ETV Bharat / state

ଭଞ୍ଜନଗର ଜେଲରେ କଏଦୀଙ୍କ ଆତ୍ମହତ୍ୟା

author img

By

Published : Nov 21, 2022, 1:34 PM IST

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜେଲରେ କଏଦୀଙ୍କ ଆତ୍ମହତ୍ୟା । ଜେଲ ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

prisoner committed suicide in bhanjanagar jail
ଭଞ୍ଜନଗର ଜେଲରେ କଏଦୀଙ୍କ ଆତ୍ମହତ୍ୟା

ଭଞ୍ଜନଗର: ଜେଲରେ କଏଦୀଙ୍କ ଆତ୍ମହତ୍ୟା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜେଲରେ ଜଣେ ଯୁବକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି l ଯୁବକ ଜଣକ ହେଲେ ଡ଼ୁମାକୁମ୍ପା ଗ୍ରାମର ତୋଫାନ ନାୟକ । ଦୁଇଦିନ ପୂର୍ବେ ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରି ଜେଲକୁ ପଠାଇ ଦିଆଯାଇଥିଲା l

ସୂଚନା ଅନୁଯାୟୀ, ଆଜି (ସୋମବାର) ସକାଳ ସମୟରେ ତୋଫାନ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଜେଲ କର୍ମଚାରୀମାନେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ l ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି l ମୃତ ତୋଫାନ ନାୟକ ମାନସିକ ଚିନ୍ତାରେ ଥିଲେ । ନିଜ ଅଣ୍ଟାରେ ପିନ୍ଧିଥିବା ଅଣ୍ଟା ଦଉଡ଼ିରେ ବେକରେ ଭିଡି ଆତ୍ମହତ୍ୟା କରିଥିବା ଜେଲ କର୍ମଚାରୀ ସୂଚନା ଦେଇଛନ୍ତି l ଏହି ଘଟଣା ନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଛି । ତେବେ ତୋଫାନଙ୍କ ମୃତ୍ୟୁ ନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.