଲ ବୋର ରହିଥିବା ହାତ ତିଆରି ବନ୍ଧୁକ ଜବତ କରିବା ପରେ ପୋଲିସ ସୁଶାନ୍ତଙ୍କୁ ପଚରାଉଚରା କରିଥିଲା । ସେହି ସମୟରେ ପୋଲିସ ଉକ୍ତ ଦେଶୀ ବନ୍ଧୁକଟି ମୋହନ ଠାରୁ କିଣିଥିବା ଜାଣିପାରିଥିଲା l ଏହାପରେ କିଛି ଦିନ ଧରି ମୋହନର ଗତିବିଧି ଉପରେ ପୋଲିସ ନଜର ରଖୁଥିଲା । ଦୀର୍ଘ ବର୍ଷ ଧରି ମୋହନ ବେଆଇନ ଦେଶୀ ବନ୍ଧୁକ ତିଆରି କରି ଗଞ୍ଜାମ, ନୟାଗଡ଼ ଭଳି ଆଖାପାଖ ଜିଲ୍ଲାର ବିଭିନ୍ନ ସ୍ଥାନକୁ ବନ୍ଧୁକ ଚାଲାଣ କରୁଥିବା ପୋଲିସ ଜାଣିବାକୁ ପାଇଛି । ସେପଟେ ବେଆଇନ ଦେଶୀ ବନ୍ଧୁକ କାରଖାନା ସହ ଅନ୍ୟ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ତାହା ତଦନ୍ତ ପରିସତର ଭୁକ୍ତ ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.